Tuesday, March 19, 2024

Top 5 This Week

Related Posts

ବିଜ୍ଞାପନ କୁ ନେଇ ଅଡୁଆରେ ସାଉଥ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ହାଇଦ୍ରାବାଦ,(୧୦/୧୧) : ଅଡୁଆରେ ସାଉଥ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ । ବିଜ୍ଞାପନ କୁ ନେଇ ସୃଷ୍ଟି ହୋଇଛି ବିବାଦ । ଆଇନ ଜାଲରେ ଫଶିଲେ ଟଲିଉଡର ଏହି ଷ୍ଟାଇଲିଷ୍ଟ ଷ୍ଟାର । ତେଲେଙ୍ଗାନା ଷ୍ଟେଷ୍ଟ ରୋଡ୍‌ ଟ୍ରାନ୍ସପୋର୍ଟ କର୍ପୋରେସନକୁ ପକ୍ଷରୁ ତାଙ୍କୁ ଆଇନଗତ ନୋଟିସ ପଠାଯାଇଛି । TSRTCର କର୍ମଚାରୀ ଏବଂ ଯାତ୍ରୀଙ୍କୁ ସେ ଅପମାନିତ କରିଥିବା ଅଭିଯୋଗ ହୋଇଛି ।AA ବିଜ୍ଞାପନ କୁ ନେଇ ଅଡୁଆରେ ସାଉଥ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ

ବିଜ୍ଞାପନ କୁ ନେଇ ଅଡୁଆରେ ସାଉଥ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ | ନିକଟରେ ଆଲ୍ଲୁ ଅର୍ଜୁନ ଏକ ଆପ୍‌ର ବିଜ୍ଞାପନ କରିଥିଲେ । ୟୁଟ୍ୟୁବରେ ଏହି ବିଜ୍ଞାପନ ଗତ କିଛି ଦିନ ତଳେ ପ୍ରସାରିତ ହୋଇଛି । ଏହି ବିଜ୍ଞାପନରେ ଆଲ୍ଲୁ ଜଣେ ଦୋସା ବିକାଳୀ ଚରିତ୍ରରେ ନଜର ଆସିଛନ୍ତି । ସେ ଜଣେ ଗ୍ରାହକଙ୍କୁ ରାଜ୍ୟର ବସ୍‌ ଗୁଡିକ ଠିକଣା ସ୍ଥାନରେ ପହଞ୍ଚାଇବା ପାଇଁ ଅଧିକ ସମୟ ନିଅନ୍ତି । ଆପଣ ଆପ୍‌ ଜରିଆରେ ବାଇକରେ ବସି ଖୁବ୍‌ଶୀଘ୍ର ଓ ସଫଳତାର ସହ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ । ଏଥିସହ ବସ୍‌ ଭିଡରୁ ରକ୍ଷା ମଧ୍ୟ ପାଇପାରିବେ ବୋଲି କହୁଥିବା ଦେଖିବାକୁ ମିଳିଛି ।

ଏହି ବିଜ୍ଞାପନରେ ଆଲ୍ଲୁ ଅର୍ଜୁନ ଆନ୍ଧ୍ର ପ୍ରଦେଶ ର ପଶ୍ଚିମ ଗୋଦାବରୀ ଜିଲ୍ଲାର ବିରବସାରାମ ମାର୍ଗରେ ଠିଆ ହୋଇ ଆନ୍ଧ୍ର ପ୍ରଦେଶ ର ସରକାରୀ ବସ୍‌ ଆଡକୁ ଇସାରା କରିଥିବା ମଧ୍ୟ ନଜର ଆସିଛନ୍ତି । ଏହାକୁ ନେଇ ବିବାଦ ଉପୁଜିଛି ।

TSRTC ମୁଖ୍ୟ ବି.ସି. ସଜ୍ଜନର ଆଲ୍ଲୁ ଅର୍ଜୁନଙ୍କ ଏହି ବିଜ୍ଞାପନକୁ ବିରୋଧ କରିଛନ୍ତି । ଆର୍‌ଟିସି ବସ୍‌ରେ ଯାଉଥିବା ଯାତ୍ରୀ ଏବଂ କର୍ମଚାରୀ ଏହି ବିଜ୍ଞାପନକୁ ପସନ୍ଦ କରିନାହାନ୍ତି । TSRTCକୁ ଏହା ଅପମାନିତ କରିଛି । ତେଣୁ TSRTCର ମ୍ୟାନେଜମେଣ୍ଟ, ଯାତ୍ରୀ ଏବଂ ଏହାର ପୂର୍ବତନ କର୍ମଚାରୀମାନେ ଏଭଳି ଅପମାନକୁ ବରଦାଶ କରିବେ ନାହିଁ ବୋଲି ବି.ସି. ସଜ୍ଜନର କହିଛନ୍ତି । ଆଲ୍ଲୁ ଅର୍ଜୁନଙ୍କୁ ଏଥିପାଇଁ ଆଇନଗତ ନୋଟିସ ପଠାଯାଇଛି ।

TSRTC ସାଧାରଣ ଲୋକଙ୍କ ସେବା ପାଇଁ ଅଟେ । ଅଭିନେତା ମାନେ ସେହି ବିଜ୍ଞାପନ ଗୁଡିକୁ ପ୍ରୋତ୍ସାହିତ କରିବା ଉଚିତ ଯାହା ସାଧାରଣ ପରିବହନ ର ଉନ୍ନତି ପାଇଁ ଅଟେ ଏବଂ ଯାହା ଦ୍ୱାରା ଆମର ସାଇଟ୍ ପରିଷ୍କାର ରହିବ ବୋଲି ସେ କହିଛନ୍ତି । ବି.ସି. ସାଜ୍ଜନାର ପୂର୍ବରୁ ସାଇବରବାଦ ପୁଲିସ କମିଶନର ଥିଲେ । ଏହା ପରେ ତାଙ୍କୁ TSRTCର MD ଦାୟିତ୍ୱ ଦିଆଯାଇଛି ।

Popular Articles