କୋଟପାଡ଼ N.A.C. ଅବସର ପ୍ରାପ୍ତ କର୍ମଚାରୀଙ୍କ ବକୈୟା ଟଙ୍କା ପେନସନ୍ ପାଇଁ ଦାବି ପତ୍ର ପ୍ରଦାନ

0
183

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋଟପାଡ,(୧୨/୧୧) : ଗତ କାଲି କୋଟପାଡ଼ N.A.C. କାର୍ଯ୍ୟାଳୟ ଠାରେ ଅବସର ପ୍ରାପ୍ତ କର୍ମଚାରୀମାନେ ନିଜର ବକୈୟା ଟଙ୍କା ଓ ପେନସନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ବାରମ୍ବାର ପ୍ରତିଶୃତି ପରେ ମଧ୍ୟ ଉକ୍ତ ଅବସର କର୍ମଚାରୀଙ୍କ ବକୈୟା ଟଙ୍କା ହସ୍ତାନ୍ତର କି ଅନ ଲାଇନ ପେମେଣ୍ଟ କରାଯାଇନାହିଁ l

ଅବସର ପ୍ରାପ୍ତ କର୍ମଚାରୀଙ୍କ କହିବା ଅନୁସାରେ ସେମାନେ ଗତ ତା :୨୯/୦୭/୨୦୧୧ ରେ ଏହି ସମ୍ବନ୍ଧରେ କୋଟପାଡ N.A.C. ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ | ସେତେବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦଶହରା ପୂର୍ବରୁ ଦେବେ ବୋଲି ମୌଖିକ ପ୍ରତିଶୃତି ଦେଇଥଲେ,କିନ୍ତୁ ସେପରି ହୋଇ ନ ଥିଲା l ତେଣୁ ପୁନର୍ବାର ତା : ୧୧/୧୧/୨୧ ରିଖ ଦିନ ଏହି ବକୈୟା ଟଙ୍କା ଓ ଯେଉଁ କର୍ମଚାରୀଙ୍କ ପେନସନ ହୋଇନାହିଁ ସେମାନଙ୍କ ପେନସନ ପାଇଁ କୋଟପାଡ଼ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି l

କାର୍ଯ୍ୟ ନିର୍ବାହୀ ଅଧିକାରୀ ଆସନ୍ତା ୧୫ ଦିନ ମଧ୍ୟରେ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l ଦାବିପତ୍ର ଦେବା ସମୟରେ ଅବସର ପ୍ରାପ୍ତ କର୍ମଚାରୀ ଶ୍ରୀ ନବୀନ ମନ୍ଦlର,ରଜନୀକାନ୍ତ ଶତ୍ରୁଶଲ୍ୟ, ପ୍ରଦୀପ ପଟ୍ଟନାୟକ, ଟି. ଯାନୀ, ଆମି ସୁନା, ପଞ୍ଚାନନ ପ୍ରଧାନଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l