Monday, November 29, 2021
Homeଦେଶ ବିଦେଶ ଖବରଯୋଗୀ ଆଦିତ୍ୟନାଥ ଙ୍କ "ଟୁଇଟର ତୁମକୁ ଭୋଟ ଦେବ" ମନ୍ତବ୍ୟକୁ ନେଇ ଚର୍ଚ୍ଚା

ଯୋଗୀ ଆଦିତ୍ୟନାଥ ଙ୍କ “ଟୁଇଟର ତୁମକୁ ଭୋଟ ଦେବ” ମନ୍ତବ୍ୟକୁ ନେଇ ଚର୍ଚ୍ଚା

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୦୮/୧୧) : ୨୦୨୨ ପ୍ରାରମ୍ଭରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବଚାନ ହେବ । ଏହାକୁ ନେଇ ରାଜନୀତି ଏବେ ଜୋର ଧରିଛି । ଏପରି ସ୍ଥଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କୋଭିଡ୍-୧୯ ର ଦ୍ୱିତୀୟ ପ୍ରବାହ ସମୟରେ ସ୍ୱାସ୍ଥ୍ୟ ସେବାକର୍ମୀ ମାନଙ୍କ ସହ ମିଶି ‘ବିଜେପି’ ନେତାମାନେ କାର୍ଯ୍ୟ କରିଛନ୍ତି । କିନ୍ତୁ ଅନ୍ୟ ଦଳର ନେତାମାନେ ‘ହୋମ୍ ଆଇସୋଲେସନ୍’ ରେ ଥାଇ ଟୁଇଟରରେ ମଗ୍ନ ଥିଲେ ବୋଲି ଶନିବାର ଦିନ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧୀ ଦଳର ନେତା ମାନଙ୍କୁ ସମାଲୋଚନା କରି କହିଛନ୍ତି ।

ଇଟାୱାରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗୀ କହିଛନ୍ତି, କୋଭିଡ୍ ସମୟରେ ଘରେ ଥିବା ନେତାମାନେ ନିର୍ବାଚନ ସମୟରେ ମଧ୍ୟ ଘରେ ରହିବା ଉଚିତ । କୋଭିଡ୍ ସଂକ୍ରମଣ ଚରମ ସୀମାରେ ପହଞ୍ଚିଥିବା ବେଳେ ମୁଁ ଆପଣମାନଙ୍କ ଗହଣରେ ଥିଲି । ହୁଏ ତ ଆପଣମାନଙ୍କ ର ମନେଥାଇ ପାରେ ମହାମାରୀ ମଧ୍ୟରେ ପରିସ୍ଥିତିର ତଦାରଖ ଏବଂ ପ୍ରତ୍ୟକ୍ଷ ସେବା କରୁଥିବା ସ୍ୱାସ୍ଥ୍ୟ ସେବାକର୍ମୀଙ୍କୁ ଭେଟିବା ଲାଗି ମୁଁ ଦୁଇଥର ଏଠାକୁ ଆସିଥିଲି । କିନ୍ତୁ ସେମାନେ ‘ଟୁଇଟର୍’ ରେ ବ୍ୟସ୍ତ ଥିଲେ । ତେଣୁ ସେମାନଙ୍କୁ କୁହନ୍ତୁ, ବାବୁମାନେ ‘ଟୁଇଟର୍’ ଆପଣମାନଙ୍କୁ ଭୋଟ୍ ଦେବ ।

କିନ୍ତୁ, ଅନ୍ୟ ଦଳର ନେତାମାନେ ‘ହୋମ୍ ଆଇସୋଲେସନ୍’ ରେ ଥିଲେ । ତେଣୁ, ଭୋଟ୍ ବେଳେ ମଧ୍ୟ ସେମାନଙ୍କ ର ଘରେ ରହିବାର ଅଧିକାର ଅଛି । ସେମାନେ ଘରେ ରୁହନ୍ତୁ ବୋଲି ସୁନିଶ୍ଚିତ କରାଯିବା ଉଚିତ । ସଙ୍କଟ ସମୟରେ ଯେଉଁମାନେ ଆପଣମାନଙ୍କ ପାଖରେ ଠିଆ ହେଲେ ନାହିଁ, ଆପଣଙ୍କ ଦୁଃଖରେ ଭାଗୀ ହେଲେ ନାହିଁ, ସେମାନଙ୍କୁ ନିର୍ବାଚନ ବେଳେ ସମୁଚିତ ଜବାବ ଦେବା ଉଚିତ ବୋଲି ଯୋଗୀ କହିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments