Friday, March 29, 2024

Top 5 This Week

Related Posts

ମୋବାଇଲ ଫୋନ ପାଇଁ ବଡ଼ ଭାଇର ଜୀବନ ନେଲା ସାନ ଭାଇ

ରିପୋର୍ଟ : ଏନ.ସନ୍ତୋଷ କୁମାର //
ବୈପାରୀଗୁଡା,(୧୨/୧୧) : ମୋବାଇଲ ଫୋନ ପାଇଁ ବଡ଼ ଭାଇର ଜୀବନ ନେଲା ସାନ ଭାଇ । ଏଭଳି ଏକ ହତ୍ୟାକାଣ୍ଡ ଘଟିଛି ବୈପାରୀଗୁଡା ଥାନା ଅନ୍ତର୍ଗତ ଦଶମନ୍ତପୁର ଗ୍ରାମରେ ।

 

ଏହି ଘଟଣାର ତଦନ୍ତ କରୁଛି ପୋଲିସ ସାଇଣ୍ଟିଫିକ ଟିମ l ସେପଟେ ଅଭିଯୁକ୍ତ ଫେରାର ଅଛି l ମୃତକ ହେଲେ ଦଶମନ୍ତପୁର ଗ୍ରାମର ୩୨ ବର୍ଷୀୟ କାହ୍ନୁ ଚରଣ ପ୍ରଧାନୀ l ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତ କାଲି ରାତିରେ ମୋବାଇଲ ଫୋନ କୁ ନେଇ କାହ୍ନୁ ଚରଣ ପ୍ରଧାନୀ ଓ ତାଙ୍କ ସାନଭାଇ ଲଷ୍ମୀକାନ୍ତ ପ୍ରଧାନୀ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଲଷ୍ମୀକାନ୍ତ ଏକ ଲୁହା ଛୁରୀ ସାହାୟ୍ଯରେ ବଡ଼ଭାଇ କାହ୍ନୁ ଚରଣଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଗୁରୁତର ହୋଇ ପଡ଼ିଥିବା କାହ୍ନୁ ଚରଣ l ପରିବାର ଲୋକେ ଗୁରୁତର କାହ୍ନୁ ଚରଣଙ୍କୁ ସଙ୍ଗେ ସଙ୍ଗେ ବୈପାରୀଗୁଡା ଡାକ୍ତରଖାନାକୁ ନେଇଥିଲେ ହେଲେ କାହ୍ନୁ ଅତି ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଜୟପୁର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଜୟପୁର ମେଡ଼ିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା।

ମୃତ କାହ୍ନୁଙ୍କ ସଂପର୍କୀୟ ଏ ନେଇ ବୈପାରୀଗୁଡା ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଈଶ୍ୱେର ତାଣ୍ଡିଙ୍କ ନେତୃତ୍ୱରେ ପୋଲିସ ସାଇଣ୍ଟିଫିକ ଟିମ ଦଶମନ୍ତପୁର ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଥିବା ଜଣା ପଡିଛି l ସେପଟେ ଅଭିଯୁକ୍ତ ଫେରାର ଥିବା ବେଳେ ଅତି ଶୀଘ୍ର ଫେରାର ଅଭିଯୁକ୍ତ ଲଷ୍ମୀକାନ୍ତ ପ୍ରଧାନୀଙ୍କୁ ଗିରଫ କରିବା ପାଇଁ ଏକ ଟିମ ଗଠନ କରାଯାଇଛି ବୋଲି ଥାନା ଅଧିକାରୀ ଈଶ୍ୱେର ତାଣ୍ଡି ପ୍ରକାଶ କରିଛନ୍ତି l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles