ବିଜୁଳି ଶ୍ଳୁକ ବୃଦ୍ଧି ଓ ବିଜୁଳି କାଟ ପ୍ରତିବାଦରେ ବିଜେପିର କ୍ୟାଣ୍ଡେଲ ଶୋଭାଯାତ୍ରା

0
180

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୧୭/୦୭) : ବଲାଙ୍ଗୀର ଜିଲ୍ଲାରେ ବିଜୁଳି ଶ୍ଳୁକ ବୃଦ୍ଧି ଓ ଘନ ଘନ ବିଜୁଳି କାଟ ଯୋଗୁଁ ସାଧାରଣ ଜନତା ଅତିଷ୍ଠ ହୋଇଗଲେଣି ।

ବଲାଙ୍ଗୀର ଜିଲ୍ଲା ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚା ପକ୍ଷରୁ ରାଜ୍ୟର ଶାସକ ବିଜୁ ଜନତା ଦଳ ଅହେତୁକ ଭାବେ ବିଜୁଳି ଶ୍ଳୁକ ବୃଦ୍ଧି ଓ ବିଜୁଳି କାଟ ପ୍ରତିବାଦରେ ସ୍ଥାନୀୟ କୋଶଳ କଳାମଣ୍ଡଲ ପଡିଆ ଠାରୁ ଜିଲ୍ଲା ବିଜେପି ଯୁବ ମୋର୍ଚା ସଭାପତି ସୁଶାନ୍ତ କୁମାର ଦାଶଙ୍କ ନେତୃତ୍ଵରେ ଏକ ମହମବତୀ ଶୋଭାଯାତ୍ରା ରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ବିଜୁଳି ଶ୍ଳୁକବୃଦ୍ଧି ବାରମ୍ବାର ବିଜୁଳି କାଟର ପ୍ରତିବାଦ କରିଥିଲେ ।

ରାଜ୍ୟ ସରକାରଙ୍କ ଏହି କମ୍ପାନୀପ୍ରିତି ନିତି ଯଦି ବନ୍ଦ ନ କରନ୍ତି ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଉପସ୍ଥିତ ନେତୃବୃନ୍ଦ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଏହି ମୋମବତୀ ଶୋଭାଯାତ୍ରାରେ ରାଜ୍ୟ ବିଜେପି ଯୁବ ମୋର୍ଚା ସଭାପତି ଇରାସିସ ଆଚାର୍ଯ୍ୟ, ଜିଲ୍ଲା ଭାରତୀୟ ଜନତା ପାର୍ଟି ସଭାପତି ଶିବାଜୀ ମହାନ୍ତି, ବରିଷ୍ଠ ବିଜେପି ନେତା ଅନନ୍ତ ଦାଶ,ରାକେଶ ମିଶ୍ର ଙ୍କ ସମେତ ଜିଲ୍ଲା ମହିଳା ମୋର୍ଚା କର୍ମି ଓ ଶତାଧିକ ବିଜେପି କର୍ମକର୍ତ୍ତା ଯୋଗ ଦେଇଥିଲେ ।