ଗୋ ମାତାଙ୍କ ବାସଗୃହ ପାଇଁ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ଆଗରେ ସପରିବାର ଧାରଣା

0
161

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୧୫/୧୧) : ଗୋ ମାତାଙ୍କ ସେବା ନାରା ଲଗାଉଥିବା କଥା ଏଵେ ପ୍ରଶାସନ ର ବାଟରେ ପଡି ହାଟରେ ଗଡୁଛି | ଏମିତି ଏକ ନିନ୍ଦନୀୟ ଘଟଣା ଆଜି ବୌଦ୍ଧ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି | ଗୋ ମାତାଙ୍କ ବାସଗୃହ ପାଇଁ ଗାଈପଲ ସମେତ ସପରିବାର ଙ୍କ ଧାରଣା |

୨୦୧୭ ମସିହା ରୁ ନିୟମିତ ଗୋ ମାତାଙ୍କ ବାସଗୃହ ପାଇଁ ପ୍ରଶାସନ କୁ ଆପତ୍ତି ଅଭିଯୋଗ କରି ଆସୁଥିବା ଗୋ ସେବକ କେଦାର ମାହାକୁଡ଼ | ବୌଦ୍ଧ ବ୍ଲକ ଖଲିଆ ପାଲି ପଞ୍ଚାୟତ ତାଳପଦର ଗ୍ରାମର କେଦାର ମାହାକୁଡ଼ ଘରେ ୩୦ ଟି ଗୋମାତା ଙ୍କୁ ସେବା କରିଆସୁଛନ୍ତି | ଗୋ ମାତାଙ୍କ ରକ୍ଷଣ ବେକ୍ଷଣ ପାଇଁ ସରକାରୀ ଯୋଜନା ଗାଈ ଗୁହାଳ ଟିଏ ଯୋଗାଇ ଦେବାପାଇଁ ୨୦୧୭ ମସିହାରୁ ବାର ମ୍ବାର ଅଭିଯୋଗ କରି ଆସୁଛନ୍ତି |

ଦୀର୍ଘ ୫ ବର୍ଷ ହୋଇଯାଇଥିଲେ ବି ତାଙ୍କ କଥା ବା ଗୋସେବା ପାଇଁ ଘର ଖଣ୍ଡିଏ ଆଜି ପର୍ଯ୍ୟନ୍ତ ସରକାର ଯୋଗାଇ ପାରିଲେ ନାହିଁ | ତାଙ୍କ ମତ ଅନୁଯାଇ ଗତ ୧୯/୦୬/୨୦୨୦ ରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଶ୍ରୀ ମାହାକୁଡ଼ ଙ୍କୁ ଗୋମାତା ଙ୍କ ଗୁହାଳ ଯୋଗାଇ ଦେବାପାଇଁ ବୌଦ୍ଧ BDO ଙ୍କୁ ସୁପାରିଶ କରିଥିଲେ କିନ୍ତୁ ବିଧାୟକ ଙ୍କ ସୁପାରିଶ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରି ହୋଇପାରିଲା ନାହିଁ | ବାର ବାର ଆପତ୍ତି ଅଭିଯୋଗ କରି କିଛି ସୁଫଳ ନ ହେବାରୁ ଆଜି କ୍ଷୋଭ ହୋଇ ଶ୍ରୀ ମାହାକୁଡ଼ ନିଜ ଗାଈପଲ ସହିତ ସପରିବାର ଗାଈ ଗୁହାଳ ଖଣ୍ଡିଏ ପାଇଁ ଜିଲ୍ଲପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି |

ସେ ଗଣ ପ୍ରତିନିଧି ଙ୍କ ଆଗରେ ମତ ବ୍ୟକ୍ତ କରିଛନ୍ତି ଯେ ଯେପର୍ଯ୍ୟନ୍ତ ସରକାରୀ ଯୋଜନା ରେ ଗାଈ ଗୁହାଳ ଘଣ୍ଡିଏ ସାମିଲ ହେବା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଏମିତି ଧାରଣା ଦେଇବସିବେ | ଏହି ଧାରଣାରେ ଗୋ ମାତାଙ୍କ ସେବା ପାଇଁ ମାଁ ମାହେଶ୍ୱରୀ ଗୋ ଶାଳା ର ସମ୍ପାଦକ ଶ୍ରୀ କୃତିବାସ ପଲିଆ ସାମିଲ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା |