Friday, March 29, 2024

Top 5 This Week

Related Posts

ଏଣିକି ଜାମିନ୍ ମିଳିବା ମାତ୍ରେ ଜେଲରୁ ବାହାରିବେ ଅଭିଯୁକ୍ତ : ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ

ରିପୋର୍ଟ : ସୁଭାସିସ ନାୟକ //
ନୂଆଦିଲ୍ଲୀ,(୧୭/୦୭) : ସୁପ୍ରିମକୋର୍ଟ ଜାମିନ୍ ଆଦେଶ ଦେବା ପରେ ବି ଅଭିଯୁକ୍ତମାନେ କିଛି ଦିନ ପରେ ଜେଲରୁ ବାହାରୁଥିବାର ନଜିର ରହିଛି । ଏଭଳି ହେବା ଦ୍ୱାରା ସେହି ବ୍ୟକ୍ତିର ଅଧିକାର କ୍ଷୁର୍ଣ୍ଣ ହେଉଛି । ଏଣିକି ଜାମିନ୍ ମିଳିବା ମାତ୍ରେ ଜେଲରୁ ବାହାରିବେ ଅଭିଯୁକ୍ତ | ଜାମିନ୍ ମିଳିବାର ଅର୍ଥ ଆବଶ୍ୟକ ନିୟମ ପୂରଣ କରାଯାଇ ସଂପୃକ୍ତ ବ୍ୟକ୍ତିଙ୍କୁୂ ଯଥା ଶୀଘ୍ର ଜେଲରୁ ମୁକ୍ତ ହେବା ଦରକାର ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ଏ.ଭି ରମନ୍ନା କହିଛନ୍ତି ।

ଏଭଳି କହି ପୁରୁଣା ବ୍ୟବସ୍ଥାରେ ସଂସ୍କାର ଆସିବା ଦରକାର ବୋଲି କହିଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍ ଏ.ଭି ରମନ୍ନା । ସୁପ୍ରିମକୋର୍ଟ ଏଭଳି କିଛି ଘଟଣା ଦେଖିବା ପରେ ଶୁକ୍ରବାର ନିଜ ଆଡୁ ଏପରି ମତ ରଖିଛନ୍ତି ପ୍ରଧାନ ବିଚାରପତି । ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିକ ଏକ ସ୍ୱତନ୍ତ୍ର ବେଞ୍ଚ ଶୁଣାଣି ବେଳେ ଜେଲ କର୍ତ୍ତୃପକ୍ଷଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଣିକି ଜାମିନ୍ ମିଳିବା ମାତ୍ରେ ଜେଲରୁ ବାହାରିବେ ଅଭିଯୁକ୍ତ | ଯେଉଁ ଜେଲ କତ୍ତୃପକ୍ଷ ଜାମିନ ଆଦେଶର “ପ୍ରାମାଣିକ” ହାର୍ଡ କପି ହସ୍ତାନ୍ତର କରିବାକୁ ଜିଦ୍ ଧରନ୍ତି ତାହା ଠିକ୍ ନୁହେଁ ।

ଏଭଳି ହେବା ଦ୍ୱାରା ଲୋକଙ୍କ ବ୍ୟକ୍ତିଗତ ସ୍ୱାଧୀନତା ପ୍ରଭାବିତ ହେଉଛି ବୋଲି କୋର୍ଟ କହିଛନ୍ତି । ପ୍ରଧାନ ବିଚାରପତି ରମନ୍ନା କହିଛନ୍ତି, ଆଇଟି ଯୁଗରେ ଆମେ ଏବେ ବି ଗୋଟିଏ ଜାମିନ୍ ଅର୍ଡର ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚାଇବା ପାଇଁ ଆକାଶରେ ଉଡି ବୁଲୁଥିବା କପୋତମାନଙ୍କୁ ଅର୍ଡର କରିବା ଭଳି ସ୍ଥିତି ଉପୁଜିଛି । ତେଣୁ ଏହାର ସମାଧାନ ନିହାତି ହେବା ଦରକାର ।

ପ୍ରଧାନ ବିଚାରପତି, ଜଷ୍ଟିସ୍ ଏଲ୍ ନାଗେଶ୍ୱରା ରାଓ ଏବଂ ଜଷ୍ଟିସ୍ ଏସ୍. ବୋପନ୍ନା ଏହି ଅବସରରେ କହିଛନ୍ତି କିଭଳି ଜାମିନ୍ ଆଦେଶ ଶ୍ରୀଘ୍ରରୁ ଅତି ଶୀଘ୍ର ଜେଲ୍ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚିପାରିବ ତା ଉପରେ ଗୁରୁତ୍ୱ ଦେବା ଦରକାର । ଏହା ଦ୍ୱାରା ତୁରନ୍ତ କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଆଦେଶ ଜେଲ୍ ପ୍ରଶାସନ ପାଖରେ ପହଞ୍ଚିବ । ସୁପ୍ରିମକୋର୍ଟଙ୍କ ଏହି ବ୍ୟବସ୍ଥାକୁ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ ମଧ୍ୟ ପ୍ରଶଂସା କରିଛନ୍ତି ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ଆଗ୍ରା ଜେଲରେ ଥିବା ୧୩ ଜଣ କଏଦୀଙ୍କୁ ସୁପ୍ରିମକୋର୍ଟ ଜୁଲାଇ ୮ରେ ଜାମିନ ପ୍ରଦାନ କରିଥିଲେ । ଅପରାଧ ଘଟାଇବା ବେଳେ ଏମାନେ ସମସ୍ତେ ନାବାଳକ ବୋଲି ମଧ୍ୟ ଜୁଭେନାଇଲ ବୋର୍ଡ ଦର୍ଶାଇଥିଲେ । ହେଲେ ଜେଲ କର୍ତ୍ତୃପକ୍ଷ ସୁପ୍ରିମକୋର୍ଟଙ୍କ ଅର୍ଡର କପି ପହଞ୍ଚିନଥିବା କହି ୪ ଦିନ ବିଳମ୍ୱରେ ସେମାନଙ୍କୁ ଛାଡ଼ିଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles