ଆସନ୍ତା ବର୍ଷ ଏପ୍ରିଲ-ମେ’ ମାସ ସୁଦ୍ଧା ନିଲାମ ହେବ 5G ସ୍ପେକ୍ଟ୍ରମ : ଅଶ୍ୱିନୀ ବୈଷ୍ଣବ

0
182

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୧୩/୧୧) : ଆସନ୍ତା ବର୍ଷ ଏପ୍ରିଲ-ମେ’ ସୁଦ୍ଧା ଦେଶରେ 5G ସ୍ପେକ୍ଟ୍ରମ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓ ସମ୍ମିଟ ରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିପାଇଁ ଟେଲିକମ୍ ରେଗୁଲେଟୋରୀ ଅଥୋରିଟି ଅଫ ଇଣ୍ଡିଆ (ଟ୍ରାଇ) ତାର କାମ ଜାରି ରଖିଛି ।

ଆସନ୍ତା ବର୍ଷ ଏପ୍ରିଲ-ମେ’ ମାସ ସୁଦ୍ଧା କିଭଳିି ସ୍ପେକ୍ଟ୍ରମ ନିଲାମ କରାଯିବ ସେ ନେଇ ବିଚାର ବିମର୍ଶ କରୁଛି ଟ୍ରାଇ । ଫେବ୍ରୁଆରୀ ସୁଦ୍ଧା ଟ୍ରାଇ ତାର ରିପୋର୍ଟ ଦେବା ପରେ ସରକାର ନିଲାମ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ସେ କହିଛନ୍ତି । ସେହିପରି ସାମାଜିକ ଗଣମାଧ୍ୟମକୁ ସରକାର ନିୟନ୍ତ୍ରଣ କରିବା କିମ୍ବା ବ୍ୟକ୍ତିଗତ ଗୋପନୀୟତା କୁ କ୍ଷୁର୍ଣ୍ଣ କରିବା ପ୍ରଶ୍ନର ଅତି ସରଳ ଉତ୍ତର ରଖିଛନ୍ତି ଆଶ୍ୱିନୀ ବୈଷ୍ଣବ ।

ବହୁ ଚର୍ଚ୍ଚିତ ପେଗାସସ ଗୁଇନ୍ଦାଗିରି ପ୍ରସଙ୍ଗରେ ଉତ୍ତର ରଖି କହିଛନ୍ତି ସୁପ୍ରିମକୋର୍ଟ ଙ୍କ ଗାଇଡ ଲାଇନ୍ ଅନୁସାରେ କରକାର ସମସ୍ତ କାମ କରିଛନ୍ତି । କିନ୍ତୁ ସରକାର ଗୁଇନ୍ଦାଗିରି ପାଇଁ ପେଗାସସ କୁ ବ୍ୟବହାର କରିଛନ୍ତି ନା ନାହିଁ, ସେ ନେଇ ସିଧାସିଧା ଉତ୍ତର ରଖିନାହାନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।