ଜନ ସେବା କେନ୍ଦ୍ର ଦ୍ୱାରା ଆତ୍ମନିର୍ଭର ଭାରତ ର ସଚେତନତା ବାର୍ତ୍ତା

0
148

ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡ଼ା,(୧୬/୧୧) : ଦେଶ ଡିଜିଟାଲ ଆଡ଼କୁ ଆଗେଇ ଥିବା ବେଳେ ଜନ ସେବା କେନ୍ଦ୍ର (CSC) ମଧ୍ୟ ଏଥିରେ ସାମିଲ ହୋଇ ନିଜର କର୍ତ୍ତବ୍ୟ କରିଚାଲିଛି | ସାଧାରଣତଃ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରାୟଗଡ ଜିଲ୍ଲାରେ ଏହାର ପ୍ରତିଫଳ ଦେଖିବାକୁ ମିଳିଛି ।

ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଆଗୁଳ ଜନ ସେବା କେନ୍ଦ୍ର ଦ୍ୱାରା ଆଜି ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା | ଏଥିରେ ଜିଲ୍ଲା ସଂଯୋଜକ ଭରତ ଦିବାକା ଓ ଭି ଏଲ୍ ଇ ଅଜିତ ଗୌଡ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସ୍ଥାନୀୟ ସରପଞ୍ଚ ଗୌରାଙ୍ଗ ପିଡିକାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଵା ବେଳେ ଗ୍ରାମ ପଞ୍ଚାୟତ ର ଅନେ ଚାଷୀ ଉପସ୍ଥିତ ହୋଇଥିଲେ । ଶ୍ରୀ ଦିବାକା ଗ୍ରାମାଞ୍ଚଳରେ ଚାଷୀ ମାନେ କିଭଳି ଆତ୍ମନିର୍ଭରଶୀଳ ହୋଇ ସରକାର ଙ୍କ ଯୋଜନା ସବୁ ଲାଭ ଉଠାଇ ପାରିବେ ତାହା ଅତି ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ।

ଲୋକ ମାନେ କିଭଳି ମାଛ, କୁକୁଡା, ଗାଇ, ଛେଳି ଓ ଘୁଷୁରୀ ଚାଷ କରି କିଭଳି ଆତ୍ମନିର୍ଭରଶୀଳ ହେବେ ଓ ସରକାର ଙ୍କ ଦ୍ଵାରା ସବସିଡି ର ଲାଭ କେମିତି ଉଠେଇହେବ ଆଲୋଚନା ହୋଇଥିଲା । ଅଞ୍ଚଳବାସୀ ଅନଲାଇନ ସେବା ପାଇ ବେସ୍ ଖୁସି ଅନୁଭଵ କରିଥିବା ପ୍ରକାଶ ପାଇଥିଲା ।