Friday, March 29, 2024

Top 5 This Week

Related Posts

ଶ୍ରୀ ଶ୍ରୀ ଦଧିବାମନ ସେବା ସମିତି ତରଫରୁ ଭାଗବତ ପରାୟଣ ସପ୍ତାହ ପାଳିତ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ଼,ତା(୯/୧୧) : କସ୍ତୁରୀ ନଗର ଦଶମ ଗଳିରେ ଅବସ୍ଥିତ ଭାଗବତ ଟୁଙ୍ଗି ଠାରେ ଶ୍ରୀ ଶ୍ରୀ ଦଧିବାମନ ସେବା ସମିତି ତରଫରୁ ପବିତ୍ର କାର୍ତ୍ତିକ ମାସ ଅବସରରେ ଭାଗବତ ପରାୟଣ ସପ୍ତାହ ପାଳିତ ହେଉଅଛି । ଏହା ଗତ ୬.୧୧.୨୦୨୧ ଶନିବାର ଠାରୁ ଆରମ୍ଭ ହୋଇଅଛି ଓ ତା ୧୨.୧୧.୨୦୨୧ ଗୁରବାର ପର୍ଯ୍ୟନ୍ତ ଚାଲିବ ।

ଶ୍ରୀ ଗଙ୍ଗାଧର ରଥ ଭାଗବତ ପାଠକଙ୍କ ପୌରୋହିତ୍ୟରେ ସର୍ବଶ୍ରୀ ମଙ୍ଗୁଲୁ ଚରଣ ତ୍ରିପାଠୀ ଗଙ୍ଗାରାଜୁ ପ୍ରସାଦ ବ୍ରହ୍ମା , ସନ୍ତୋଷ କୁମାର ସାମନ୍ତରାୟ, ନବୀନ ମହାପାତ୍ର, ଜଗଦୀଶ ପଣ୍ଡା ଓ ଗଙ୍ଗା ରଥ ପ୍ରମୁଖ ଭାଗବତ ପାଠ କରୁଛନ୍ତି । ପ୍ରତିଦିନ ଭାଗବତ ଟୁଙ୍ଗି ତରଫରୁ ନଗର ସଙ୍କୀର୍ତ୍ତନ, ଭାଗବତ ପାଠ ଓ ପ୍ରସାଦ ସେବନ ଆଦି କାର୍ଯ୍ୟ ସମ୍ପାଦନ ହେଉଅଛି । ପ୍ରତିଦିନ ଭାଗବତ ଟୁଙ୍ଗି ପରସରରେ ସ୍ଥାପିତ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ଆଳତି , ସଙ୍କୀର୍ତ୍ତନ , ଦର୍ଶନ ଓ ଭଜନ କୀର୍ତ୍ତନ ନିମନ୍ତେ ରାୟଗଡ଼ ତଥା ଆଖ ପାଖରୁ ଅନେକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।35e95cd5 c982 428a a54e 491fdde30137 ଶ୍ରୀ ଶ୍ରୀ ଦଧିବାମନ ସେବା ସମିତି ତରଫରୁ ଭାଗବତ ପରାୟଣ ସପ୍ତାହ ପାଳିତ

ଏହି ଭାଗବତ ଟୁଙ୍ଗିକୁ ଗତ ୩୦/୧୦/୨୧ରିଖ ଦିନ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦlଶ, ରାଜ୍ୟ କଳା ସଂସ୍କୃତି ସଂଘ ସଂଯୋଜକ ଶ୍ରୀ ବାସୁଦେବ ମାଲ ବିଷୋୟୀ, କଳାକାର ସଙ୍ଘ ଉପସଭାପତି ଅବନୀ ମିଶ୍ରଙ୍କ ସହିତ ଜିଲ୍ଲାସଂସ୍କୃତି ଅଧିକାରୀ ,ରାୟଗଡ, ଓ କର୍ମଚାରୀ ମାନେ ଯୋଗଦାନ କରିଥିଲେ l

ଏହି ଭାଗବତ ଟୁଙ୍ଗିର ଉପଦେଷ୍ଠା ଡ: ଆନନ୍ଦ କୁମାର ପାଢି , ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ପାଢି , ଓକିଲ ଜଗଦୀଶ ଚନ୍ଦ୍ର ପଣ୍ଡା ଓ ସତ୍ୟବ୍ରତ ପତି ଥିବା ବେଳେ ବିମଳା ଚନ୍ଦ୍ର ମହାପାତ୍ର – କାର୍ଯ୍ୟକାରୀ ସଭାପତି , ଅଶୋକ କୁମାର ପାଢି ସମ୍ପାଦକ , ତ୍ରିପତି ପଣ୍ଡା କୋଷାଧ୍ୟକ୍ଷ ରୂପେ ଡାଇତ୍ଵ ନିର୍ବାହ କରୁଛନ୍ତି । ମଙ୍ଗୁଲୁ ଚରଣ ତ୍ରିପାଠୀ , ଗ୍ନଗାଧାର ରଥ, ଦେବୀ ପ୍ରସାଦ ମିଶ୍ର, ଗୋପାଳ କୃଷ୍ଣ ପାଳ, ନିଲାଞ୍ଚଳ ମିଶ୍ର ,ଅମୂଲ୍ୟ ଆଚାର୍ଯ୍ୟ , ଭାସ୍କର ମିଶ୍ର, ରାଜେଶ କୁମାର ପାଢି, ବାବୁଲା ଦଳେଇ ଓ ଗୋପାଳ ପାଢି ଏହାର କାର୍ଯ୍ୟ କାରିଣୀ ସଭଭ୍ୟ ଅଛନ୍ତି ।

ଭାଗବତ ଟୁଙ୍ଗି ଓ ଶ୍ରୀ ଦଧିବାମନ ମନ୍ଦିରର ବିଭିନ୍ନ କାର୍ଯ୍ୟକ୍ରମ ଓ ସେବା ରଞ୍ଜିତା ମିଶ୍ର , ପ୍ରତିମା ଦଳେଇ , ମଞ୍ଜୁ ପାଣିଗ୍ରାହୀ , ମଙ୍ଗାମା ମାଣ୍ଡାଙ୍ଗୀ, ଅଞ୍ଜଳି ଆଚାର୍ଜ୍ୟ ଓ ରାଜାମା ସେବାୟତ ରୂପେ ମନ୍ଦିର, ଟୁଙ୍ଗି ସହ କମିଟି ସଦସ୍ୟ ବୃନ୍ଦ ବିଭିନ୍ନ ଉନ୍ନୟନ ଓ ସେବା ମୂଳକ କାର୍ଯ୍ୟ ମଧ୍ୟ କରୁଥିବା ସମ୍ପାଦକ ଅଶୋକ ପାଢି ପ୍ରକାଶ କରିଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles