ସ୍ୱର୍ଗତ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ କୁ ‘ଜନଜାତୀୟ ଗୌରବ ଦିବସ’ ଘୋଷଣା

0
138

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୧/୧୧) : ସ୍ୱର୍ଗତ ବିର୍ସା ମୁଣ୍ଡାଙ୍କ ନଭେମ୍ବର ୧୫ ରେ ଜନ୍ମ ଜୟନ୍ତୀ କୁ କେନ୍ଦ୍ର ସରକାର ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ କୁ ଅନୁମୋଦନ କରାଯାଇଛି ।WhatsApp Image 2021 11 11 at 11.41.22 AM 1 ସ୍ୱର୍ଗତ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ କୁ ‘ଜନଜାତୀୟ ଗୌରବ ଦିବସ’ ଘୋଷଣା

ନଭେମ୍ବର ୧୫ ତାରିଖରେ ସ୍ୱର୍ଗତ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀକୁ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି । ନଭେମ୍ବର ୧୫ ରୁ ୨୨ ତାରିଖ ପର୍ଯ୍ୟନ୍ତ ‘ଜନଜାତୀୟ ଗୌରବ ଦିବସ’ ପାଳନ ହେବ । ଯାହା ଫଳରେ ଭବିଷ୍ୟତ ପିଢ଼ି ଦେଶ ପାଇଁ ବଳିଦାନ ଦେଇଥିବା ଆଦିବାସୀ ନେତାଙ୍କ ସମ୍ପର୍କରେ ଜାଣିବାର ସୁଯୋଗ ପାଇବ ।

ଏହି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ କୁ ରାଜ୍ୟ ସରକାରଙ୍କ ସହ ମିଶି କେନ୍ଦ୍ର ସରକାର ପାଳନ କରିବେ । ଓଡ଼ିଶା ସରକାର ରାଉରକେଲା ଠାରେ ନିର୍ମାଣ କରୁଥିବା ଦେଶର ସର୍ବ ବୃହତ ହକି ଷ୍ଟାଡ଼ିୟମ କୁ ବିର୍ସା ମୁଣ୍ଡାଙ୍କ ନାଁରେ ନାମିତ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ଘୋଷଣା ରାଜ୍ୟ ପାଇଁ ଗୌରବ ଆଣି ଦେଇଛି |