କାଶୀନଗର ସହର ର ବିଭିନ୍ନ ଜାଗାରେ ପବିତ୍ର କାର୍ତ୍ତିକ ବଡ ଏକାଦଶୀ ଓ ନାମ ଯଜ୍ଞ ପାଳିତ

0
210

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୧୬/୧୧) : କାଶୀନଗର ସହର ତଥା ଆଖପାଖ ଅଞ୍ଚଳ ରେ ପବିତ୍ର କାର୍ତ୍ତିକ ବଡ ଏକାଦଶୀ ଓ ନାମ ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି ।WhatsApp Image 2021 11 16 at 9.44.16 AM କାଶୀନଗର ସହର ର ବିଭିନ୍ନ ଜାଗାରେ ପବିତ୍ର କାର୍ତ୍ତିକ ବଡ ଏକାଦଶୀ ଓ ନାମ ଯଜ୍ଞ ପାଳିତ

କାଶୀନଗର ସହର ତଥା ଫରେଷ୍ଟ ଛକ ନିକଟରେ ଲକ୍ଷ୍ମୀ ନାରାୟଣ ଆଖଡ଼ା ତରଫରୁ ଏକ ନୂଆ ଧରଣ ର ସଙ୍କୀର୍ତ୍ତନ ମଣ୍ଡଳୀ ତିଆରି କରାଯାଇଛି । ଝିଅ ମାନେ ପବିତ୍ର ବସ୍ତ୍ର ପିନ୍ଧି ନାମ ସଙ୍କୀର୍ତ୍ତନ କରି ଶ୍ରୋତା ମଣ୍ଡଳୀକୁ ଆକର୍ଷିତ କରୁଥିଲେ । ପାରମ୍ପରିକ ଭାବେ ଶ୍ରୀ ଜଗନ୍ନାଥ ମନ୍ଦିର ରେ ରୀତି ନୀତି ସହ ନାମ ଯଜ୍ଞ ପାଳିତ ହେଉଛି ।

କାଶୀନଗର ବ୍ଲକ୍ ରେ ବଥ ବା ନଦୀ ଆର ପାଖରେ ଥିବା ଶ୍ରୀ ଗୋପୀନାଥ ମନ୍ଦିର ରେ ମଧ୍ୟ ନାମ ସଙ୍କୀର୍ତ୍ତନ ଚାଲିଥିବା ଜଣା ଯାଇଛି । ଏତଦ୍ ବ୍ୟତୀତ ପିରୁଟି ଗୁଡ଼ା ରେ ନାମ ଯଜ୍ଞ ରେ ବିଶିଷ୍ଟ ସମାଜ ସେବୀ ଡ୍.ତିରୁପତି ପାଣିଗ୍ରାହୀ ପହଞ୍ଚି ଭକ୍ତ ମାନଙ୍କ ସହ ସାମିଲ ହୋଇଥିଲେ । କେ ସିତା ପୁର ମଧ୍ୟ ଯାଇଥିବା ଜଣାଯାଇଛି ।