କୋଡାପଡା ଗ୍ରାମରେ ମା ଦୁର୍ଗାଦେବୀଙ୍କ ଦଶମୀ ଯାତ୍ରା ପାଳିତ

0
362

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୧୩/୧୧) : ରାମଗଡ଼ ପଞ୍ଚାୟତ ର କୋଡାପଡା ଗ୍ରାମରେ ମା ଦୁର୍ଗାଦେବୀଙ୍କ ଦଶମୀ ଯାତ୍ରା ପାଳିତ | ଓଡିଶା ପ୍ରଦେଶ ଏକ ଧର୍ମ ବିଶ୍ୱାସୀ ରାଜ୍ୟ |

ଏଠାରେ ବର୍ଷକୁ ବରମାସରେ ୧୩ ଯାତ୍ରା ବୋଲି ପ୍ରମାଣ ଅଛି | ଅଶ୍ୱିନୀ ମାସକୁ ପାର୍ବଣ ମାସ ବୋଲି ମଧ୍ୟ ସମସ୍ତେ ମାନନ୍ତି | ଏହି ମାସରୁ ପ୍ରତି ମାସରେ ଓଡିଶା ର ପୁର ପଲ୍ଲୀ ଠାରୁ ସହର ବଜାରରେ ଆରମ୍ଭ ହୋଇଯାଏ ଯାନୀ ଯାତ୍ରାର ମହକ | ସେହିଭଳି ଆଜି ପ୍ରତି ବର୍ଷ ପରି କେଉଁ କାଳରୁ ହରଭଙ୍ଗା ବ୍ଲକ ରାମଗଡ଼ ପଞ୍ଚାୟତ ର କୋଡାପଡା ଗ୍ରାମରେ ମା ମଙ୍ଗଳମୟୀ, କରୁଣାମୟୀ ମା ଦୁର୍ଗା ଦେବୀଙ୍କ ଦଶମୀ ଯାତ୍ରା ପାଳିତ ହୋଇଛି |

ସୁଦ୍ଧ ପୁତ ଚିତରେ ଗ୍ରାମ ର ସମସ୍ତେ ଏକତ୍ରିତ ହୋଇ ମା ଦୁର୍ଗା ଦେବୀଙ୍କୁ ପୀଠ ରୁ ବାହାର କରି ଢୋଲ ମୃଦଙ୍ଗ, ହରିବୋଲ ହୁଳହୁଳିରେ ଗ୍ରାମରେ ପରିକ୍ରମା କରାଇଥିଲେ | ଗ୍ରାମ ର ପ୍ରତ୍ୟେକ ଘର ସାମ୍ନାରେ ଧୂପ, ଦୀପ ଜାଳି ପୂଜା ଅର୍ଚନା କରିବା ସହିତ ବହୁ ଆନନ୍ଦ ସହିତ ମା ଙ୍କୁ ଆମନ୍ତ୍ରଣ କରିଥିଲେ |

ଗ୍ରାମର ସଭାପତି ରବୀନ୍ଦ୍ର ସାହୁ, ସମ୍ପାଦକ ଅନମୁ ମାହାକୁଡ଼, ଗ୍ରାମ୍ୟ କମିଟି ଓ ଗ୍ରାମ ସମସ୍ତ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ମାତ୍ରାରେ ପୂର୍ଣ୍ଣ ସହଯୋଗ କରିଥିଲେ ଏବଂ କରୋନା କଟକଣାର ସମସ୍ତ ନିୟମକୁ ମାନି ମାଙ୍କ ଏହି ଯାତ୍ରା ପାଳନ କରି ଏହି ଯାତ୍ରା କରାଇଥିଲେ |