ରାୟଗଡ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଆନୁକୁଲ୍ୟରେ ମେଗା ଆଇନ ସେବା ଶିବିର

0
187

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ,(୧୩/୧୧) : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ରାୟଗଡ ଜିଲ୍ଲା ପ୍ରଶାସନ ର ମିଳିତ ଆନୁକୁଲ୍ୟରେ ଆଜି ୧୩.୧୧.୨୦୨୧ ରିଖ ଦିନ ଏକ ମେଗା ଆଇନ ସେବା ଶିବିର ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଟିତ ହୋଇଯାଇଛି ।ece810a0 cae1 4e7b 9014 154ade8e988d ରାୟଗଡ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଆନୁକୁଲ୍ୟରେ ମେଗା ଆଇନ ସେବା ଶିବିର

ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ରାୟଗଡ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ ତଥା ଜିଲ୍ଲା ଜର୍ଜ ଇନଚାର୍ଜ ଶ୍ରୀଯୁକ୍ତ ତ୍ରିରଞ୍ଜନ ପାତ୍ର ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ତାଙ୍କ ବକ୍ତବ୍ୟରେ ଜନ ମଙ୍ଗଳ ରାଷ୍ଟ୍ରରେ ନ୍ୟାୟପାଳିକାର ପ୍ରମୁଖ ଭୂମିକା ଉପରେ ଉଲ୍ଲେଖ କରି ଜନସାଧାରଙ୍କ ସେବାରେ ଆଇନର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ ।

ଏହି ଶିବିରରେ ଅନ୍ନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଯୋଗଦେଇ ତାଙ୍କ ବକ୍ତବ୍ୟରେ ଜନ କଲ୍ୟାଣ ରାଷ୍ଟ୍ରରେ ନ୍ୟାୟପାଳିକା ଓ ପ୍ରଶାସନ ର ପ୍ରମୁଖ ଭୂମିକା ଉପରେ ଉଲ୍ଲେଖ କରି ସରକାରଙ୍କ ବିଭିନ୍ନ ଜନ ହିତକାରି ଯୋଜନା ର ସଫଳ ରୂପାୟନରେ ସରକାରୀ କର୍ମଚାରୀଙ୍କ ସାଧୁତା ଓ କର୍ତବ୍ୟନିଷ୍ଟ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ ।0a0d2aef dfac 4892 985c 316f09cc40f1 ରାୟଗଡ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଆନୁକୁଲ୍ୟରେ ମେଗା ଆଇନ ସେବା ଶିବିର

ଏହି ମେଗା ଆଇନ ସେବା ଶିବିରରେ ପରିବାର ବିଚାରବିଭାଗୀୟ ବିଚାରପତି ଶ୍ରୀଯୁକ୍ତ ଆଶିଷ କୁମାର ତ୍ରିପାଠୀ ଓ ସ୍ଥlୟୀ ଲୋକଅଦାଲତ ର ଅଧ୍ୟକ୍ଷ ବିଚାରପତି ଶ୍ରୀଯୁକ୍ତ ହିମାଂଶୁ ଶେଖର ବ୍ରହ୍ମl ତାଙ୍କ ବକ୍ତବ୍ୟରେ ମେଗା ସଚେତନତା ଶିବିରରେ ଆଭୀମୁଖ୍ୟ ଓ ଆଇନ ସେବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଜିଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ଶ୍ରୀ ଯୁକ୍ତ ମନୋରଞ୍ଜନ ମିଶ୍ର ପ୍ରାରମ୍ଭିକ ଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମର ଉଦେଶ୍ୟ ସମ୍ବନ୍ଧରେ କହିଥିଲେ l

ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ମୂଖ୍ୟ ବିଚର ବିଭାଗୀୟ ବିଚାରପତି ମାନସରଞ୍ଜନ ଦାସ, ରେଜିଷ୍ଟ୍ରାର ପ୍ରତିମା ପlତ୍ର, ବରିଷ୍ଟ ଦେବାନୀ ଜଜ ସତରୁପା ଶତପଥୀ, ମହିଳା ଅଦାଲତର ଜଜ ସନଲ ଶର୍ମା,ଗ୍ରାମୀଣ ନ୍ୟାୟାଳୟର ଜଜ ଶ୍ରୀ ଯୁଧିଷ୍ଠିର ଦାସ , ଜିଲ୍ଲାପ୍ରଶାସନର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗଦନ କରିଥିଲେ l

ଆଜିର ମେଗା ଆଇନ ସେବା ଶିବିରରେ ସର୍ବମୋଟ ୧୫୦୦ଜଣ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ଯଥା କ୍ରମେ Covid ରେ ଅନାଥ ହୋଇଥିବା ପିଲାମାନଙ୍କୁ ଆଶ୍ରିବାଦ ଯୋଜନାରେ ସହାୟତା, ପଡି କାର୍ଡ, ଦିବ୍ୟଙ୍ଗ ମାନଙ୍କୁ କୁତ୍ରିମ ଅଙ୍ଗପ୍ରତ୍ୟଙ୍ଗ, ଚଷମା, ପ୍ରଧାନମନ୍ତ୍ରୀ କୌଶଳ ଯୋଜନାରେ ସହାୟତା, ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ଚାଷୀ ମାନଙ୍କୁ ସହାୟତା ଓ ପ୍ରୋସହନ ରାସୀ ଓ ବିଭିନ୍ନ ସରକାରୀ ଯୋଜନା ରେ ସହୟତା ପ୍ରଦାନ କରାଯାଇଛି । ଏହି ମେଗା ଆଇନ ସେବା ଶିବିରରେ ରେ ସର୍ବମୋଟ ୧୦ ଗୋଟି ପ୍ରଦର୍ଶନୀ ଷ୍ଟଲ ଖୋଲା ହୋଇଥିଲା ଓ ସେଠାରେ ଅନ୍ୟ ହିତାଧିକାରୀ ମାନଙ୍କୁ ସହାୟତା ମଧ୍ୟ ପ୍ରଦାନ କରଯାଇଥିଲା ।a2e65dfd 0480 4b84 ad8d 9318458033d4 ରାୟଗଡ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଆନୁକୁଲ୍ୟରେ ମେଗା ଆଇନ ସେବା ଶିବିର

ଏହି କାର୍ଯ୍ୟକ୍ରମ ରାୟଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ଦ୍ଵାରା ମିଳିତ ଭାବେ ପରିଚାଳନା କରାଯାଇଥିଲା । ଜୁପିଟର ଇଣ୍ଟରନାସିନାଲ ସ୍କୁଲର ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବା ବେଳେ ଜିଲ୍ଲା ସଂକୃତି ବିଭାଗ ତରଫରୁ ବାଲ୍ୟ ବିବାହ ନିରାକରଣ ସମ୍ବନ୍ଧିତ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା l

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାଏକ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମଞ୍ଚ ପରିଚାଳନା କରିଥିଲେ l