ରିପୋର୍ଟ : ଧୃବରାଜ ମିଶ୍ର //
ସୁବର୍ଣ୍ଣପୁର , (୧୦/୦୨) : କଟକରେ ଅନୁଷ୍ଟିତ ଭାରତ – ଇଂଲଣ୍ଡ ଦ୍ଵିତୀୟ ମ୍ୟାଚ୍ ରେ ସୋନପୁରର ସୁଦର୍ଶନ ପାତ୍ର (ଲୁଲୁ) ଗ୍ରାଉଣ୍ଡମ୍ୟାଚ୍ ରେ ସେ ପିଚ୍ ଅନୁଧ୍ୟାନ ଟିମ୍ ରେ ସାମିଲ ହୋଇଥିଲେ ।
ଅଲ୍ ଇଣ୍ଡିଆ ଲାଲ ମନି କ୍ରିକେଟ ଆୟୋଜକ କମିଟି ର ସଦସ୍ୟ , ସ୍ପିନ ବୋଲର୍ ତଥା ପିଚ୍ କ୍ୱିରେଟର ଭାବରେ ନିଜ ଦାୟିତ୍ୱ ତୁଲାଇଥିବା ସୁନା ମାଟି ର ସୁଯୋଗ୍ୟ ସନ୍ତାନ ସୁଦର୍ଶନ ପାତ୍ର (ଲୁଲୁ ) କଟକ ରେ ଅନୁଷ୍ଟିତ ଭାରତ ଓ ଇଂଲଣ୍ଡ ଦ୍ଵିତୀୟ ମ୍ୟାଚ ର ପିଚ୍ ଅନୁଧ୍ୟାନ ଟିମ୍ ରେ ସାମିଲ୍ ହୋଇ ଗୁରୁ ଦାୟିତ୍ଵ ନେଇଥିବାରୁ ସୁବର୍ଣ୍ଣପୁର ସହର ତଥା ଜିଲ୍ଲା ରେ ଖେଳ ପ୍ରେମୀ, କ୍ରିକେଟ ପ୍ରେମୀ ଙ୍କ ମଧ୍ୟରେ ଖୁବ୍ ଆନନ୍ଦ ଉତ୍ସାହ ଦେଖିବା କୁ ମିଳିଛି l ଜିଲ୍ଲା କ୍ରିକେଟ ସଂଘ, ସାମ୍ୱାଦିକ ସଂଘ, ବରିଷ୍ଠ ନାଗରିକ ସଂଘ, ବୁଢୀମା ୟୁଥ୍ କ୍ଳବ୍, ରାମ ଧୂନ୍ କ୍ଳବ୍ ଓ ସହର ର ବିଭିନ୍ନ କ୍ରୀଡ଼ା ସଂଗଠନ ଓ ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ଶ୍ରୀ ପାତ୍ର ଙ୍କୁ ଶୁଭେଛା ଜଣାଇ ସଫଳତା କାମନା କରିଛନ୍ତି l