ନୂତନ ଉପ ଜିଲ୍ଲାପାଳ ଓ ପୌର ନିର୍ବାହୀ ଅଧିକାରୀ ଦାୟିତ୍ଵ ଗ୍ରହଣ 

0
251

ରିପୋର୍ଟ : ଜିଲ୍ଲାପ୍ରତିନିଧି ଏ.ସତୀଶ
ନବରଙ୍ଗପୁର, (୧୩/୦୭) : ଶ୍ରୀ ସୁନିଲ ଅକ୍ଷୟ ଅଗ୍ରୱାଲ,ଭା. ପ୍ର,  ଆଜି ନବରଙ୍ଗପୁର ଉପଖଣ୍ଡ ର ନୂତନ ଉପ ଜିଲ୍ଲାପାଳ ଏବଂ ନିର୍ବାହି ଅଧିକାରୀ ପୋୖରପାଳିକା ନବରଙ୍ଗପୁର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି

ଦାୟିତ୍ୱ ଗ୍ରହଣ ପୂର୍ବରୁ ପୂର୍ବତନ ଉପଜିଲ୍ଲାପାଳ ଶ୍ରୀ ଭାସ୍କର ରଇତ, ସହାୟକ ଜିଲ୍ଲାପାଳ ଚଇନୁ ଗଣ୍ଡ, ହେମାଲତା ମାଝୀ, ଉପଖଣ୍ଡିୟ ସାମାଜିକ ସୁରକ୍ଷା ଅଧିକାରୀ, ଜୋଛନା ରାଣୀ ପାତ୍ର, ସେକ୍ସନ ଅଫିସର ଅଜୟ କୁମାର ଦାସ, ଗଗନ ବିଶୋୟୀ, ଜିତେନ୍ଦ୍ର ଚୌଧୁରୀ, ନରସିଂହ ପ୍ରସାଦ ପାଣିଗ୍ରାହୀ, ସପନ ମିଶ୍ର, ରାଜେନ୍ଦ୍ର ମହାଙ୍କୁଡ, ଅମରେନ୍ଦ୍ର ସମରଥ ପ୍ରମୁଖ ନୂତନ ଉପ ଜିଲ୍ଲାପାଳ ଙ୍କୁ କାର୍ଯ୍ୟାଳୟ ମଧ୍ୟକୁ ସ୍ୱାଗତ କରି ପାଛୋଟି ନେଇଥିଲେ ।

ଏଥିସହ ଶ୍ରୀ ଅଗ୍ରୱାଲ ନବରଙ୍ଗପୁର ପୌରାଞ୍ଚଳର ନିର୍ବାହୀ ଅଧିକାରୀ ଭାବେ ମଧ୍ୟ ଦାୟିତ୍ଵ ଗ୍ରହଣ କରିଛନ୍ତି । ସନ୍ଧ୍ୟା ସମୟରେ ପୂର୍ବତନ ଉପ ଜିଲ୍ଲାପାଳ ଶ୍ରୀ ରଇତଙ୍କୁ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମିଶି ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ତତ ସହିତ ଶ୍ରୀ ରଇତ ଆଜି ହିଁ ଅତିରିକ୍ତ ଜିଲ୍ଲାପାଳ ନବରଙ୍ଗପୁର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।