ସଂକୁଳ ସ୍ତରୀୟ ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ କର୍ମଶାଳା ଅନୁଷ୍ଠିତ

0
285

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା, (୨୩/୧୨) : ବିନିକା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗତକାଲି ସଂକୁଳ ସ୍ତରୀୟ (NEP-2020) ନୂତନ ଜାତୀୟ ଶିକ୍ଷାନୀତି ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ବାଉଁଶୁଣୀ ମହାବିଦ୍ୟାଳୟ ର ଅଧ୍ୟାପକ ରାଜେଶ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ତଥା ସ୍ଥାନୀୟ ବିଦ୍ୟାଳୟ ର ଯୁଗ୍ମ ସଂପାଦକ ବିଭୁତି ଓତା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ।4f0a139a 061b 4e07 980b 2d9e1d73005a ସଂକୁଳ ସ୍ତରୀୟ ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ କର୍ମଶାଳା ଅନୁଷ୍ଠିତ

ସୁବର୍ଣ୍ଣପୁର ସଂକୁଳର ସଂକୁଳ ସଂଯୋଜକ ଶ୍ରୀମାନ ଦୟାନିଧି କରଣ ଏହି କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା । ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ସା ଅତିଥି ପରିଚୟ ପ୍ରଦାନ କରିଥିଲେ । ଦ୍ବିତୀୟ ଦିନ ପ୍ରାତଃ ସମୟର ବନ୍ଦନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷକ ଅନନ୍ତ ପଣ୍ଡା ଯୋଗଦନ କରିଥିଲେ । ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଦ୍ଵିତୀୟ ଦିନର ତୃତୀୟ, ଚତୁର୍ଥ ଓ ପଞ୍ଚମ କାଳାଂଶକୁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କଲେଜ ଛକ ବଲାଙ୍ଗୀର ର ପ୍ରଧାନ ଆଚାର୍ଯ୍ୟ ସୁବାଷ ଚନ୍ଦ୍ର ମିଶ୍ର ଆଗେଇ ନେଇଥିଲେ ।

ସନ୍ଧ୍ୟା ବନ୍ଦନା ସମୟରେ ବିନିକା ବ୍ଲକ ଶିକ୍ଷା ଅଧିକାରୀଙ୍କ ସିଆରସି ସି କୃଷ୍ଣଚନ୍ଦ୍ର ସାହୁ ମୁଖ୍ୟ ଅତିଥି ତଥା ବିଦ୍ୟାଳୟ ପରିଚାଳନା ସମିତି ର ସଂପାଦକ ଆଦିତ୍ୟ ପ୍ରସାଦ ପଣ୍ଡା, ଯୁଗ୍ମ ସଂପାଦକ ବିଭୁତି ଓତା ଏବଂ ସଦସ୍ୟ ଜୟଗୋପଲ ସେଟ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଉତ୍ସବରେ ସୋନପୁର, ବିନିକା, ଲଛିପୁର ଓ ଖାଲିଆପଲି ଶିଶୁ ବିଦ୍ୟା ମନ୍ଦିରର ମୋଟ ୭୨ ଜଣ ଆଚାର୍ଯ୍ୟ/ଆଚାର୍ଯ୍ୟା ଯୋଗଦାନ କରିଥିଲେ ।