32.9 C
Balāngīr
Monday, April 28, 2025

PM ଆବାସ ଯୋଜନାରେ ବଡ଼ ପରିବର୍ତ୍ତନ: ଏବେ ମୋବାଇଲ ଜରିଆରେ ନିଜ ଘରେ ବସି କରନ୍ତୁ ଆବେଦନ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୯/୦୧) : PM ଆବାସ ଯୋଜନାରେ ବଡ଼ ପରିବର୍ତ୍ତନ, ଏବେ ମୋବାଇଲ ଜରିଆରେ ନିଜ ଘରେ ବସି କରନ୍ତୁ ଆବେଦନ ।

ଜାଣନ୍ତୁ କିଭଳି…
👇👇👇
ନିଜର ଘର କିଣିବା ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ। ପ୍ରାୟତଃ ଲୋକମାନଙ୍କୁ ନିଜର ଘର କିଣିବା ପାଇଁ ବହୁତ ସମୟ ଲାଗେ । ଅନ୍ୟପକ୍ଷରେ ଦେଶରେ ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ନିଜର ଘର ତିଆରି କରିପାରୁ ନାହାନ୍ତି । ଏପରି ଲୋକଙ୍କ ନିଜସ୍ବ ଘର ପାଇବାର ସ୍ବପ୍ନକୁ ପୂରଣ କରିବା ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ, ଭାରତ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପରିଚାଳିତ ହେଉଛି । ବର୍ତ୍ତମାନ ଏହି ଯୋଜନାରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି ଏବଂ ଏକ ମୋବାଇଲ ଆପ ପ୍ରଚଳନ କରାଯାଇଛି ।

ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କେବଳ ଅଫଲାଇନ୍‌ ମାଧ୍ୟମରେ କରାଯାଉଥିଲା । କିନ୍ତୁ ଏବେ ନୂତନ ମୋବାଇଲ ଆପ୍‌ ଲଞ୍ଚ ହେବା ପରେ, ଲୋକମାନେ ଏହି ଯୋଜନା ପାଇଁ ଅନଲାଇନ୍‌ରେ ମଧ୍ୟ ଆବେଦନ କରିପାରିବେ । କେନ୍ଦ୍ର ସରକାରଙ୍କ ଦ୍ୱାରା ଲଞ୍ଚ କରାଯାଇଥିବା ମୋବାଇଲ ଆପ୍‌ରେ ନାମ ’ଆବାସ ପ୍ଲସ ୨୦୨୪’ । ଏହି ଆପ୍‌ ବ୍ୟବହାର କରି, ଆପଣ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆପଣଙ୍କ ଘର ପାଇଁ ସହଜରେ ଆବେଦନ କରିପାରିବେ ।

‘ଆବାସ ପ୍ଲସ ୨୦୨୪’ ଆପ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଏବଂ ଏହି ଆପ କେବଳ ପ୍ଲେ ଷ୍ଟୋରରୁ ଡାଉନଲୋଡ୍‌ କରନ୍ତୁ। ଡାଉନଲୋଡ୍‌ କରିବା ପରେ ଆପଣ ଆବେଦନ ପ୍ରକ୍ରିୟା, ଯୋଜନାର ନିୟମ ଏବଂ ହିତାଧିକାରୀଙ୍କ ତାଲିକା ମଧ୍ୟ ଦେଖିପାରିବେ। ଆବେଦନ ସହିତ ଜଡିତ ଆବଶ୍ୟକୀୟ ସୂଚନା ଏବଂ ଡକ୍ୟୁମେଣ୍ଟଗୁଡ଼ିକ ଆପ୍‌ରେ ଦାଖଲ କରିବାକୁ ପଡିବ। ଏହା ପରେ ଆପଣଙ୍କର ସୂଚନା ଅଧିକାରୀମାନଙ୍କ ଦ୍ୱାରା ଯାଞ୍ଚ କରାଯିବ। ସୂଚନା ଯାଞ୍ଚ ପରେ, ଯଦି ଆପଣ ଯୋଗ୍ୟ ତେବେ ସରକାର ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଦେବେ।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...