ଗାଧେଇବା ପାଇଁ ପାଣି କାଢୁଥିବା ସମୟରେ କୂଅରେ ପଡି ବୃଦ୍ଧା ମୃତ

0
196

ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡା/କ,ନୂଆଗାଁ,(୯/୧୧) : କନ୍ଧମାଳ ଜିଲ୍ଲା କ ନୂଆଗାଁ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି | କଂଜାମେଣ୍ଡି ନୂଆଗାଁ ର ମେଡିକାଲ କଲୋନୀରେ ଗାଧେଇବା ପାଇଁ ପାଣି କାଢୁଥିବା ସମୟରେ ଜଣେ ବୃଦ୍ଧା କୂଅରେ ପଡି ମୃତ୍ୟୁ ଘଟିଛି |f26d2ddb 9155 419a 9590 3e188b032389 ଗାଧେଇବା ପାଇଁ ପାଣି କାଢୁଥିବା ସମୟରେ କୂଅରେ ପଡି ବୃଦ୍ଧା ମୃତ

ବୃଦ୍ଧା ଜଣକ କୂଅରେ ଗାଧେଇବା ପାଇଁ ପାଣି କାଢୁ ଥିବା ସମୟ ରେ ଗୋଡ ଖସି ଯାଇ ପଡି ଯାଇ ଥିଲେ | ମୃତକ ଜଣକ ହେଲେ କ ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଆଟେନାଣ୍ଟ ବାୟାନାଥ ପ୍ରଧାନ ଙ୍କ ମାଆ ରଙ୍ଗ ବତୀ ପ୍ରଧାନ ବୋଲି ପୋଲିସ ସୂତ୍ରରୁ ଜଣା ପଡିଛି | ମଙ୍ଗଳବାର ସକାଳୁ ରଙ୍ଗବତୀ ପ୍ରଧାନ ଗାଧେଇବା ଲାଗି ସରକାରୀ ବାସ ଭବନ ପାଖରେ ଥିବା କୂଅ କୁ ପାଣି କାଢିବା ଲାଗି ଯାଇ ଥିଲେ | କିନ୍ତୁ ମାଆ ଘରକୁ ନ ଫେରିବା ରୁ ପୁଅ ଚାରି ଆଡେ ଖୋଜା ଖୋଜି କରି ଥିଲେ | କିନ୍ତୁ ପରେ କୂଅ କୁ ଦେଖିବାରୁ ପାଣି ଉପରେ ଲୁଗା ଭାସୁ ଥିବା ଦେଖିବାକୁ ପାଇ ଥିଲେ |

ଖବର ପାଇ ଅଗ୍ନିଶମ ବାହିନୀ ଓ କ ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଟିକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନା କୁ ପଠା ଯାଇଛି |କ ନୂଆଗାଁ ପୋଲିସ ଶବ ଜବତ କରି ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଛି |