ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ,(୧୫/୧୧) : ଗତ ରାତିରେ ଜବାହାରଲାଲ ନେହରୁ ୟୁନିଭରସିଟି କ୍ୟାମ୍ପସ୍ ରେ ମୁହାଁମୁହିଁ ହୋଇଛନ୍ତି APVP ଏବଂ ବାମପନ୍ଥୀ AISA ଛାତ୍ର ସଂଗଠନ ଶତାଧିକ ସଦସ୍ୟ । ସେମାନଙ୍କ ମଧ୍ୟରେ ବହୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ମିଳିଥିବା ସୂଚନା ଅନୁଯାୟୀ, ଜବାହାରଲାଲ ନେହରୁ ୟୁନିଭରସିଟି କ୍ୟାମ୍ପସ୍ ରେ ଗତକାଲି ରାତି ପ୍ରାୟ ୧୦ ଟାରେ ଅଖିଳ ଭାରତ ବିଦ୍ୟା ପରିଷଦ APVP ଛାତ୍ର ସଂଗଠନ ଏବଂ ବାମପନ୍ଥୀ AISA ଛାତ୍ର ସଂଗଠନ ସଦସ୍ୟ ମୁହାଁମୁହିଁ ହୋଇଥିଲେ । APVP ସଙ୍ଗଠନ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ, କ୍ୟାମ୍ପସରେ ଗତ ରାତିରେ ସେମାନଙ୍କର ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ AISA ଛାତ୍ର ସଂଗଠନ କର୍ମୀ ସେଠାରେ ପହଞ୍ଚି ସେମାନଙ୍କୁ ମାରପିଟ କରିଥିଲେ । କେବଳ ସେତିକି ନୁହେଁ, AISA କର୍ମୀ APVP ର ମହିଳା ଓ ଭିନ୍ନକ୍ଷମଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିଲେ । ଗୁରୁତର ମାନଙ୍କୁ ଏମସ୍ରେ ଭର୍ତ୍ତି କରାଯାଇଛି ।
ଦିଲ୍ଲୀର ବସନ୍ତ କୁଞ୍ଜ ପୁଲିସ ଷ୍ଟେସନରେ APVP ପକ୍ଷରୁ ଏକ ଅଭିଯୋଗ ଦିଆଯାଇଛି । ପୋଲିସ କହିଛି ଯେ ଘଟଣାର ତଦନ୍ତ ଚାଲିଛି, ଏଫଆଇଆର ଏପର୍ଯ୍ୟନ୍ତ ପଞ୍ଜୀକୃତ ହୋଇନାହିଁ । ABVP ର JNU ୟୁନିଟ୍ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ବାମ ଛାତ୍ରଙ୍କ ଆକ୍ରମଣରେ ଅନେକ APVP ଛାତ୍ର ଗୁରୁତର ଆହତ ହୋଇଛନ୍ତି | ସେମାନଙ୍କ ମଧ୍ୟରେ ମହିଳା ଏବଂ ଭିନ୍ନକ୍ଷମ ଅଛନ୍ତି । ଅନ୍ୟ ପକ୍ଷରେ ଜେଏନୟୁ ଷ୍ଟୁଡେଣ୍ଟସ୍ ୟୁନିଅନର ସଭାପତି ତଥା ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) ନେତା ଆୟେଶ ଘୋଷ ଏହି ଆକ୍ରମଣ ପାଇଁ ଏବିଭିପିଙ୍କୁ ଦାୟୀ କରିଛନ୍ତି ।
ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) ର ନେତା ତଥା ଜେଏନୟୁ ଷ୍ଟୁଡେଣ୍ଟସ୍ ୟୁନିଅନ ର ସଭାପତି ଆୟେଶ ଘୋଷ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ‘APVP ଗୋଷ୍ଠୀ ଜେଏନୟୁରେ ହିଂସା ଘଟାଉଛି । ବାରମ୍ବାର ଏହି ଅପରାଧୀମାନେ ଛାତ୍ର ଙ୍କ ଉପରେ ହିଂସା ପ୍ରଦର୍ଶନ କରି କ୍ୟାମ୍ପସ ଗଣତନ୍ତ୍ରକୁ ବାଧା ଦେଉଛନ୍ତି । ଜେଏନୟୁ ପ୍ରଶାସନ ଚୁପ୍ ବସିଥିବା ବେଳେ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ ।
ଏହି ମାମଲାର ଏକ ଭିଡିଓ ସାମନାକୁ ଆସିଥିବା ବେଳେ ସେଥିରେ ଦେଖାଯାଇଛି , APVP କର୍ମୀ ଗୋଟିଏ ରୁମ୍ରେ ବୈଠକ କରୁଥିବା ବେଳେ ବାହାରେ AISF ର ଛାତ୍ର ଗୋଷ୍ଠି ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଏହି ସମୟରେ “କଦମ, କଦମ ପର ଲଢେଙ୍ଗେ ତୁମସେ, ଦେଖ ଲେଙ୍ଗେ ” ବୋଲି କହୁଥିଲେ । ଏହା ଜବାବରେ ରୁମ୍ ଭିତରେ ଥିବା APVP କର୍ମୀ “ଜିନ୍ଦାବାଦ, ବନ୍ଦେ ମାତରମ” ନାରା ଲଗାଇଥିଲେ ।
ସୂଚନାଯୋଗ୍ୟ, ଗତବର୍ଷ ୫ ଜାନୁୟାରୀରେ ମଧ୍ୟ ଜେଏନୟୁ କ୍ୟାମ୍ପସ ଅଶାନ୍ତ ହୋଇଉଠିଥିଲା । ଉକ୍ତ ଦିନ ଛାତ୍ର ଓ ଶିକ୍ଷକଙ୍କ ଏକ ରାଲି ଯାଉଥିବା ବେଳେ କିଛି ମୁଖା ପିନ୍ଧା ବ୍ୟକ୍ତି ଅତର୍କିତ ଆକ୍ରମଣ କରିଥିଲେ । ଏହାକୁ ନେଇ ସମଗ୍ର ଦିଲ୍ଲୀ ଉଠୁଥିବା, ପଡ଼ୁଥିବା ବେଳେ ଏନେଇ ମାମଲା ରୁଜୁ ହୋଇଥିଲା । ଏହାପରେ ଏହି ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । ହେଲେ ଏହି ମାମଲାରେ କାହାକୁ ଗିରଫ କରାଯାଇ ନ ଥିବା ଗତ ଅଗଷ୍ଟରେ ଗୃହ ମନ୍ତ୍ରାଳୟ ପକ୍ଷରୁ ସଂସଦରେ ବିବୃତି ଦିଆଯାଇଥିଲା ।