Friday, March 29, 2024

Top 5 This Week

Related Posts

ବିହାରୀ ସମ୍ପ୍ରଦାୟ ର ଲୋକ ମାନଙ୍କ ଦ୍ୱାରା ଛଠ ପୂଜା ପାଳିତ 

ରିପୋର୍ଟ : ଗୋପୀନାଥ ଗୌଡ଼
ମୁନିଗୁଡା,(୧୧/୧୧) : ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ବିହାରୀ ସମ୍ପ୍ରଦାୟ ର ଲୋକ ମାନଙ୍କ ଦ୍ୱାରା ପବିତ୍ର ଛଠ ପୂଜା ମହା ଆଡମ୍ବର ର ସହିତ ପାଳିତ ହୋଇଯାଇଛି l

ଏହି ଅବସରରେ ବିହାରୀ ସମ୍ପ୍ରଦାୟ ର ମହିଳା, ପୁରୁଷ ଓ ଯୁବକ ଯୁବତୀ ମାନେ ସିନେମା ହଲ ନିକଟସ୍ଥ ପୋଖରୀ ପରିସରରେ ଛଟ ପୂଜା ପାଇଁ ଏକ ଅସ୍ଥାୟୀ ମଣ୍ଡପ ପ୍ରସ୍ତୁତ କରି ସେଠାରେ ପୁରୋହିତ ଜଗବନ୍ଧୁ ପଣ୍ଡାଙ୍କ ପୌରହିତ୍ୟରେ ହୋମଯଜ୍ଞ ସହ ବିଭିନ୍ନ ପୁଜାର୍ଚ୍ଚନା କରିଥିଲେ l ଗତ ତିନି ଦିନ ଧରି ସଂକଳ୍ପ କରି ନିର୍ଜଳ ଉପବାସ ରହିବା ସହ ବୁଧୁବାର ରାତି ତମାମ ପୂଜା ମଣ୍ଡପ ନିକଟରେ ସମସ୍ତେ ଭଜନ ଓ ସଂକୀର୍ତନ କରି ଗୁରୁବାର ସକାଳୁ ସମ୍ପ୍ରଦାୟର ସମସ୍ତ ମହିଳା ପୁରୁଷ, ଯୁବତୀ, ଯୁବକ ମାନେ ସୂର୍ଯ୍ୟଙ୍କୁ ଆରାଧନା କରିବା ସହ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ନିଜ ଉପବାସ ସଂକଳ୍ପ ଶେଷ କରିଥିଲେ l

ଶେଷରେ ପରିବାର, ସମ୍ପର୍କୀୟ ଓ ନିଜ ସମ୍ପ୍ରଦାୟର ଲୋକ ମାନଙ୍କୁ ଓ ପରସ୍ପରଙ୍କୁ ଶୁଭେଚ୍ଛା ଜଣାଇଥିଲେ l ଉକ୍ତ ଛଠ ପୂଜା କାର୍ଯ୍ୟକ୍ରମକୁ ବିହାରୀ ସମାଜର ସଭାପତି ଭୋଳାନାଥ ଦୁବେ, ଛୋଟେଲାଲ ସିଂ,ଧରମ ସିଂ, ମହାବୀର ଶର୍ମା, ଶ୍ରୀରାମ ସିଂ,ଗୁଡ଼ୁ ସିଂ, ସାହିଲ ସିଂ, ନଗେନ୍ଦ୍ର ସାହୁ, ସିଧନାଥ ରାଏ, କ୍ରିଷ୍ଣା ଶର୍ମା, ସଞ୍ଜୟ ଗୁପ୍ତା ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ l

Popular Articles