ଗୋଷ୍ଠାଷ୍ଟମୀ ଅବସରରେ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ

0
204

ରିପୋର୍ଟ : ରୁଦ୍ର ନାରାୟଣ ହୋତା
କୁନ୍ଦୁରା,(୧୨/୧୧) : ଆଜି କାର୍ତ୍ତିକ ମାସ ଗୋଷ୍ଠାଷ୍ଟମୀତିଥି, ଏହି ଅବସରରେ ଗୋ ମାତାଙ୍କୁ ହିନ୍ଦୁ ଧର୍ମ ରୀତିନୀତି ଅନୁଯାୟୀ ପୂଜା କରାଯାଉଥିବା ବେଳେ କୁନ୍ଦୁରା ବ୍ଲକ ଅନ୍ତର୍ଗତ ଉଦୁଲୁଗୁଡା ଠାରେ ଗୋଷ୍ଠାଷ୍ଟମୀ ଅବସରରେ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି l

ଗୋଷ୍ଠାଷ୍ଟମୀ ଅବସରରେ ଉଦୁଲୁଗୁଡା ଗ୍ରାମବାସୀ ଙ୍କ ପକ୍ଷରୁ ଆୟାଜିତ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋରାପୁଟ ପ୍ରାନ୍ତ ଧର୍ମ ଜାଗରଣ ବିଭାଗ ଗଙ୍ଗାଧର ନନ୍ଦ, ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ଅତିଥି ମଧ୍ୟରୁ କୁନ୍ଦୁରା ବିଶ୍ୱ ହିନ୍ଦୁ ପରିଷଦ ସଭାପତି ଚୂଡ଼ାମଣି ବିଶୋଇ, ବ୍ରାହ୍ମଣ ସମାଜ ସଭାପତି, ଡ଼ମ୍ବ ସମାଜ ସଭାପତି ଚନ୍ଦ୍ର ଶଗରିଆ, ଦୁରୁଆ ସମାଜ ସଭାପତି ଜଗବନ୍ଧୁ ଦୁରୁଆ ପ୍ରମୁଖ ଉପସ୍ଥିତ ଥିଲେ l

ଆଜିର ଏହି ପବିତ୍ର ତିଥିରେ ଗୋ ମାତାଙ୍କ ପୂଜା ଅର୍ଚ୍ଚନା କରିବା ସହ ଗାଈ ର ଉପକାରିତାକୁ ନେଇ ଜନ ଜାଗରଣ କରିବା ଉଦ୍ଦେଶ୍ୟରେ ଆଜି ଏହା ଅନୁଷ୍ଠିତ ହୋଇ ଯାଇଛି l ସେହିପରି କରୋନା ମହାମାରୀରେ ମୃତ୍ୟୁ ଘଟିଥିବା ଲୋକଙ୍କ. ଆତ୍ମାର ସଦଗଦି ଶାନ୍ତି ନିମନ୍ତେ ମହାଯଜ୍ଞର ଆୟୋଜନ କରାଯାଇଛି l