ବୌଦ୍ଧ ଅବକାରୀ ବିଭାଗ ଦ୍ୱାରା ୧୨୫ କିଲୋ ଗଂଜେଇ ଜବତ

0
387

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୧୦/୧୧) : ବୌଦ୍ଧ, ବାଉଁସୁଣୀ ଅଂଚଳରୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏକ ଟାଟା ଏସି ଗାଡି ସହ ବିପୁଳ ପରିମାଣର ଗଞ୍ଜେଇ ବୌଦ୍ଧ ଅବକାରୀ ବିଭାଗ ଜବତ୍ କରିଥିବା ଜଣାପଡିଛି l

ସୂଚନା ମତେ ଆଜି ବୌଦ୍ଧ ବାଉଁସୁଣୀ ଅଂଚଳରୁ ଅନଗୁଳ ଜିଲ୍ଳା ବଇଣ୍ଡା ଅଂଚଳର ଜିତୁ ପୋଢ ନାମକ ଜଣେ ଯୁବକ OD 19 R 6073 ନମ୍ବର ଏକ ଟାଟା ଏସିଇ ଗାଡି ଯୋଗେ ଗଞ୍ଜେଇ ନେଇ ଯାଉଥିବା ବେଳେ ୫୭ ନମ୍ବର ଜାତୀୟ ଜହ୍ନlପଙ୍ଗ ନିକଟରେ ନିକଟରେ କୌଣସି ସୂତ୍ରରୁ ବୌଦ୍ଧ ଅବକାରୀ ବିଭାଗ ଖବର୍ ପାଇ ଧରିଥିଲେ l ଧରା ପଡିଥିବା ଗଞ୍ଜେଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ରେ ଓଜନ ହେବା ପରେ ୧୨୫ କିଲୋ ପରିମାଣ ବୋଲି ଜଣାପଡ଼ିଛି l ଟାଟା ଏସି ଜବତ କରିବା ସହିତ ଚାଲାଣ କରୁଥିବା ବ୍ୟକ୍ତିକୁ ଅବକାରି ବିଭାଗ ଗିରଫ କରି ଅଧିକତଥ୍ୟ ସଂଗ୍ରହ ପାଇଁ ତଦନ୍ତ ଚଳାଇଛି |