ସକାଳ ୬ ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ଶ୍ରୀମନ୍ଦିର

0
136
ସକାଳ ୬ ଟାରୁ

ରିପୋର୍ଟ : ସୁଭାସିସ ନାୟକ
ପୁରୀ, (୦୧/୦୨) : କାଲି ସକାଳ ୬ ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ଶ୍ରୀମନ୍ଦିର । ମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଅନୁସାରେ ଖୋଲା ହେବ ଶ୍ରୀମନ୍ଦିର

ଦୈନିକ ସକାଳ ୬ ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭକ୍ତ ମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ସାନିଟାଇଜେସନ ପାଇଁ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରଦ୍ଧାଳୁମାନେ ସାଥିରେ ଆଧାର/ଭୋଟର କାର୍ଡ ସହ ଡବଲ ଡୋଜ୍‌ ଟିକା ସାର୍ଟିଫିକେଟ ଆଣିବା ଜରୁରି । ନଚେତ ୯୬ ଘଣ୍ଟା ମଧ୍ୟରେ ହୋଇଥିବା ଟେଷ୍ଟ ନେଗେଟିଭ ରିପୋର୍ଟ ଜରୁରୀ । ସବୁ ଶ୍ରଦ୍ଧାଳୁ ମାସ୍କ, ସାନିଟାଇଜର, ସାମାଜିକ ଦୂରତ୍ୱ ମାନିବା ବାଞ୍ଛନୀୟ ବୋଲି ଗାଇଡ୍‌ଲାଇନ୍‌ରେ ଲେଖାଯାଇଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାରୁ ଶ୍ରୀମନ୍ଦିରକୁ ବନ୍ଦ କରିଦିଆଯାଇଥିଲା । ସାଧାରଣ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରି ନ ଥିଲେ । ଏବେ କୋଭିଡ୍‌ ଆକ୍ରାନ୍ତ କମିବା ପରେ ପୁରୀ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଶ୍ରୀମନ୍ଦିର ଖୋଲିବା ନେଇ ଗତ ୨୮ ତାରିଖରେ ଘୋଷଣା କରିଥିଲେ ପୁରୀ ଜିଲ୍ଲାପାଳ । ପୂର୍ବପରି ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିର କୁ ପୁରୀ ସହରବାସୀ ପ୍ରବେଶ କରିବେ । ଅନ୍ୟ ଶ୍ରଦ୍ଧାଳୁମାନେ ପୂର୍ବ ଦ୍ୱାର ଦେଇ ଶ୍ରୀମନ୍ଦିର କୁ ପ୍ରବେଶ କରିବେ ବୋଲି ଜିଲ୍ଲାପାଳ କହିଥିଲେ ।