ଅଜଣା ମହିଳାଙ୍କ ଗଳିତ ମୃତ ଶରୀର ଠାବ କଲା ପୁଲିସ

0
255

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,(୧୧/୧୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର ତଳସାଜା ନଦୀ ଘାଟରେ ଅଜଣା ମହିଳାଙ୍କ ଗଳିତ ମୃତ ଶରୀର ଉଦ୍ଧାର କଲା ପୁଲିସ ।

ସୂଚନା ଅନୁଯାୟୀ ଆଜି ତଳସାଜା ଗାଁର କିଛି ଲୋକ ଜାଳେଣି କାଠ ସଂଗ୍ରହ କରିବା ପାଇଁ ନିକଟସ୍ଥ ନାଗାବଳୀ ନିକଟକୁ ଯାଇଥିଲେ । ସେଠାରେ ଦୁର୍ଗନ୍ଧ ହେବାରୁ ନାଗାବଳୀ ନଦୀ ର ଦୁଇ ଶାଖା ମଝିରେ ଏକ ଅଜଣା ମହିଳାଙ୍କ ଗଳିତ ଶବ ପଡି ରହିଥିବା ଦେଖି ଗ୍ରାମବାସୀ ପୁଲିସ କୁ ସୂଚନା ଦେଇଥିଲେ । ଏହି ଖବର ପାଇ ସ୍ଥାନୀୟ ପୁଲିସ ଏସ ଆଇ ରଞ୍ଜନ ନାଗ ଓ ଏ ଏସ ଆଇ ଖଗପତି ହାଲୁଆ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇ ସରକାରୀ ନିୟମ ଅନୁଯାୟୀ ମୃତ ମହିଳାଙ୍କ ପରିଚୟ ମିଳିବା ପର୍ଯ୍ୟନ୍ତ ରଖା ଯିବ ।

ଯଦି ପରିଚୟ ନ ମିଳିଲେ ତାର ଶବ ସତ୍କାର କରାଯିବ ବୋଲି ଏସ ଆଇ ନାଗ କହିଛନ୍ତି । ଉକ୍ତ ଶବ ନାଗାବଳୀ ନଦୀରେ ଭାସି ଆସିଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି ।