ବିଶ୍ଵ ମିତବ୍ୟୟିତା ପକ୍ଷ ପାଳନ ଉପଲକ୍ଷେ ଵୃକ୍ଷ ରୋପଣ କଲେ ଜିଲ୍ଲାପାଳ

0
174

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,ତା(୯/୧୧) : ଆଜି ବିଶ୍ଵ ମିତବ୍ୟୟିତା ପକ୍ଷ ପାଳନ ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ଓ ପରିବେଶ ବିଭାଗର ମିଳିତ ଭାବରେ ଵୃକ୍ଷ ରୋପଣ କରିଛନ୍ତି l36fa3a9a 38dd 46fc bdf0 b8e66cf579ae ବିଶ୍ଵ ମିତବ୍ୟୟିତା ପକ୍ଷ ପାଳନ ଉପଲକ୍ଷେ ଵୃକ୍ଷ ରୋପଣ କଲେ ଜିଲ୍ଲାପାଳ

ବିଶ୍ଵ ମିତବ୍ୟୟିତା ପକ୍ଷ ପାଳନ ଉପଲକ୍ଷେ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ, ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ପ୍ରମୁଖ ଯୋଗଦାନ କରି ବୃକ୍ଷରୋପଣ କରିଛନ୍ତି । ଏହା ପୂର୍ବରୁ ଗତ ତା ୩୦/୧୦/୨୧ରିଖ ଦିନ ସଞ୍ଚୟ ରଥ ରାୟଗଡା ଜିଲ୍ଲାର କୋଲନରା, ଗୁଣୁପୁର, ଗୁଡାରି ଓ ରାମନାଗୁଡା ବ୍ଲକ ଗସ୍ତ କରି ସେଠାର ଲୋକଙ୍କୁ ସଞ୍ଚୟ ବିଷୟରେ ସଚେତନତା କରିଥିଲା । ରିଜର୍ଭ ବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ ସଂସ୍ଥାରେ ହିଁ ସଞ୍ଚୟ କରିବା ପାଇଁ ଲୋକ ଙ୍କୁ ସଚେତନତା କରିଥିଲା । ଦେଶରେ ବିଭିନ୍ନ ପ୍ରକାରର ସଂସ୍ଥା ଖୋଲି ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଲୋକ ମାନଙ୍କୁ ଠକିବାରେ ଲାଗିଛନ୍ତି ।8f118b03 a633 48a4 b02a 0b211f44d6f5 ବିଶ୍ଵ ମିତବ୍ୟୟିତା ପକ୍ଷ ପାଳନ ଉପଲକ୍ଷେ ଵୃକ୍ଷ ରୋପଣ କଲେ ଜିଲ୍ଲାପାଳ

ଅଧିକ ସୁଧରେ ପ୍ରଲୋଭିତ ନହୋଇ ଠକ ସଂସ୍ଥାରେ ସଞ୍ଚୟ ନ କରି ରିଜର୍ଭ ବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ ସଂସ୍ଥା ଯେମିତିକି ସରକାରୀ ବ୍ୟାଙ୍କ, ପୋଷ୍ଟ ଅଫିସ ମାନଙ୍କରେ ସଞ୍ଚୟ କରିବା ପାଇଁ ଲୋକଙ୍କୁ ସଚେତନତା କରିଥିଲା । ଗତ ତା.୨/୧୧/୨୧ ରିଖ ଦିନ ସ୍ଥାନୀୟ ସରସ୍ବତୀ ଗାଯାତ୍ରୀ ନଗର ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଵକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି କୃତି ପ୍ରତିଯୋଗୀମାନଙ୍କୁ ଆସନ୍ତା ୧୩/୧୧/୨୧ରିଖଦିନ ପୁରସ୍କାର ପ୍ରଦାନ କରାଯିବ l

ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ, ସଞ୍ଚୟ ସଂସ୍ଥାର ଅଧିକାରୀ ଧ୍ରୁବ କୁମାର ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶେଖ ଆଲିନୁରଙ୍କ ସହିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ବନାଞ୍ଚଳ ଅଧିକାରୀ ଓ ବନ କର୍ମଚାରୀନ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଓ ଜିଲ୍ଲାପାଳଙ୍କ ଅନ୍ୟାନ୍ୟ କାର୍ମଚାରୀ ମାନେ ଉପସ୍ଥିତ ଥିଲେ ।