ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପଟ୍ଟନାୟକ ଙ୍କ ୧୦୬ ତମ ଜନ୍ମ ଜୟନ୍ତୀ ପାଳିତ

0
186

ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡା,(୧୧/୧୧) : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ସେବକ, ଗାନ୍ଧୀବାଦୀ ତଥା ବାଲିଗୁଡା ବନବାସୀ ସେବା ସମିତି ର ପ୍ରାଣ ପ୍ରତିଷ୍ଠାତା ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା) ଙ୍କ ୧୦୬ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି |

ସକାଳୁ ବନବାସୀ ଅନ୍ତେବାସୀ ଙ୍କ ତରଫରୁ ବୁଡ଼ାଗୁଡ଼ା ରାସ୍ତା ରେ ଥିବା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ | ପରେ ବନବାସୀ ସେବା ସମିତି ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି | ବନବାସୀ ସେବା ସମିତି ଅନୁଷ୍ଠାନ ର ସଭାପତି ଲାଲ ନନ୍ଦା ପ୍ରଧାନ ଅଧ୍ୟକ୍ଷତା ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି |

ଏଥିରେ ମୂଖ୍ୟ ଅତିଥି ଭାବେ ବାଲିଗୁଡା ଖଣ୍ଡିୟ ବନ ଅଧିକାରୀ ବିଶ୍ୱ ରାଜ ପଣ୍ଡା ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପଟ୍ଟନାୟକ ଙ୍କ ତ୍ୟାଗ ପୂତ ଜୀବନୀ ସମ୍ପର୍କ ରେ ଆଲୋକପାତ କରିଥିଲେ | ମୁଖ୍ୟ ବକ୍ତା ରୂପେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରଣ ବନବାସୀ ପ୍ରାଣ ପ୍ରତିଷ୍ଠାତା ବିଶ୍ୱନାଥ (ଆଜ୍ଞା )ଙ୍କ ଜୀବନ ବିଷୟରେ ସାର ବୃତ୍ତାନ୍ତ କହିଥିଲେ | ସମ୍ମାନିତ ଅତିଥି ରୂପେ ସୁରକ୍ଷା ଅଧିକାରୀ ଏସ ଗାୟତ୍ରୀ, ସିଡ଼ିପିଓ ଅନିତା ଦାସ, ବନବାସୀ ସେବା ସମିତି ସମ୍ପାଦକ ଉଛବ ଜେନା ପ୍ରମୁଖ ମଞ୍ଚାସିନ ଥିଲେ |

ବନବାସୀ ସେବା ସମିତି ସହ ସମ୍ପାଦକ ରବୀନ୍ଦ୍ର ପଣ୍ଡା ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରି ଥିଲେ | ବନବାସୀ ସେବା ସମିତି ପ୍ରତିଷ୍ଠାତା ଙ୍କ ଜୟନ୍ତୀ ବିଶିଷ୍ଟ ବ୍ୟକ୍ତି ଙ୍କୁ ସମ୍ମାନିତ କରାଯାଇଥିଲା |