Friday, March 29, 2024

Top 5 This Week

Related Posts

ସର୍ଵ ପୁରାତନ ଆୟୁର୍ବେଦ ମହାବିଦ୍ୟାଳୟ ର ସମସ୍ୟା ସମାଧାନ ନେଇ ସ୍ୱତନ୍ତ୍ର ପଦକ୍ଷେପ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୧୭/୦୭) : ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଥିବା ସର୍ଵ ପୁରାତନ ବଲାଙ୍ଗୀର ଆୟୁର୍ବେଦ ମହାବିଦ୍ୟାଳୟ ର ପୁନରୁଦ୍ଧାର ନେଇ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ନରସିଂହ ମିଶ୍ର ପରିଦର୍ଶନ ସହ ଏକ ବୈଠକ ଅନୁଷ୍ଠିତ କରିଥିଲେ ।

ଖ୍ୟାତି ସମ୍ପର୍ଣ୍ଣ ତଥା ସର୍ଵ ପୁରାତନ ଏହି ମହାବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଶାରଦେଶ୍ୱରୀ ଆୟୁର୍ବେଦ ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ । ରାଜ୍ୟର ସର୍ବ ପୁରାତନ ଆୟୁର୍ବେଦ ମହାବିଦ୍ୟାଳୟ ବର୍ତ୍ତମାନ ଅନେକ ପ୍ରକାର ସମସ୍ୟା ଦେଇ ଗତି କରୁଛି ।

ମହାବିଦ୍ୟାଳୟ ପରିସରରେ କଲେଜ ଅଧ୍ୟକ୍ଷ ପ୍ରଫେସର ଅରୁଣ କୁମାର ଦାଶ, ଆୟୁର୍ବେଦ ଛାତ୍ର ସଂଘର ସମ୍ପାଦକ ଡ. ରୋସନ ଦାଶ ଆୟୁର୍ବେଦ କଲେଜର ବିଭିନ୍ନ ସମସ୍ୟାକୁ ବିଧାୟକ ଶ୍ରୀ ମିଶ୍ରଙ୍କ ଆଗରେ ଉପସ୍ଥାପନ କରିଥିଲେ ।

ଷ୍ଟାଫ୍ ଅଭାବ ଯୋଗୁଁ ଆଗାମୀ ଦିନରେ କଲେଜରେ ଶିକ୍ଷା ତଥା ଚିକିତ୍ସା ଅସମ୍ଭବ ହୋଇ ପଡିବ ବୋଲି କଲେଜ ଅଧ୍ୟକ୍ଷ ବିଧାୟକଙ୍କୁ କହିଥିଲେ । ଏପରି କି ଆଗାମୀ ବର୍ଷ ନାମଲେଖା ମଧ୍ୟ ବାଧାପ୍ରାପ୍ତ ହୋଇପାରେ ବୋଲି ଛାତ୍ର ନେତା ରୋସନ ଦାଶ ବିଧାୟକ ଶ୍ରୀ ମିଶ୍ରଙ୍କୁ ଜଣାଇଥିଲେ ।

କଲେଜରେ ଛାତ୍ର ସଂଖ୍ୟା ବଢିଥିବାରୁ ପୁରାତନ କ୍ଲାସ ରୁମରେ ବର୍ତ୍ତମାନ ଶିକ୍ଷାଦାନ ସମ୍ଭବ ହୋଇପାରୁନାହିଁ । ତେଣୁ ନୂତନ କ୍ଲାସ ରୁମ ଜରୁରୀ ହୋଇପଡ଼ିଛି । ଏଥିସହିତ ଛାତ୍ର ସଂଘ ତରଫରୁ ୧୧ ଦଫା ଦାବିପତ୍ର ବିଧାୟକ ଶ୍ରୀ ମିଶ୍ରଙ୍କୁ ଦିଆଯାଇଥିଲା ।

ଯେଉଁଥିରେ ଛାତ୍ରଛାତ୍ରୀଙ୍କ ପାଇଁ ଖେଳ ପଡିଆ, ପିଇବା ପାଣି ପାଇଁ ଓଭରହେଡ୍ ଟ୍ୟାଙ୍କ, ୬ଟି ଡିଜିଟାଲ ଷ୍ଟଡି ବୋର୍ଡ, ଏକ ଅଡିଟୋରିୟମ, ସୋଲାର ସିଷ୍ଟମ, ଏକ ନୂତନ ଗେଟ, ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ, ବାଉଣ୍ଡ୍ରୀ ୱାଲ, ଚତୁର୍ଥ ଶ୍ରେଣୀ କର୍ମଚାରୀର ଅଭାବ ଏବଂ ଏକ ଇ-ଲାଇବ୍ରେରୀ ପାଇଁ ନିହାତି ଜରୁରୀ ବୋଲି ବିଧାୟକ ଶ୍ରୀ ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ପିଇବା ପାଣି ସମସ୍ୟାର ଶୀଘ୍ର ସମାଧାନ ପାଇଁ ଜନସ୍ୱାସ୍ଥ୍ୟ ବିଭାଗକୁ ଶ୍ରୀ ମିଶ୍ର ଯୋଗାଯୋଗ କରି ଏକ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ଛାତ୍ରଛାତ୍ରୀଙ୍କ କ୍ଲାସ ରୁମରେ ପାଠ ପଢା ପାଇଁ ନିହାତି ଆବଶ୍ୟକ ଥିବା ୬ଟି ଡିଜିଟାଲ ଷ୍ଟଡି ବୋର୍ଡ ନିଜେ ବିଧାୟକ ପାଣ୍ଠିରୁ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ଏବଂ ଡାକ୍ତରୀ ଛାତ୍ରଛାତ୍ରୀମାନେ ଦାବି କରିଥିବା ଇ-ଲାଇବ୍ରେରୀର ରୂପ ରେଖ କଣ ହେବ ସେ ଉପରେ ସେ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ । ଏହା ସହ କଲେଜ ଆଲୋକିକରଣ ମଧ୍ୟ ନିଜ ପାଣ୍ଠିରୁ କରିବା ପାଇଁ ଶ୍ରୀ ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ପ୍ରତିଶୃତି ଦେଇଥିଲେ ।

ଛାତ୍ରମାନେ ଦାବି କରିଥିବା ସୋଲାରଲାଇଟ ସିଷ୍ଟମ, ଷ୍ଟାଫ କ୍ୱାଟର, ଓଭରହେଡ୍ ଟ୍ୟାଙ୍କ, ନୂତନ କ୍ଲାସ ରୁମ ଏସବୁ ପାଇଁ ସରକାରଙ୍କ ପାଖକୁ ବିଧିବଦ୍ଧ ପ୍ରସ୍ତାବ ପଠାଯିବ ଏବଂ ଆଗାମୀ ଦିନରେ କଲେଜର ଯାହା କିଛି ସମସ୍ୟା ଅଛି ତାର ଏକ ସବିଶେଷ ବିବରଣୀ ତାଙ୍କୁ ପ୍ରଦାନ କରିବାକୁ କଲେଜ ଅଧ୍ୟକ୍ଷଙ୍କୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି ।

ଆଜିର ଏହି ବୈଠକରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତୀତ ଅଧ୍ୟକ୍ଷ ଅରୁଣ କୁମାର ଦାଶ, ଡ. ସିମାଦ୍ରୀ ଭୂଷଣ ନାୟକ, ନବକୃଷ୍ଣ ମାଝୀ, ଛାତ୍ର ସଂଘ ସଭାପତି ଅଶ୍ୱିନୀ ରେଡ୍ଡି, ଛାତ୍ର ସଂଘ ସାଧାରଣ ସମ୍ପାଦକ ଡ. ରୋସନ ଦାଶ, ଉପ-ସଭାପତି ସନ୍ତୋଷ କୁମାର ଧଳ ଏବଂ ବିଧାୟକଙ୍କ ପ୍ରତିନିଧି ଡ. ପ୍ରକାଶ ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Popular Articles