Friday, March 29, 2024

Top 5 This Week

Related Posts

ଷ୍ଟେଟ ବ୍ୟାଙ୍କ RSETI ଦ୍ୱାରା ଏକ ଆଚାର, ମସଲା ,ପାଉଡର ତିଆରି ତାଲିମ ଉଦଘାଟିତ

ରିପୋର୍ଟ : ଓଡିଶା ନ୍ୟୁଜ୨୪ ବ୍ୟୁରୋ //
ବଲାଙ୍ଗୀର,(୦୮/୧୧) : ଅଦ୍ୟ ତା ୮/୧୧/୨୦୨୧ ଦିନ ପୁଇଁତଲା ପଞ୍ଚାୟତ ବିଲେଇକାନୀ ଗ୍ରାମରେ ଷ୍ଟେଟ ବ୍ୟାଙ୍କ RSETI, ତରଫରୁ ବଲାଙ୍ଗୀର ଜିଲ୍ଲାର ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇକାନୀ ଗ୍ରାମରେ ଏକ ଫୁଡ ପ୍ରୋସେସିଙ୍ଗ ଟ୍ରେନିଂ ଯଥା (ପାପଡ, ଆଚାର, ମସଲା ପାଉଡର ତିଆରି) କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି |

ଷ୍ଟେଟ ବ୍ୟାଙ୍କ RSETI ଦ୍ୱାରା ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗୀର ବ୍ଲକର ଗ୍ରାମ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଯୁଧିଷ୍ଠିର ନାଏକ ଓ BPM ମୁଖ୍ୟ ଅତିଥି ରୂପେ ଯୋଗଦାନ ଦେଇଥିଲେ ଏବଂ ପ୍ରଦୀପ ପ୍ରଜ୍ବଳନ କରିଥିଲେ | ଏହି ମଞ୍ଚରେ ଅନ୍ୟମାନଂକ ମଧ୍ୟରେ ରିଲାଆନ୍ସ ଫାଉଣ୍ଡେସନ ର ପ୍ରୋଜେକଟ ମ୍ୟାନେଜର ଶ୍ରୀମତୀ ଇଥେଲ କିସପରଚା ଉପସ୍ଥିତ ଥିଲେ | ଏହି ଉଦଘାଟିତ ସମାରୋହକୁ ଶ୍ରୀଯୁକ୍ତ ହିମାକାନ୍ତ ଶତପଥି ପରିଚାଳନା କରିଥିଲେ |

ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟାଳୟ ସହକାରୀ ସୁଧୀର କୁମାର ବେହେରା ଓ ରିଲାଆନ୍ସ ଫାଉଣ୍ଡେସନର ସି.ଆର.ପି ଗୋପାଳ ସାହୁ ଏହି କାର୍ଯ୍ୟକମକୁ ସହଯୋଗ କରିଥିଲେ | ଅନ୍ତିମ କାର୍ଯ୍ୟକ୍ରମରେ SHG ମା ମାନେ ଧନ୍ୟବାଦ ଅର୍ପଣ କରିଥିଲେ |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles