Friday, March 29, 2024

Top 5 This Week

Related Posts

ଆଇସିଏମ୍ଆର୍ ସର୍ଭେ ରୁ ଡେଲଟା ଭାରିଆଣ୍ଟ ବ୍ୟାପିବା ପଛର କାରଣ ସ୍ପଷ୍ଟ

ରିପୋର୍ଟ : ସୁଭାସିସ ନାୟକ //
ନୂଆଦିଲ୍ଲୀ,(୧୭/୦୭) : କରୋନା ବିରୋଧରେ ଲଢ଼େଇ କରିବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ୪ଟି ମନ୍ତ୍ରକୁ ଆପଣେଇଛନ୍ତି ଅର୍ଥାତ ଟେଷ୍ଟ,ଟ୍ରାକ୍,ଟ୍ରିଟ୍ ଓ ଟିକା ଉପରେ ଗୁରୁତ୍ୱ ଦେବା ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥି ମଧ୍ୟରୁ ଟିକା ଏକ ପ୍ରମୁଖ ଅସ୍ତ୍ର ରୂପେ ଫଳପ୍ରଦ ହୋଇଛି । ଆଇସିଏମ୍ଆର୍ ସର୍ଭେ ରୁ ଡେଲଟା ଭାରିଆଣ୍ଟ ପଛର କାରଣ ସ୍ପଷ୍ଟ ହୋଇଛି |

ଦେଶରେ ଦିତ୍ୱୀୟ ଲହର ବ୍ୟାପିବା ପଛରେ ଡେଲଟା ଭାରିଆଣ୍ଟ ବୋଲି ଆଇସିଏମ୍ଆର୍ ସର୍ଭେ ରୁ ଜଣାପଡିଛି । ଏହି ଭାରିଆଣ୍ଟ ଅତି କ୍ଷିପ୍ର ଗତିରେ ମଣିଷ ଶରୀରରେ ପ୍ରବେଶ କରି ବିଭିନ୍ନ ସେଲସ୍ ଗୁଡିକୁ ଖୁବ୍ ଶୀଘ୍ର ନଷ୍ଟ କରି ମଣିଷକୁ ମୂର୍ତ୍ତୃ ମୁଖକୁ ଠେଲି ଦିଏ । କିନ୍ତୁ ଏହି ଭାରିଆଣ୍ଟ ସେତେଟା କ୍ଷତି କରିପାରିନି ଯେଉଁମାନେ ଡବଲ୍ ଡୋଜ୍ ଟିକା ନେଇଛନ୍ତି । ଆଇସିଏମଆର୍ ଦ୍ୱାରା ହୋଇଥିବା ଏକ ସର୍ଭେକୁ ଆଧାର କରି ଶୁକ୍ରବାରନେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗର ସଦସ୍ୟ ତଥା କୋଭିଡ୍ ଟାସ୍କ ଫୋର୍ସ ଟିମ୍ ର ଅଧକ୍ଷ ଡାକ୍ତର ଭି.କେ ପାଲ୍ କହିଛନ୍ତି ।

ଯେଉଁମାନେ ଡବଲ୍ ଡୋଜ୍ ଟିକା ନେଇଥିଲେ ସେମାନଙ୍କ ମୃତୁ୍ୟର ସମ୍ଭାବନାକୁ କମାଇଛି ଟିକା । ଡବଲ୍ ଡୋଜ୍ ନେଇଥିବା ବ୍ୟକ୍ତି ଡେଲଟା ଭାରିଆଣ୍ଟ କବଳରୁ ହାରାହାରି ୯୫ ପ୍ରତିଶତ ସୁରକ୍ଷିତ ରହିଛନ୍ତି । ଯେଉଁମାନେ ଗୋଟିଏ ଟିକା ନେଇଥିଲେ ସେମାନେ ୮୨ପ୍ରତିଶତ ସୁରକ୍ଷିତ ରହିଛନ୍ତି ବୋଲି ଭି.କେ ପାଲ୍ କହିଛନ୍ତି । ଆଇସିଏମ୍ଆର ତାମିଲନାଡୁର ୧.୨ ଲ କ୍ଷ ପୋଲିସ୍ କର୍ମଚାରୀଙ୍କ ଉପରେ ଏହି ସର୍ଭେ ହୋଇଥିଲା । ଦେଶର ୩ୟ ରଜ୍ୟ ଭାବେ ତାମିଲନାଡୁରେ ସର୍ବାଧିକ ସଂକ୍ରମିତ ଓ ମୃତୁ୍ୟ ସଂଖ୍ୟା ଏପ୍ରିଲ-ମେ ମାସରେ ପିକ୍ ଛୁଇଁଥିଲା । ଏହାର ପ୍ରଭାବରେ ଡେଲଟା ଭାରିଆଣ୍ଟ ତୀବ୍ର ଗତିରେ ପ୍ରଭାବ ବିସ୍ତାର ଲାଭ କରିଥିଲା ।

୧,୧୭,୫୨୪ ପୋଲିସ୍ କର୍ମୀଙ୍କୁ ଏହି ସର୍ଭେରେ ସାମିଲ କରିଥିଲା ଆଇସିଏମ୍ଆର୍ । ଏଥିମଧ୍ୟରୁ ୧୭,୦୫୯ ଜଣ ଟିକା ନେଇନଥିଲେ । ୩୨,୭୯୨ ଜଣ ଗୋଟିଏ ଡୋଜ୍ ନେଇଥିବା ବେଳେ ୬୬,୬୭୩ ଜଣ ଡବଲ୍ ଡୋଜ୍ ନେଇଥିଲେ । ଆଇସିଏମ୍ଆର୍ ଅନୁଧାନ କରି ଜାଣିବାକୁ ପାଇଛି ଯେ ହାରାହାରି ୧୦୦୦ ଜଣରେ ୧.୧୭ ଜଣଙ୍କର ମୃତୁ୍ୟ ଘଟିଛି । ସେହିପରି ଗୋଟିଏ ଡୋଜ୍ ନେଇଥିବା ୧୦୦୦ ଜଣଙ୍କ ମଧ୍ୟରୁ ୦.୨୧ ପ୍ରତିଶତ ମୃତୁ୍ୟ ଘଟିଛି । ହେଲେ ଏହି ସଂଖ୍ୟାରେ ଯେଉଁମାନେ ଡୋଜ୍ ନେଇଥିଲେ ମୃତୁ୍ୟ ସଂଖ୍ୟା ୦.୬ ପ୍ରତିଶତ ରହିଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles