Friday, March 29, 2024

Top 5 This Week

Related Posts

ବିରାଟ କୋହଲି ଭାରତୀୟ ଦଳର ଅଧିନାୟକ ପଦ ଛାଡିବା ପଛରେ ଡ୍ରେସିଂ ରୁମ ବିବାଦ : ମୁସ୍ତାକ ଅହମଦ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଁଦିଲ୍ଲୀ,(୧୦/୧୧) : ଚଳିତ ଟି-୨୦ ବିଶ୍ୱକପ ପରେ ଭାରତୀୟ ଦଳର ଅଧିନାୟକ ପଦ ଛାଡ଼ିଛନ୍ତି ବିରାଟ କୋହଲି । ରୋହିତ ଶର୍ମା ଦଳ ର ଅଧିନାୟକ ପଦ ସମ୍ଭାଳିବା ସହ କେ.ଏଲ. ରାହୁଲ ତାଙ୍କ ଡେପୁଟି ଭାବେ ନିଯୁକ୍ତି ପାଇଛନ୍ତି ।

ତେବେ ବିରାଟ କୋହଲି ଟି-୨୦ ଅଧିନାୟକ ପଦ ଛାଡ଼ିବା ଘଟଣା କୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପାକିସ୍ତାନ ର ପୂର୍ବତନ କ୍ରିକେଟର ମୁସ୍ତାକ ଅହମଦ । ସେ ଟିମ ଇଣ୍ଡିଆ ର ଡ୍ରେସିଂ ରୁମ ରେ ଚାଲିଥିବା ବିବାଦ ଯୋଗୁଁ ବିରାଟ ପଦ ଛାଡ଼ିଥିବା କଥା କହିଛନ୍ତି ।

ମୁସ୍ତାକ କହିଛନ୍ତି, “ଯେତେବେଳେ ଜଣେ ସଫଳ ଅଧିନାୟକ ପଦ ଛାଡ଼ିବା କଥା ଘୋଷଣା କରନ୍ତି ସେତେବେଳେ ଡ୍ରେସିଂ ରୁମରେ ସବୁ କିଛି ଠିକ୍‌ ଠାକ ନାହିଁ ବୋଲି ଆମକୁ ଭାବିବାକୁ ପଡ଼ିବ । ବର୍ତ୍ତମାନ ମୁଁ ଭାରତୀୟ ଡ୍ରେସିଂ ରୁମରେ ଦୁଇଟି ଗ୍ରୁପ୍‌ ରହିଥିବା ଦେଖିବାକୁ ପାଇଛି । ଗୋଟିଏ ମୁମ୍ବାଇ ଓ ଆଉ ଗୋଟିଏ ଦିଲ୍ଲୀ ଗ୍ରୁପ । ଏହି କାରଣରୁ ବିରାଟ ହଠାତ୍‌ ବିଶ୍ୱକପ ପୂର୍ବ ରୁ ଅଧିନାୟକ ପଦ ଛାଡ଼ିବା କଥା ଘୋଷଣା କରିଛନ୍ତି ।”

ବିରାଟ କୋହଲି ଆଇସିସି ଟି-୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ହିଁ ଟୁର୍ଣ୍ଣାମେଣ୍ଟ ପରେ ଅଧିନାୟକ ପଦ ଛାଡ଼ିବେ ବୋଲି ଘୋଷଣା କରିଥିଲେ । ସୋମବାର ନାମିବ୍ୟା ବିପକ୍ଷ ମ୍ୟାଚ୍‌ରେ ସେ ଶେଷଥର ପାଇଁ ଟି-୨୦ ରେ ଭାରତ ର ଅଧିନାୟିକତ୍ୱ କରିଥିଲେ । ଏବେ ମୁସ୍ତାକ କହିଛନ୍ତି ଯେ ବିରାଟ ଖୁବଶୀଘ୍ର ଟି-୨୦ ଅନ୍ତର୍ଜାତୀୟ ରୁ ମଧ୍ୟ ଅବସର ନେଇ ଯାଇପାରନ୍ତି ।

ସେ କହିଛନ୍ତି, “ମୋତେ ଲାଗୁଛି ବିରାଟ କୋହଲି ଖୁବଶୀଘ୍ର ଟି-୨୦ ଅନ୍ତର୍ଜାତୀୟରୁ ଅବସର ଘୋଷଣା କରିବେ । କିନ୍ତୁ ସେ ଆଇପିଏଲ ରେ ଖେଳିବେ । ଭାରତ ପାଇଁ ଟି-୨୦ ଖେଳିବାକୁ ତାଙ୍କର ଇଚ୍ଛା ନାହିଁ ବୋଲି ମୁଁ ଭାବୁଛି । ଭାରତୀୟ ଟିମ ଆଇପିଏଲ ପାଇଁ ଚଳିତ ବିଶ୍ୱକପ ରେ ଏପରି ବିପର୍ଯ୍ୟୟ ର ସମ୍ମୁଖୀନ ହୋଇ ଅଧା ରୁ ଟୁର୍ଣ୍ଣାମେଣ୍ଟ ରୁ ବାଦ ପଡ଼ିଲା ।

ଭାରତୀୟ ଖେଳାଳି ମାନେ ଦୀର୍ଘ ଦିନ ଧରି କରୋନା କାରଣ ରୁ ଜୈବ ବଳୟ ମଧ୍ୟରେ ରହିଥିଲେ । ଏହାପରେ ସେମାନେ ବିଶ୍ୱକପ କୁ ଆସି ପୁଣି ବାୟୋ ବବଲ୍ସ ରେ ରହିଥିଲେ । ଏହାଦ୍ୱାରା ଖେଳାଳି ଙ୍କ ମାନସିକ ସନ୍ତୁଳନ ଠିକ ରହିଲା ନାହିଁ । ଏହାର ପ୍ରଭାବ ମ୍ୟାଚ୍‌ରେ ମଧ୍ୟ ଦେଖିବାକୁ ମିଳିଲା ।” ମୁସ୍ତାକଙ୍କ ଏହି ବାୟୋ ବବଲ୍ସ ସମସ୍ୟା ସହ ପାକିସ୍ତାନ ର ପୂର୍ବତନ ଅଧିନାୟକ ଇଞ୍ଜିମାମ ଉଲ ହକ ମଧ୍ୟ ଏକମତ ହୋଇଛନ୍ତି । ଏହା ପୂର୍ବରୁ ଭାରତର ବିଶ୍ୱକପ ପ୍ରଦର୍ଶନ ଉପରେ ବାୟୋ ବବଲ୍ସ ପ୍ରଭାବ ପକାଇଥିବା ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ କହିଥିଲେ ।

Popular Articles