ଅଜଣା ଗାଡି ଧକ୍କା ରେ ଯୁବକ ଙ୍କ ମୃତ୍ୟୁ

0
181

ରିପୋର୍ଟ : ରୁଦ୍ର ନାରାୟଣ ହୋତା
କୁନ୍ଦୁରା,(୦୯/୧୧) : ଅଜଣା ଗାଡି ଧକ୍କା ରେ ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ l ଏହି ଅଘଟଣ ଟି କୁନ୍ଦୁରା ଥାନା ଅନ୍ତର୍ଗତ କେରିମିଟି ପଞ୍ଚାୟତର ଜବାପଦର ଠାରେ ଘଟିଛି l

ଜବାପଦର ଗ୍ରାମର ବିଶ୍ୱନାଥଙ୍କ ପୁଅ ରବି ସାନ୍ତା ଙ୍କ ଅଜଣା ଗାଡି ଧକ୍କା ଫଳରେ ସେ ଗୁରୁତର ହୋଇ ପଡିଥିଲେ ହେଲେ ସ୍ଥାନୀୟ ବାସି ସଙ୍ଗେ ସଙ୍ଗେ କୁନ୍ଦୁରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଆଣି ଭର୍ତ୍ତି କରିଥିଲେ l କୁନ୍ଦୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ରବିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଜୟପୁର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା l କିନ୍ତୁ ମୁଣ୍ଡରେ ଆଘାତ ଯୋଗୁଁ ଅଧିକ ରକ୍ତସ୍ରାବ ସହ ଅତି ଗୁରୁତର ଥିଲେ l ଫଳରେ ତାଙ୍କର ମୃତ୍ୟୁ ଘଟିଛି l ଏବେ ପରିବାର ଲୋକଙ୍କ ସହ ଗ୍ରାମରେ ଦୁଃଖର ସାୟା ଖେଳି ଯାଇଛି l