ମମିତା ମେହେରଙ୍କୁ ନ୍ୟାୟ ଦାବୀରେ ବିଜେପି ର ଗଣଧାରଣା ଓ ବିକ୍ଷୋଭ

0
150

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୦୮/୧୧) : ବହୁ ଚର୍ଚ୍ଚିତ ମମିତା ମେହେରଙ୍କ ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ପ୍ରତ୍ୟେକ୍ଷ ଭାବେ ଜଡିତ ଥିବାର ବହୁ ପ୍ରମାଣ ଥିବା ସତ୍ତ୍ଵେ ଏବଂ ଏହା ଭିତରେ ଏକ ମାସ ବିତି ଯାଇଥିଲେ ହେଁ ପୋଲିସ୍‌ ତାଙ୍କୁ ପକ୍ଷଭୂକ୍ତ କରୁ ନାହିଁ କିମ୍ବା ଗିରଫ କରୁ ନାହିଁ । ମମିତା ମେହେରଙ୍କୁ ନ୍ୟାୟ ଦାବୀରେ ବିଜେପି ର ଗଣଧାରଣା ଓ ବିକ୍ଷୋଭ କରିଛି |WhatsApp Image 2021 11 09 at 8.42.52 AM ମମିତା ମେହେରଙ୍କୁ ନ୍ୟାୟ ଦାବୀରେ ବିଜେପି ର ଗଣଧାରଣା ଓ ବିକ୍ଷୋଭ

ଏଭଳି ଏକ ବିଭତ୍ସ ଘଟଣାରେ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ନିରବ । ଏଥିରୁ ଜଣାଯାଉଛି ମୁଖ୍ୟମନ୍ତ୍ରୀ ଏ ବାବଦରେ ଅବଗତ ନାହାଁନ୍ତି କିମ୍ବା ନିଜ ଦଳର ଅପରାଧ ମନ୍ତ୍ରୀ ଓ ଦଳୀୟ ନେତାଙ୍କୁ ସୁରକ୍ଷା ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ ଗିରଫ ଓ ଇସ୍ତଫା ଦାବୀରେ ଆଜି ପୂର୍ବାହ୍ନରେ ଢେଙ୍କାନାଳ ସଦର ବ୍ଲକ୍ ସମ୍ମୁଖରେ ବିଜେପି ତରଫରୁ ଜିଲ୍ଲା ଉପସଭାପତି ବିଷ୍ଣୁ ପ୍ରସାଦ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଏକ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ନବ କିଶୋର ଗୁରୁ, ଜିଲ୍ଲା ଉପସଭାପତି ଭାରତୀ ସାଇଁ, ଜିଲ୍ଲା ମହିଳା ମୋର୍ଚ୍ଚା କୋଷାଧ୍ୟକ୍ଷ ରୋଜାଲିନ୍ ପଣ୍ଡା, ରାଜ୍ୟ ପରିଷଦ ସଦସ୍ୟ ଜ୍ଞାନରଞ୍ଜନ ନାଏକ, ଭାବଗ୍ରାହୀ ନାଏକ, ନଗର ମଣ୍ଡଳ ସଭାପତି ଅଜୟ କୁମାର ଭଞ୍ଜ, ସାଧାରଣ ସମ୍ପାଦକ ଧୃବ ଚରଣ ସାଇଁ, ଯୁବମୋର୍ଚ୍ଚା ସଭାପତି ସୁଶାନ୍ତ ପ୍ରଧାନ, ସାଧାରଣ ସମ୍ପାଦକ ବ୍ରହ୍ମାନନ୍ଦ ସାହୁ, ରୁଦ୍ରନାରାୟଣ ପଟ୍ଟନାୟକ, ପ୍ରଫୁଲ୍ଲ ପଣ୍ଡା ପ୍ରମୁଖ ଉଦ୍‌ବୋଧନ ଦେଇ ବିଜେଡି ସରକାରଙ୍କୁ କଟୁ ସମାଲୋଚନା କରିବା ସହ ଏ ସରକାରରେ ମହିଳାମାନେ ସୁରକ୍ଷିତ ନୁହଁନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଯେ ପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ଗିରଫ କରା ନ ଯାଇଛି ଓ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନାହାନ୍ତି ସେ ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ସସ୍ମିତା ସାମଲ, ମଧୁସ୍ମିତା ପୁହାଣ, ଭଲି ନାୟକ, ସସ୍ମିତା ପୁହାଣ, ଅଶାନ୍ତି ବେହେରା, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଶେକ୍ ସଲାଉଦ୍ଦିନ୍, ଅଭିମନ୍ୟୁ ବେହେରା, କ୍ଷେତ୍ରବାସୀ ସାହୁ, ମଧୁସୂଦନ ଜେନା, ରାଜେନ୍ଦ୍ର ରାଉତ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ରଞ୍ଜିତ ବିଶାଲ୍, ନଗର ମଣ୍ଡଳ ଉପସଭାପତି ଅଶୋକ ଦାସ, ଅରବିନ୍ଦ ପାଣ୍ଡେ, ରାଜେନ୍ଦ୍ର ପ୍ରଧାନ, ଦେବାଶିଷ ପାଣି, ସନ୍ତୋଷ ରାଉତ, ଉତମ ଧଳ, ବିଜୟ କୁମାର ବାରିକ୍, ମହାଦୀୟ ବାରିକ, ଦୀପ୍ତିରଞ୍ଜନ ପଣ୍ଡା, ମମତା ସାହୁ, ସୁଚିତ୍ର ବେହେରା ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।

ଶେଷରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ନଗରମଣ୍ଡଳ ସଭାପତି ଅଜୟ କୁମାର ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ ।