Thursday, March 28, 2024

Top 5 This Week

Related Posts

ବୁଡ଼ାଗୁଡା ପଞ୍ଚାୟତ ରେ ବଜ୍ରାଘାତରେ ୨ ମଇଁଷି ମୃତ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୧୫/୧୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ସଦରର ବିଶ୍ୱନାଥ କାଡ୍ର।କା ଙ୍କ ୨ ଟି ମଇଁଷି ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି ।88848fe5 eacc 492b aac8 8eb815155b12 ବୁଡ଼ାଗୁଡା ପଞ୍ଚାୟତ ରେ ବଜ୍ରାଘାତରେ ୨ ମଇଁଷି ମୃତ

ଅପରାହ୍ନ ସମୟରେ ଅଚାନକ ବର୍ଷା ହେଉଥିବା ବେଳେ ବୁଡ଼ାଗୁଡା ପଞ୍ଚାୟତ ର ଅନ୍ୟ କିଛି ଅଞ୍ଚଳ ରେ ବର୍ଷା ସାଙ୍ଗକୁ ଘଡଘଡି ମାରିଥିଲା । ଏହି ସମୟରେ ବଜ୍ରପାତ ହୋଇ ଗଛ ତଳେ ବନ୍ଧା ଯାଇଥିବା ମଇଁଷି ନିକଟରେ ପଡିଥିଲା । ଯାହା ଫଳରେ ଦୁଇଟି ମଇଁଷି ଅଚେତ ଅବସ୍ଥାରେ ପଡି ରହିଥିଲେ । ମାଲିକ ମଇଁଷି ନିକଟକୁ ଆସି ଦେଖିବା ବେଳେ ଦୁଇଟି ମଇଁଷି ଙ୍କ ମୃତ୍ୟୁ ହୋଇ ଯାଇଥିଲା ।

ଏହି ଖବର ପଶୁ ଚିକିତ୍ସକ ଓ ରାଜସ୍ୱ ଅଧିକାରୀଙ୍କୁ ଜଣାଇଛନ୍ତି । ଏହି ଦୁଇ ମଇଁଷି ଙ୍କ ଅନୁମାନିକ ମୂଲ୍ୟ ୨୦ ହଜାର ଟଙ୍କା ହେବ ବୋଲି ଜଣା ପଡୁଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles