ଉତ୍କଳ ଆଲୁମିନା ପକ୍ଷରୁ ନୂଆଗାଁ ଗ୍ରାମରେ ତୈଳ ନିଷ୍କାସନ ପ୍ରକଳ୍ପ ଉଦ୍‌ଘାଟିତ

0
157

ରିପୋର୍ଟ : ଗୋପୀନାଥ ଗୌଡ଼
ଟିକିରି, (୧୫/୧୨) : କୃଷି ଉତ୍ସ ଜରିଆରେ କୃଷକଙ୍କ ଆୟ ବୃଦ୍ଧି ଘଟାଇବା ଏବଂ ସେମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ନିଜର କୌଶଳ ଜାରି ରଖି ଆଦିତ୍ୟ ବିର୍ଲା ଗ୍ରୁପ ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଡଷ୍ଟ୍ରିଜ ଲିମିଟେଡ (ୟୁଏଆଇଏଲ) ପ୍ରୋଜେକ୍ଟ ସୁଗନ୍ଧା ଅଧୀନରେ ରାୟଗଡା ଜିଲ୍ଲା କାଶିପୁର ବ୍ଲକ ର ନୂଆଗାଁ ଗ୍ରାମରେ ଏକ ତୈଳ ନିଷ୍କାସନ ୟୁନିଟ ଉଦଘାଟନ କରିଛି ।WhatsApp Image 2021 12 16 at 8.29.23 AM ଉତ୍କଳ ଆଲୁମିନା ପକ୍ଷରୁ ନୂଆଗାଁ ଗ୍ରାମରେ ତୈଳ ନିଷ୍କାସନ ପ୍ରକଳ୍ପ ଉଦ୍‌ଘାଟିତ

ଉତ୍କଳ ଆଲୁମିନା ର ପ୍ରୋଜେକ୍ଟ ସୁଗନ୍ଧା ହେଉଛି ଏକ ଲେମନ ଗ୍ରାସ ଚାଷ ପ୍ରକଳ୍ପ ଯାହା ଉତ୍କଳ ଆଲୁମିନା ଦ୍ୱାରା ୨୦୧୯ ରେ ଆରମ୍ଭ କରାଯାଇଥିଲା ଏବଂ ସେବେଠାରୁ ଏହା ପାରିପାର୍ଶ୍ବିକ ଗ୍ରାମ ଗୁଡିକ ର କୃଷକଙ୍କ ନିମନ୍ତେ ଆକାଙକ୍ଷିତ ସୁଫଳ ପ୍ରଦାନ କରିବାରେ ଲାଗିଛି । ୨୦୧୮-୧୯ ରେ ୧୨ ଜଣ ଚାଷୀ, ୨୦ ଏକର ଜମି ଏବଂ ଗୋଟିଏ ମାତ୍ର ଗ୍ରାମରେ ଆରମ୍ଭ ହୋଇଥିବା ମହତାକାଂକ୍ଷୀ ପ୍ରୟାସ ପ୍ରୋଜେକ୍ଟ ସୁଗନ୍ଧା ସମ୍ପ୍ରତି ୨୦୨୧-୨୨ ରେ ୯୮ ଚାଷୀ, ୧୪୩.୭ ଏକର ଜମି ଏବଂ ୧୪ ଟି ଗ୍ରାମ କୁ ସଂପ୍ରସାରିତ ହୋଇପାରିଛି ।

ନୂଆଗାଁ ଗ୍ରାମରେ ଏକ ତୈଳ ନିଷ୍କାସନ ପ୍ରକଳ୍ପ ସ୍ଥାପନ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦୀର୍ଘ ଦିନ ରୁ ଦାବି କରାଯାଇ ଆସୁଥିଲା । କାରଣ, ସଂପ୍ରତି ରହିଥିବା ତୈଳ ନିଷ୍କାସନ ୟୁନିଟ ଗ୍ରାମ ଠାରୁ କିଛି ଦୂରରେ ଅବସ୍ଥିତ ଏବଂ ଏହା ଗ୍ରାମବାସୀଙ୍କୁ ଯାତାୟତ ଓ ପରିବହନ ବାବଦରେ ଅଧିକ ଖର୍ଚ୍ଚ ସାପେକ୍ଷ ହେଉଥିବା ଏବଂ ଏହି କାରଣରୁ ସେମାନଙ୍କ ପୁଞ୍ଜିନିବେଶ ଉପରେ ଆୟ ପରିମାଣ କମ ରହୁଥିଲା । ଗ୍ରାମରେ ନୂଆ ପ୍ରକଳ୍ପ ଉଦ୍‌ଘାଟନ ଅବସରରେ ଉପସ୍ଥିତ ଗ୍ରାମବାସୀ ସେମାନଙ୍କର ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହିତ ଏହି ଧରଣର ପ୍ରୟାସ ପାଇଁ ଉତ୍କଳ ଆଲୁମିନା କୁ ସେମାନଙ୍କର ହାର୍ଦ୍ଦିକ କୃତଜ୍ଞତା ଜଣାଇଥିଲେ ।

ଏହି ତୈଳ ନିଷ୍କାସନ ପ୍ରକଳ୍ପ ୩ ରୁ ୫ ଟି ଗ୍ରାମ ର ୯୫ ଚାଷୀ, ୧୦୦ ଏକର ଜମିରେ ହେଉଥିବା ଲେମନ ଗ୍ରାସ୍ ପ୍ରକ୍ରିୟାକରଣ ଆବଶ୍ୟକତା ପୂରଣ କରିବ । ୟୁଏଆଇଏଲ୍‌ର ୟୁନିଟ ମୁଖିଆ ଶ୍ରୀ ମଜହର ବେଗ୍ ପ୍ରୋଜେକ୍ଟ ସୁଗନ୍ଧାର ସଫଳତା ସମ୍ପର୍କରେ ପ୍ରକାଶ କରିବା ସହିତ ଗ୍ରାମବାସୀ ଏହି ତୈଳ ନିଷ୍କାସନ ପ୍ରକଳ୍ପର ଫଳ ପ୍ରସୂ ଫାଇବା ନେବା ଏବଂ ଏହାର ଦୀର୍ଘକାଳୀନ କାର୍ଯ୍ୟକାରିତା ନିମନ୍ତେ ବିଚାରବନ୍ତ ଭାବରେ ଏହାର ବ୍ୟବହାର କରିବାକୁ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ । କୃଷକମାନଙ୍କ ପାଇଁ ଅଧିକ ଆୟ ଆଣିଦେବାରେ ସହାୟକ ହୋଇପାରୁଥିବା ସମ୍ଭାବ୍ୟ ସମ୍ବଳ ର ପୂର୍ଣ୍ଣ ସୁଯୋଗ ନେବାକୁ ସେ ମଧ୍ୟ ସିଏସ୍‌ଆର ଦଳକୁ ପରାମର୍ଶ ଦେଇଥିଲେ ।

ୟୁଏଆଇଏଲ୍‌ ର ଖଣି ମୁଖ୍ୟ ଶ୍ରୀ ମୁକେଶ ଝା ପ୍ରୋଜେକ୍ଟ ସୁଗନ୍ଧାର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଭାବେ ପ୍ରକାଶ କରିବା ସହିତ କହିଥିଲେ ଯେ ସମସ୍ତ ସହଭାଗୀଙ୍କ ସମ୍ମିଳିତ ପ୍ରୟାସ କାରଣରୁ ଏହାକୁ ଆଶାନୁରୂପ ସଫଳତା ମିଳିପାରିଛି । ଭବିଷ୍ୟତରେ ମଧ୍ୟ ଏହିଭଳି ପ୍ରୟାସ ଜାରି ରଖିବାକୁ ସେ ସମସ୍ତଙ୍କୁ ନିବେଦନ କରିଥିଲେ ।WhatsApp Image 2021 12 16 at 8.29.22 AM ଉତ୍କଳ ଆଲୁମିନା ପକ୍ଷରୁ ନୂଆଗାଁ ଗ୍ରାମରେ ତୈଳ ନିଷ୍କାସନ ପ୍ରକଳ୍ପ ଉଦ୍‌ଘାଟିତ

ଏହି ଅବସରରେ ପ୍ରକାଶ କରି ଉତ୍କଳ ଆଲୁମିନା ସିଏସ୍‌ଆର ମୁଖ୍ୟ ଡଃ.ଲୋପାମୁଦ୍ରା ପ୍ରିୟଦର୍ଶିନୀ କହିଥିଲେ ଯେ, ଏହି ପ୍ରୟାସ ସହିତ ଗ୍ରାମ ର ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା ପଦକ୍ଷେପ ଜନସାଧାରଣଙ୍କ ସାମାଜିକ ଉତ୍‌ଥାନ ଦିଗରେ ସହାୟକ ହେବା ଆବଶ୍ୟକ । ଅଣ୍ଡିରାକଞ୍ଚ ର ଇନ୍ସକ୍କ୍‌ର ତପନ କୁମାର ମାହାଲି ଗ୍ରାମର ଉନ୍ନତି ନିମନ୍ତେ ଉତ୍କଳ ଆଲୁମିନା ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛି ବୋଲି ଜୋର୍‍ ଦେଇ କହିବା ସହିତ ଏହି ପ୍ରୟାସ ରେ ଆଗ୍ରହ ଓ ଉତ୍ସାହ ର ସହିତ ସହଯୋଗ କରିବାକୁ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ ।

ଉତ୍କଳ ଆଲୁମିନାର ସିଏସ୍‌ଆର ଦଳ ଦ୍ୱାରା ଉଦ୍‌ଘାଟନି ଉତ୍ସବ ଆୟୋଜିତ ହୋଇଥିଲା ଏକ ଦାୟିତ୍ୱ ସଂପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ ତାହାର ପାରିପାଶ୍ୱର୍କ ଗ୍ରାମ ଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟ ଯତ୍ନ, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ, ଗ୍ରାମାଞ୍ଚଳ ଭିତ୍ତିଭୂମି ସୃଷ୍ଟି ଆଦି କ୍ଷେତ୍ରରେ ନିଜର ସିଏସଆର କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାରେ ଗଭୀର ଭାବରେ ନିୟୋଜିତ ରହିଛି ।

ଏଥିସହିତ ଏହା ସାମାଜିକ ସମସ୍ୟା ଗୁଡିକର ସମାଧାନ ଦିଗରେ ମଧ୍ୟ ଦୃଷ୍ଟି ଦେଉଛି । ମୋଟାମୋଟି ଭାବରେ ୟୁଏଆଇଏଲ୍ ରାଜ୍ୟରେ ୫୭ ଟି ଗ୍ରାମରେ ନିୟୋଜିତ ରହିବା ସହିତ ଓଡ଼ିଶା ର ୩୦,୦୦୦ ରୁ ଅଧିକ ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି ।