ଆସନ୍ତା ୧୯ ରେ ଶତାବ୍ଦୀର ଦୀର୍ଘତମ ‘ଆଶିଂକ’ ଚନ୍ଦ୍ର ଗ୍ରହଣ : ଭାରତରେ ହେବନି ଦୃଶ୍ୟମାନ

0
161

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୧/୧୧) : ଆସନ୍ତା ୧୯ ରେ ସଙ୍ଗଠିତ ହେବ ଶତାବ୍ଦୀର ଦୀର୍ଘତମ ଆଶିଂକ ଚନ୍ଦ୍ର ଗ୍ରହଣ । ଏହା ଭାରତୀୟ ସମୟ ସକାଳ ୧୧ ଟା ୩୨ ମିନିଟରେ ଆରମ୍ଭ ହେବ । ସେତେବେଳେ ଚନ୍ଦ୍ର ଉପଛାୟାରେ ପ୍ରବେଶ କରିବ ।

ଆସନ୍ତା ୧୯ ରେ ଅପରାହ୍ଣ ୧୨ ଟା ୪୮ ମିନିଟ ପରେ ଚନ୍ଦ୍ର ଛାୟାରେ ପ୍ରବେଶ କରିବ ଓ ଅପରାହ୍ଣ ୨ ଟା ୩୨ ମିନିଟରେ ସର୍ବାଧିକ ୯୭.୪୨ ପ୍ରତିଶତ ଗ୍ରହଣ ଲାଗିବ । ସେହିପରି ଅପରାହ୍ଣ ୪ ଟା ୧୭ ମିନିଟରେ ଏହା ଛାୟାରୁ ବାହାରିବ। ସନ୍ଧ୍ୟା ୫ ଟା ୩୩ ମିନିଟରେ ଉପଛାୟାରୁ ପୂରା ବାହାରି ଯିବ । ଏହି ଚନ୍ଦ୍ରଗ୍ରହଣ ଏସିଆ, ଅଷ୍ଟ୍ରେଲିଆ ଓ ଆମେରିକା ଏବଂ ୧୮ ରେ ଆଲାସ୍କା ଓ ହାୱାଇ ର କିଛି ଅଂଶ, ତଥା ଉତ୍ତର-ପଶ୍ଚିମ ତଥା ଉତ୍ତର-ୟୁରୋପର କିଛି ଅଞ୍ଚଳରେ ଆଂଶିକ ଚନ୍ଦ୍ରଗ୍ରହଣ ଭାବେ ଦୃଶ୍ୟମାନ ହେବ । ଭାରତକୁ ଏହା ଦୃଶ୍ୟମାନ ହେବ ନାହିଁ ।