କଲିକତା ମାର୍ଟ ର ପାର୍କିଂ ଅବ୍ୟବସ୍ଥା ଯୋଗୁଁ ଲୋକ ହଇରାଣ

0
305

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ଼ା, (୨୩/୧୨) : ରାୟଗଡ଼ା ସହରରେ ନୂଆ କରି ଖୋଲିଥିବା କଲିକତା ମାର୍ଟ କପଡା ଦୋକାନ ପାଇଁ ଯାତାୟତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।eccda8a1 af07 4142 bbee cbdc5a763096 କଲିକତା ମାର୍ଟ ର ପାର୍କିଂ ଅବ୍ୟବସ୍ଥା ଯୋଗୁଁ ଲୋକ ହଇରାଣ

ଏପରିକି ଜରୁରୀକାଳୀନ ସେବା ଆମ୍ବୁଲାନ୍ସ ଗୁଡାକ ମଧ୍ୟ ଯିବା ଆସିବା ରେ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି । କଲିକତା ମାର୍ଟ ର ପାର୍କିଂ ବ୍ୟବସ୍ଥା ନ ଥିଲା ବେଳେ ଏହି ମାର୍ଟକୁ ଆସୁଥିବା ଗ୍ରାହକ ରାସ୍ତା ଅବରୋଧ କରି ଦୁଇ ଚକିଆ, ଚାରି ଚକିଆ, ଯାନ ବାହାନ ରଖିବା ଫଳରେ ଯାତାୟତରେ ନାହିଁ ନ ଥିବା ସମସ୍ୟା ଦେଖା ଦେଇଛି ।

ଏହି ଏକ ମାତ୍ର ସଡକଟି ଆନ୍ଧ୍ର- ପ୍ରଦେଶ ଓ ଓଡ଼ିଶାକୁ ସଂଯୋଗ କରୁଥିବା ବେଳେ ଟ୍ରାଫିକ ବ୍ୟବସ୍ଥା ରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଆଗାମୀ ଦିନରେ ଏ ନେଇ କୌଣସି ଅଘଟଣ ନ ହେଉ ଏଥିପ୍ରତି ଧ୍ୟାନ ଦେବା ସହିତ ଟ୍ରାଫିକ ସମସ୍ୟା ରେ ରାୟଗଡ଼ା ପୋଲିସ ଧ୍ୟାନ ଦେବା ଜରୁରୀ ବୋଲି ବୁଦ୍ଧିଜୀବି ମତ ପ୍ରକାଶ କରିଛନ୍ତି ।