ତେବେ ପୁରୀ ମୁକ୍ତି ମଣ୍ଡପ ର ପଣ୍ଡିତ ମାନେ ଆଜି ଏଠାକୁ ଆସି ଜଗନ୍ନାଥ ମନ୍ଦିର କୁ ପରିଦର୍ଶନ କରି ବାକୁ ଆସିଛନ୍ତି । ଏବଂ ଠାକୁରଙ୍କୁ ଦର୍ଶନ କରି ଏହିମନ୍ଦିର ର ନବୀକରଣ ଉପରେ କିଛି ତଥ୍ୟ ପ୍ରଦାନ କରିଛନ୍ତି । ସେମାନଙ୍କୁ ମନ୍ଦିର ପରିଚାଳନା ସଭାପତି ନାରାୟଣ ମହାପାତ୍ର ଙ୍କ ସହିତ ପରିଚାଳନା ସଦସ୍ୟ ଯୁବ ଗୋଷ୍ଟି, ବ୍ୟବସାୟୀ ମାନେ ଓ ସାହି ବାସିନ୍ଦା ମାନେ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ସ୍ୱାଗତ କରି ଥିଲେ । ସେମାନେ ମନ୍ଦିର ର ଠାକୁରଙ୍କୁ ଦର୍ଶନ କରି ଚତୃପାର୍ଶ୍ଵ ବୁଲି ଦେଖି ଥିଲେ । ଓ ଉପସ୍ଥିତ ବ୍ୟକ୍ତି ମାନଙ୍କ ସହିତ ବିଭିନ୍ନ ବିଷୟ ରେ ଆଲୋଚନାକରି ଥିଲେ । ଏବଂ ମନ୍ଦିର ର କେଉଁ ସ୍ଥାନରେ କଣ କଣ ରହିବ ଜଗନ୍ନାଥ ମନ୍ଦିର ସଂସ୍କୃତି ପ୍ରକାରେ କରାଯିବ ବୋଲି କହିଥିଲେ ।
ଆଜିର ଏହି ସ୍ଥାନକୁ ଆସିଥିବା ପ୍ରତିନିଧୂମଣ୍ଡଳୀରେ ପଣ୍ଡିତ ବିଶ୍ବମ୍ବର ଦାଶ, ଦୂର୍ଗାପ୍ରସାଦ ମିଶ୍ର, ପ୍ରଫୁଲ୍ଲ ମିଶ୍ର ଓ ପ୍ରଦୀପ ମହାପାତ୍ର ରହିଥିଲେ। ମନ୍ଦିର ପରିସରରେ ନିର୍ମାଣାଧୂନ ନୂତନ ସିଂହଦ୍ବାର, ଅରୁଣସ୍ତମ୍ବ, କାଶୀ ବିଶ୍ବନାଥ ମନ୍ଦିର ସମେତ ପ୍ରତିଷ୍ଠିତ ହେବାକୁଥିବା ପାର୍ଶ୍ଵ ଦେବତା ଆଦିର ସମୀକ୍ଷା କରିଥିଲେ । ଏହାସହ ଦକ୍ଷିଣଦ୍ବାର ଓ ଅନ୍ୟାନ୍ୟ ମନ୍ଦିର ନିର୍ମାଣ ସହିତ, ମନ୍ଦିର ର ଭୋଗ ନିତିକାନ୍ତି ସମ୍ପର୍କରେ ଟ୍ରଷ୍ଟବୋର୍ଡ ଓ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ଏଥୂସହ ମନ୍ଦିରର ନୂତନ ନବୀକରଣ କୁ ଦେଖି ଖୁସି ହୋଇଯାଇଥିଲେ ।
ଆଜିର ଏହି ସମୀକ୍ଷା ବୈଠକ ର ନିର୍ଯ୍ୟାସ ପୁରୀ ମୁକ୍ତିମଣ୍ଡପରେ ପ୍ରଦାନ କରାଯିବା ପରେ ମହାସଭାରେ ଏହା ଉପସ୍ଥାପିତ ହୋଇ ନିର୍ଦ୍ଧାରଣ କରାଯିବ ବୋଲି ପଣ୍ଡିତମଣ୍ଡଳୀର ପ୍ରତିନିଧୂମାନେ କହିଛନ୍ତି। ଏହି ସମୟରେ ବରିଷ୍ଟ ପଣ୍ଡିତ ଶଶିନ୍ଦ୍ର ମହାପାତ୍ର, ପ୍ରତାପ ଚନ୍ଦ୍ର ପଣ୍ଡା, ବିଘ୍ନରାଜ ପାଢୀ, ମନୋରଞ୍ଜନ ଦାଶ, ସୀତାରାମ ପାଣିଗ୍ରାହି,ଙ୍କ ସୁରେନ୍ଦ୍ର ନାଥ ମହାନ୍ତି, ବରିଷ୍ଟ ଓକିଲ ସ୍ବରାଜ୍ୟ ପାଣିଗ୍ରାହି, ସୁବାଶ ଚନ୍ଦ୍ର ପାଢୀ, ନିରଞ୍ଜନ ମହାପାତ୍ର, ସୁରେଶ ପଣ୍ଡା, ମୁନା ପାତ୍ର, କୈଳାଶ ସାମଲ, କିଶୋର ଦାଶଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।