Thursday, March 28, 2024

Top 5 This Week

Related Posts

ରାୟଗଡ ପରିବାର ଅଦାଲତ ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୧୪/୧୧) : ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକ୍ରମେ ରାୟଗଡ ପରିବାର ଅଦାଲତ ତରଫରୁ ଶିଶୁ ଦିବସ ପାଳନ ଅବସରରେ ଆଜି ଚିତ୍ରାଙ୍କନ ପ୍ରତିଯୋଗୀତ ଆୟୋଜିତ ହୋଇଯାଇଛି l

667cfa85 152a 4b3d a495 dbc2ffc4eee1 ରାୟଗଡ ପରିବାର ଅଦାଲତ ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ

ରାୟଗଡ ପରିବାର ଅଦାଲତ ତରଫରୁ ଆୟୋଜିତ ଏହି ପ୍ରତିଯୋଗିତାରେ ରାୟଗଡ ସଦରମହକୁମା ପାଖା ଆଖ ବିଦ୍ୟାଳୟ ଗୁଡିକର ୧୨ ରୁ ୧୫ବର୍ଷ ବୟସ୍କ ମୋଟ ୨୬ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ସକାଳ ୧୦ ଘଟିକା ରୁ ୧୨ ଘଟିକା ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଦୌରା ଜଜ,ରାୟଗଡ ଶ୍ରୀଯୁକ୍ତ ବିକ୍ରମ କେଶରୀ ପଟନାୟକ ଯୋଗେଦେଇ ନିଜର ବକ୍ତବ୍ୟରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ l ସେହିପରି ସମ୍ମନିତ ଅତିଥିଭାବରେ ରାୟଗଡ ଜିଲ୍ଲାପାଳ ସୃଯୁକ୍ତ ସରୋଜ କୁମାର ମିଶ୍ର ପ୍ରତିଯୋଗୀଙ୍କ ନିପୁଣ ଚିତ୍ରକଳାକୁ ପ୍ରଶଂସା କରି ଭବିଷ୍ୟତରେ ସେମାନ ଜିଲ୍ଲା ତଥା ରାଜ୍ୟର ନାମ ରୋଷନ କରନ୍ତୁ ବୋଲି କହିଥିଲେ l

ପରିବାର ଅଦାଲତ ଜଜ ଶ୍ରୀଯୁକ୍ତ ଆଶିଷ କୁମାର ତ୍ରିପାଠୀ ପ୍ରାରମ୍ଭି ଅଭିଭାଷଣ ପ୍ରଦାନ କରି ପ୍ରତିଯୋଗୀତା ଆୟୋଜନ ସମ୍ପର୍କରେ ଉଲ୍ଲେଖ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ରେଜିଷ୍ଟ୍ରାର ସିଭିଲ କୋର୍ଟ,ରାୟଗଡ ଶ୍ରୀମତୀ ପ୍ରତିମା ପାତ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସେକ୍ରେଟାରୀ ଶ୍ରୀ ମନୋରଞ୍ଜନ ମିଶ୍ର, ସିନିୟର ସିଭିଲ ଜଜ ଶ୍ରୀମତୀ ସତରୁପା ଶତପଥି,ବିଚାର ବିଭାଗୀୟ ମୁଖ୍ୟ ଶ୍ରୀ ମାନସ ରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତି ଥିଲେ l6ae7c0ad da2f 48a2 b5a8 0c55ec61634e ରାୟଗଡ ପରିବାର ଅଦାଲତ ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ

ଏହି ପ୍ରତିଯୋଗୀତାରେ ଶ୍ରେଷ୍ଠ ବିବେଚିତ ତିନିଜଣଙ୍କୁ ପୁରସ୍କର ପ୍ରଦାନ କରାଯାଇଥିଲା l ଏହି ପ୍ରତିଯୋଗୀତାରେ ଜୁପିଟର ଇଣ୍ଟରନାସିନାଲ ସ୍କୁଲର ଟି ସନମୁଖ ପ୍ରଥମ , ସେଣ୍ଟ ଜାଭିଏର ସ୍କୁଲ ରାୟଗଡର ସିୟା ଟଙ୍କ ଦ୍ବିତୀୟ ଏବଂ ସାକ୍ରୀଡ଼ ହ୍ରାଟ ସ୍କୁଲର ସାଇ ଆଶ୍ରିତା ତୃତୀୟ ସ୍ଥାନ ହାସଲ କରି ମୂଖ୍ୟ ଅତିଥି ଓ ସମ୍ମନିତ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ l

ଏହି କୃତି ପ୍ରତିଯୋଗୀଙ୍କ ଚିତ୍ରlଙ୍କନ ମାନ୍ୟବର ଉଚ୍ଚ ନ୍ୟାୟାଳୟକୁ ପଠାଯିବ l ସେହି ତିନୋଟି ଚିତ୍ର ମଧ୍ୟରୁ ରାଜ୍ୟ ସ୍ତରରେ ମଧ୍ୟ ଚୟନ କରାଯିବ ଓ ଶ୍ରେଷ୍ଠ ଚିତ୍ର ଆସନ୍ତା ବର୍ଷ ପରିବାର ଅଦାଲତ କ୍ୟାଲେଣ୍ଡରରେ ସ୍ଥାନିତ କରାଯିବ । ଏହି ପ୍ରତଯୋଗୀତା ଆୟୋଜନ ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles