୬୪୧ କୋଟି ଟଙ୍କାର ଜାଲ୍ ବିଲ୍ ରାକେଟର ପର୍ଦ୍ଧାଫାଶ : ଦୁଇ ମାଷ୍ଟରମାଇଣ୍ଡ ଗିରଫ

0
216

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୧୭/୦୭) : ଓଡିଶା ରାଜ୍ୟ ଜିଏସଟି ଏନ୍ଫୋର୍ସମେଣ୍ଟ ୱିଙ୍ଗ ଦ୍ୱାରା ଜାଲ୍ ବିଲ୍ ରାକେଟ ବିରୁଦ୍ଧରେ ରାଜ୍ୟବ୍ୟାପୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି କ୍ରମରେ ୬୪୧ କୋଟି ଟଙ୍କାର ଏକ ଜାଲ୍ ବିଲ୍ ରାକେଟର ପର୍ଦ୍ଧାଫାଶ କରିଛି ଜିଏସଟି ଏନ୍ଫୋର୍ସମେଣ୍ଟ ୱିଙ୍ଗ । ଏହି ଘଟଣାର ସମ୍ପୃକ୍ତ ଥିବା ଦୁଇ ମାଷ୍ଟରମାଇଣ୍ଡଙ୍କୁ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ତିରୁପତି ଟ୍ରେଡର୍ସର ମାନେଜିଂ ପାର୍ଟନର ଓ ଶତଗୁରୁ ମେଟାଲ୍ସ ଆଣ୍ଡ ପାୱାର ପ୍ରାଇଭେଟ୍ ଲିମିଟେଡର ଅଧିକୃତ ପ୍ରତିନିଧି ଗୁରଦିତ୍ ଡାଙ୍ଗ ଏବଂ ରାଉରକେଲା ସ୍ଥିତ ସ୍ମାର୍ଟଏଜିସ ଟ୍ରେଡ ରେଭଞ୍ଜର ପ୍ରାଇଭେଟ୍ ଲିମିଡ୍ରେ ନିଦେ୍ର୍ଧଶକ ସୁଜୟ ମଇତ୍ର । ୬୪୧ କୋଟି ଟଙ୍କାର ଏହି ଜାଲ ବିଲ୍ ବଳରେ ୧୧୫.୧୦ କୋଟି ଟଙ୍କାର ଜାଲ୍ ଆଇଟିସି ଉପଭୋଗ ଓ ହସ୍ତାନ୍ତର ହୋଇଥିବା ଜଣାପଡିଛି । ଉଭୟ ରାଉରକେଲାର ହୋଇଥିଲେ ମଧ୍ୟ ସୁଜୟଙ୍କୁ ଭୁବନେଶ୍ୱରରୁ ଓ ଗୁରୁଦୀତଙ୍କୁ ରାଉରକେଲାରୁ ଗିରଫ କରାଯାଇଛି ।

୧୬ଟି ଫେକ୍ କମ୍ପାନୀ କରି ଅଭିଯୁକ୍ତମାନେ ଜିଏସଟି ଠକୁଥିଲେ ବୋଲି ଜିଏସଟି କମିଶନର ସୁଶୀଲ କୁମାର ଲୋହାନୀ କହିଛନ୍ତି । ଏହି ରାକେଟରେ ୬୪୧ କୋଟି ଟଙ୍କାର ଜାଲ୍ ବିଲ୍ ପ୍ରସ୍ତୁତ କରି ୧୧୫ କୋଟି ଟଙ୍କାର ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ହାସଲ କରାଯାଇଛି । ଅଭିଯୁକ୍ତମାନେ ଜାଲ୍ ବିଲ୍ ବଦଳରେ ୧୧୫ କୋଟି ୧୦ ଲକ୍ଷ ଟଙ୍କାର ଜାଲ ଜିଏସଟି ସଂଗ୍ରହ ସହ ହସ୍ତାନ୍ତର କରିଥିଲେ । ଦୁଇ ଅଭିଯୁକ୍ତ ଅନ୍ୟମାନଙ୍କ ସହ ମିଶି ୧୬ଟି ଜାଲ୍ ବ୍ୟାବସାୟିକ ପ୍ରତିଷ୍ଠାନ ତିଆରି କରି ଜାଲ୍ କିଣା ବିଲ୍ ମାଧ୍ୟମରେ ଏହି ଇନପୁଟ ଟ୍ୟାକ୍ସ କ୍ରେଡିଟ ବା ଆଇଟିସି ହାତେଇ ଥିଲେ ।

ଏହି ନେଟ୍ୱର୍କରେ ମୋଟ ୧୮ଟି ଡିଲର ଅଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କର ଗ୍ରାଉଣ୍ଡରେ ବିଜିନେସ୍ ଅଛି । ଏମାନଙ୍କ ସହ ୧୬ଟି ଫେକ୍ ଫାର୍ମ ଅଭିଯୁକ୍ତମାନେ ଗଠନ କରିଥିଲେ । ଏମାନେ ୧୬ଟି ଫେକ୍ ଫାର୍ମ ଗଠନ କରିଥିଲେ । ଅନୁଗୁଳ, ରାଉରକେଲା, ତିର୍ତ୍ତୋଲ, ବଣାଇ, ଏରସମା, ରିଆମାଳ ଓ ସୁନ୍ଦରଗଡ଼ ଲାକେସେନରେ ଏସବୁ ଫେକ୍ କମ୍ପାନୀ ପଞ୍ଜିକୃତ ହୋଇଛି । ରାଜ୍ୟ ଓ ରାଜ୍ୟ ବାହାରେ ଅଭିଯୁକ୍ତମାନେ ଆଇରନ୍ ଓ ଷ୍ଟିଲ୍ର ଗୁଡ୍ସ କିଣାବିକା କରୁଥିଲେ ।
ତେବେ ସମାନ ଅଭିଯାଗରେ ଜିଏସଟି ବିଭାଗ ଏପର୍ଯ୍ୟନ୍ତ ମୋଟ ୨୦ ଜଣଙ୍କୁ ଗିରଫ କରିଥିବା ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ଜିଏସଟି କମିଶନର ସୁଶୀଲ ଲୋହାନି । ସେମାନଙ୍କୁ ଯେପରି ବେଲ୍ ନ ମିଳିବ ସେଥିପାଇଁ ଚେଷ୍ଟା କରୁଛୁ ବୋଲି କହିଛନ୍ତି ଶ୍ରୀ ଲୋହାନି ।
ସୂଚନାଥାଉ କି, ୨୦୧୯ରେ ୧୩୮ କୋଟି ଜିଏସଟି ଠକେଇ ଅଭିଯୋଗରେ ରାଉରକେଲାର ୪ ଜଣ ବ୍ୟବସାୟୀଙ୍କୁ ଗିରଫ କରିଥିଲା ଓଡ଼ିଶା ବାଣିଜ୍ୟକର ଓ ଦ୍ରବ୍ୟ ଏବଂ ସେବା କର କମିଶନରେଟ୍ ଏନଫାର୍ସମେଣ୍ଟ ସ୍କ୍ୱାର୍ଡ । ସେହିପରି ୨୦୨୦ରେ ରାଜ୍ୟ ଜିଏସଟି ଏନ୍ଫୋର୍ସମେଣ୍ଟ ବିଭାଗ ୭୧୨ କୋଟିର ଜିଏସଟି ଠକେଇର ପର୍ଦ୍ଧାଫାସ କରି ସମ୍ୱଲପୁରରୁ ଜଣଙ୍କୁ ଗିରଫ କରିଥିଲା ।