Thursday, March 28, 2024

Top 5 This Week

Related Posts

ନାରୀ ସଶକ୍ତିକରଣ ଉପରେ ଗୁରୁତ୍ୱ : ସିପ୍ଟେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ୍ କାର୍ଯ୍ୟ ଓ ପରିଚାଳନା କରିବେ ଏସଏଚଜି

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୧୭/୦୭) : ନାରୀ ସଶକ୍ତିକରଣ ସମେତ ଅନ୍ୟ ସ୍ୱତନ୍ତ୍ର ବର୍ଗଙ୍କୁ ବିଭିନ୍ନ ବିକାଶ କାର୍ଯ୍ୟକ୍ରମରେ ସାମିଲ୍ କରିବାରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ପ୍ରୟାସ ଜାରି ରହିଛି । ମହାନଗର ନିଗମ କର୍ତୃପକ୍ଷ ବର୍ତମାନ ଏକ ସିପ୍ଟେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟର ଦାୟିତ୍ୱ ଚିହ୍ନିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍ଏଚ୍ଜି)ଙ୍କୁ ହସ୍ତାନ୍ତର କରିବାକୁ ଯାଉଛନ୍ତି ।

ନାରୀ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ ଚୟନ ହୋଇଥିବା ସଂଗଠନ-ୟୁନିକ୍ ଏସ୍ଏଚ୍ଜିକୁ ଏଥିପାଇଁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯିବା ଚାଲୁରହିଛି । ଏହି ପ୍ରଶିକ୍ଷଣ ଉଭୟ ବାସୁଆଘାଇ ଏବଂ ରୋକଟ ସ୍ଥିତ ଏସ୍ଇପିଟି ଠାରେ ଦିଆଯାଉଅଛି ।

ଭୁବନେଶ୍ୱରରେ କ୍ରମବର୍ଦ୍ଧିଷ୍ଣୁ ନଗର ଇଲାକାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଏମ୍ସି କର୍ତ୍ତୃର୍ପକ୍ଷ ଏହାର ଦ୍ୱିତୀୟ ସିପ୍ଟେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ୍ ରୋକଟ (ପାଣ୍ଡରା ନିକଟସ୍ଥ) ଭୁବନେଶ୍ୱରରେ ସ୍ଥାପନ କରିବାକୁ ଯାଉଛନ୍ତି । ତେବେ ଏହି ପ୍ଲାଣ୍ଟର କାର୍ଯ୍ୟ ଓ ପରିଚାଳନା ମିଶନ ଶକ୍ତି ଗ୍ରୁପ୍କୁ ଦେବାପାଇଁ ନିଷ୍ପତି ନିଆଯାଇଅଛି । ଏହି ପ୍ଲାଣ୍ଟର ଦୈନିକ କ୍ଷମତା ୭୫ କିଲୋଲିଟର ଥିବାବେଳେ ଏହା ଭୁବନେଶ୍ୱରର ଅନୁ୍ୟନ ୨.୨ ଲକ୍ଷ ଜନସଂଖ୍ୟାର ମଳ ପରିଚାଳନା ଆବଶ୍ୟକତା ପୂରଣ କରିପାରିବ ।

ସ୍ମାର୍ଟସିଟି ଭୁବନେଶ୍ୱର ବିଜ୍ଞାନସମ୍ମତ ପରିମଳ ବ୍ୟବସ୍ଥାକୁ ଆଦରି ଆଗେଇ ଚାଲିଥିବା ବେଳେ ସମାନ ସମୟରେ ସହରରେ ଆଉ ଏକ ସିପ୍ଟେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ୍ର ସ୍ଥାପନା ନିଶ୍ଚିତ ଭାବେ ଏହାର ବାସପୋଯୋଗୀ ମୂଲ୍ୟବୋଧକୁ ବୃଦ୍ଧି କରିବ । ଏହି ପରିପ୍ରେକ୍ଷୀରେ ପ୍ଲାଣ୍ଟ୍ର ଦାୟିତ୍ୱକୁ ମିଶନ ଶକ୍ତି ଗ୍ରୁପ୍ ମାଧ୍ୟମରେ ପରି•ଳନା କରିବା ଏକ ପ୍ରକୃଷ୍ଟ ପଦକ୍ଷେପ ଯାହା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର କାର୍ଯ୍ୟ ପରିସୀମାକୁ ଆଗେଇ ନେବାରେ ସହାୟକ ହେବ, କହିଛନ୍ତି ବିଏମ୍ସି କମିଶନର ସଂଜୟ କୁମାର ସିଂହ ।

ତେବେ ପରିମଳ ଠାରୁ ଆରମ୍ଭ କରି ରାଜସ୍ୱ ସଂଗ୍ରହ ପର୍ଯ୍ୟନ୍ତ ବିଭିନ୍ନ ଗ୍ରୁପ୍ ଏଥିପାଇଁ ନିୟୋଜିତ ରହିଥିବା ବେଳେ ସହରର ପରିମଳ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟ ମହିଳା ଏସ୍ଏଚ୍ଜି ମାନେ ସ୍ୱଚ୍ଛସାଥି ଭାବେ ଯୋଗ ଦେଇଛନ୍ତି । ଭୁବନେଶ୍ୱରରେ ଚାଲୁ ରହିଥିବା ମାଇକ୍ରୋ କମ୍ପୋଷ୍ଟିଂ ସେଂଟର (ଏମ୍ ସି ସି) ମାଧ୍ୟମରେ ଏହି ଗ୍ରୁପ୍ ସଦସ୍ୟାମାନେ ସହରର ବିଜ୍ଞାନସମତ ପରିମଳ ପରିଚାଳନାକୁ ଆଗେଇ ନେଉଛନ୍ତି, ଏବେ ଏହିଭଳି ଗ୍ରୁପ୍ ସିପ୍ଟେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ୍ ର ଦାୟିତ୍ୱ ନେବେ ।

ଚାଲୁ ରହିଥିବା ପ୍ରଶିକ୍ଷଣରେ ସମ୍ପୃକ୍ତ ମହିଳା ଏସ୍ଏଚ୍ଜିଙ୍କୁ ରୋକଟ ଠାରେ କରାଯାଉଥିବା ସିପ୍ଟେଜ୍ ଟ୍ରିଟ୍ମେଣ୍ଟ୍ ପ୍ଲାଣ୍ଟର କାର୍ଯ୍ୟ ଏବଂ ପରିଚାଳନା ବାବଦରେ ଶିକ୍ଷା ଦିଆଯାଉଅଛି । ଏହି ପ୍ରଶିକ୍ଷଣ ୯ ଜୁଲାଇ-୨୦୨୧ ରୁ ଆରମ୍ଭ ହୋଇଛି ଏବଂ ୮ ଅଗଷ୍ଟ-୨୦୨୧ ରେ ସମାପ୍ତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ସଫଳତାର ସହିତ ପ୍ରଶିକ୍ଷଣ ସମ୍ପଣ୍ଣୂ ର୍ ହେବାପରେ ବିଏମ୍ସି କର୍ତୃପକ୍ଷ ଏବଂ ସଂପୃକ୍ତ ଏସ୍ ଏଚ୍ ଜି ଙ୍କ ମଧ୍ୟରେ ଉକ୍ତ ପ୍ଲାଂଟ୍ ର ପରିଚାଳନା ପାଇଁ ଏକ ରାଜିନାମା ସ୍ୱାକ୍ଷରିତ ହେବ ।

ମିଶନ ଶକ୍ତି ଗ୍ରୁପ୍ ପ୍ଲାଂଟ୍ ର କାର୍ଯ୍ୟ ଓ ପରିଚାଳନା ବାବଦରେ ବିଭିନ୍ନ ଶିକ୍ଷା ପାଇବେ । ଏଗୁଡ଼ିକ ମଧ୍ୟରେ ଗ୍ରୁପ୍ ପରିଚାଳନା ,ନିୟମିତ ରେକଡର଼୍ ପରିଚାଳନା, ହିସାବ ଏବଂ ଖର୍ଚ୍ଚର ପଞ୍ଜୀକରଣ. ଆର୍ଥିକ ସାକ୍ଷରତା, ଦଳଗତ କ୍ରିୟାଶୀଳତା, ଗ୍ରୁପ୍ ସଦସ୍ୟାଙ୍କ ଦରମା, ସମସ୍ୟାର ସମାଧାନ ଏବଂ ଏ ସଂକ୍ରାନ୍ତରେ ଆବଶ୍ୟକୀୟ ଦକ୍ଷତା ଆହରଣ ଏବଂ ପ୍ଲାଂଟ୍ ବାବଦରେ ମୌଳିକ ବୈଷୟିକ ବୋଧଜ୍ଞାନ ଇତ୍ୟାଦି ପାଇବେ ବୋଲି କହିଛନ୍ତି ଡେ଼ପୁଟି କମିଶନର ସାନିଟେସନ୍ । ସୂଚନାଯୋଗ୍ୟ କି, ଅନ୍ତର୍ଭୁକ୍ତିକରଣ ବିକାଶରେ ବିଏମ୍ସି, ଏସ୍ଏଚ୍ଜି ସମେତ କିନ୍ନର ଏବଂ ଅନ୍ୟାନ୍ୟ ସଫେଇ କର୍ମଚାରୀଙ୍କୁ ସାଙ୍ଗରେ ନେଇ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଆଗେଇ ଚାଲିଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles