ଢେଙ୍କାନାଳ ଜିଲ୍ଲା ର କୋଭିଡ ସ୍ଥିତି ଓ ଗାଁ କାର୍ଯ୍ୟ ସମୀକ୍ଷା

0
150

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୮/୧୧) : ଆଜି ଜିଲ୍ଲା କାର୍ଯ୍ୟ।ଳୟସ୍ଥ ଓସୱାନ ହଲଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଢେଙ୍କାନାଳ ଜିଲ୍ଲା ର କୋଭିଡ ସ୍ଥିତି ଓ 5T ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ।WhatsApp Image 2021 11 09 at 8.43.15 AM ଢେଙ୍କାନାଳ ଜିଲ୍ଲା ର କୋଭିଡ ସ୍ଥିତି ଓ ଗାଁ କାର୍ଯ୍ୟ ସମୀକ୍ଷା

ଢେଙ୍କାନାଳ ଜିଲ୍ଲା ର କୋଭିଡ ସ୍ଥିତି ଓ ଗାଁ କାର୍ଯ୍ୟ ସମୀକ୍ଷା ବୈଠକ ରେ କୋଭିଡ ସଂକ୍ରମଣ ଠାରୁ ଦୂରେଇ ରହିବାକୁ ମାଇକ ଯୋଗେ ଜନସାଧାରଣଙ୍କୁ ପୂର୍ବପରି ସଚେତନ କରାଯିବା ସହିତ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ଯାଞ୍ଚ ପ୍ରକ୍ରିୟା ଜାରି ରହିବା ନେଇ ଆଲୋଚନା ହୋଇଥିଲା । କୋଭିଡ ଗାଇଡ ଲାଇନ ଅନୁଯାୟୀ ସମସ୍ତ ସରକାରୀ ବୈଠକ ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଘରକୁ ଘର ଯାଇ ଟୀକାକରଣରୁ ବାଦ ପଡିଥିବା ଲୋକଙ୍କୁ ଟୀକାପ୍ରଦାନ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ କହିଥିଲେ । ଜିଲ୍ଲାରେ ଡିସେମ୍ବର ମାସ ସୁଦ୍ଧା ଯେପରି ସମସ୍ତଙ୍କର ଟୀକାକରଣ ହୋଇପାରିବ ସେଥ୍ ପାଇଁ ଜନଗହଳି ପୂର୍ଣ୍ଣ ଗ୍ରାମ ଛକ, ଦୈନିକ ହାଟ ଆଦିରେ ଶିବିର ଆୟୋଜନ କରି ଆଣ୍ଟିଜେନ ଟେଷ୍ଟ ଓ ଟୀକାକରଣର ବ୍ୟବସ୍ଥା କରିବା ନିମନ୍ତେ ସେ ପରାମର୍ଶ ଦେଇଛନ୍ତି ।

କୋଭିଡ ସଂକ୍ରମଣକୁ ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ କରିବା ନିମନ୍ତେ ବିବାହ, ବ୍ରତ ଓ ଅନ୍ୟାନ୍ୟ ଉତ୍ସବ ଆୟୋଜନ ସମୟରେ କୋଭିତ ନିୟମ ଅନୁପାଳନ ଉପରେ କଡା ନଜର ରଖିବାକୁ ଜିଲ୍ଲାପାଳ ସମସ୍ତ ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଓ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଧାର୍ଯ୍ୟ ଆର୍ଥିକ ସହାୟତା ପ୍ରଦାନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳିବାକୁ ଥିବା କାର୍ଡ ବଣ୍ଟନକୁ ବ୍ୟବସ୍ଥିତ କରିବାକୁ ବୈଠକରେ ଆଲୋଚନା ହୋଇଥିଲା । 5T ଅନ୍ତର୍ଗତ ମୋ ସ୍କୁଲ ଯୋଜନାରେ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରି ସମସ୍ତ କାର୍ଯ୍ୟ ଯଥା ଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ ହେଉଥିବା ଆଣ୍ଟିଜେନ ଏବଂ ଆରଟି ପିସିଆର ଟେଷ୍ଟ ଓ ଟୀକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜାତା ରାଣୀ ମିଶ୍ର ଏବଂ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.ଜ୍ୟୋତିଷ ଚନ୍ଦ୍ର ମହାପାତ୍ର ବୈଠକରେ ଅବଗତ କରାଇଥିଲେ । ଗତ ୬ ତାରିଖ ସୁଦ୍ଧା ଜିଲ୍ଲାରେ ୭୧୧୫୧୮ ଜଣ ପ୍ରଥମ ଡୋଜ ଟୀକା ଏବଂ ୨୫୧୩୩୯ ଜଣ ଦ୍ବିତୀୟ ଡୋଜ ଟୀକା ନେଇଥିବା ପ୍ରକାଶ କରିଛନ୍ତି ।

ଏହି ଭିଡ଼ିଓ କନଫେରେନସିଙ୍ଗ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ସଦର ଉପଜିଲ୍ଲାପାଳ ଶ୍ରୀମତୀ ସ୍ନିଗ୍ଧା ରାଣୀ ଧଳ, ଆପତ କାଳୀନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧା ଛାୟା ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଅନୁରାଧା ଗୋସ୍ୱାମୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନା ରାୟ, ଓସଡମା, ଡି.ପି.ଓ. ଶ୍ରୀ ନିମାଇଁ ଚରଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।