ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡା,(୧୧/୧୧) : ବାଲିଗୁଡା ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ରେ ୬୯ ତମ ରାଜ୍ୟ ସ୍ତରୀୟ ଭଲିବଲ ପ୍ରତିଯୋଗିତା ଉଦଘାଟିତ ହୋଇଛି l ଓଡିଶା ସରକାର ଏବଂ କିଟ କିସ ର ଆର୍ଥିକ ସହାୟତା ତଥା ଓଡିଶା ଭଲିବଲ ଆସୋସିଏସନ ଓ ବାଲିଗୁଡା ଉପଖଣ୍ଡ କ୍ରୀଡା ସଙ୍ଘ ର ମିଳିତ ଆନୁକୂଲ୍ୟ ରେ ପ୍ରଥମ ଥର ପାଇଁ ଏହି ଐତିହାସିକ ଭଲିବଲ ମହାକୁମ୍ଭ ଅନୁଷ୍ଠିତ ହୋଇଅଛି l
ବାଲିଗୁଡା ବିଧାୟକ ଚକ୍ରମଣୀ କଂହର, ପୂର୍ବତନ ବିଧାୟକ ରାଜୀବ ପାତ୍ର, ବାଲିଗୁଡା ସାଂସଦ ପ୍ରତିନିଧି ଲୋକନାଥ ପାଢ଼ୀ, ଉପଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ରେ ଏହି ପ୍ରତିଯୋଗିତା ର ଶୁଭ ଉଦଘାଟନ କରିଛନ୍ତି l ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ୱଳନ କରିବା ସହ ୬୯ ତମ ରାଜ୍ୟ ସ୍ତରୀୟ ଭଳିବଲ ପ୍ରତିଯୋଗିତା ର ପତାକା ଉତ୍ତୋଳନ କରିଥିଲେ l
ଏହି ପ୍ରତିଯୋଗିତା ର ଉଦଘାଟନ ମ୍ୟାଚ ବଲାଙ୍ଗୀର ଓ ନୂଆପଡା ମଧ୍ୟ ରେ ଖେଳାଯାଇଥିଲା l ଉଦଘାଟନ ମ୍ୟାଚ ରେ ଉଭୟ ଦଳ ପକ୍ଷ୍ୟ ରୁ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିଥିବା ବେଳେ ବଲାଙ୍ଗୀର ଟିମ ନୂଆପଡା କୁ ୨-୦ ସେଟ ରେ ହରାଇଛି l କନ୍ଧମାଳ ସଂସଦୀୟ କ୍ଷେତ୍ର ର ଗଳିକନ୍ଦି ରେ ଭଳିବଲ ପ୍ରତି ଆଗ୍ରହ ରହିଥିବା ବେଳେ କନ୍ଧମାଳ ସାଂସଦ ଙ୍କ ଏହି ପଦକ୍ଷେପ ପାଇଁ ବିଭିନ୍ନ ମହଲ ରେ କୃତଜ୍ଞତା ଜ୍ଞାପନ କରିଛନ୍ତି କନ୍ଧମାଳ ବାସୀ ଓ କ୍ରୀଡ଼ାବିତ |
ବାଲିଗୁଡା ଉପଖଣ୍ଡ କ୍ରୀଡା ସଂଘ ସମ୍ପାଦକ ଡ଼ ସୁଶାନ୍ତ କୁମାର ଦାସ, କ୍ରୀଡା ଶିକ୍ଷକ ଗଙ୍ଗାଧର ପଣ୍ଡା, ଶିକ୍ଷକ ତୀର୍ଥବାସୀ ଘଡେଇ, ସଦସ୍ୟ ରଂଜିତ କୁମାର ମହାନ୍ତି ସମେତ ବାଲିଗୁଡା ର କ୍ରୀଡା ପ୍ରେମୀ ସହଯୋଗ କରିଛନ୍ତି |