ବିଜୟୀ ହୋଇଥିବା ଜିଲ୍ଲା ପରିଷଦ ପ୍ରାର୍ଥୀ, ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାଙ୍କ ନାମ ପ୍ରକାଶ

0
155
ବିଜୟୀ ହୋଇଥିବା ଜିଲ୍ଲା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୩/୩) : ସୁବର୍ଣ୍ଣପୁର ଜିଲ୍ଲାରେ ୧୩ ଟି ଜିଲ୍ଲା ପରିଷଦ ଯୋନ ରହିଛି । ଏହି ସବୁ ଯୋନରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଜି ବିଜୟୀ ହୋଇଥିବା ଜିଲ୍ଲା ପରିଷଦ ପ୍ରାର୍ଥୀ, ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାଙ୍କ ନାମ ପ୍ରକାଶ ପାଇଛି ।

ଏହି ୧୩ ଟି ଯୋନ ମଧ୍ୟରୁ ୧୧ ଟିରେ ବିଜୁ ଜନତା ଦଳର ପ୍ରାର୍ଥୀ ମାନେ ବିଜୟୀ ହୋଇଥିବା ବେଳେ ଗୋଟିଏ ଲେଖାଏଁ ଆସନରେ ଉଭୟ ଭାଜପା ଓ କଂଗ୍ରେସ ଦଳର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜୟୀ ହୋଇଥିବା ଜିଲ୍ଲା ପରିଷଦ ପ୍ରାର୍ଥୀ ମାନେ ହେଲେ ସସ୍ମିତା ମହାନ୍ତି, ବିଜୟ ଲକ୍ଷ୍ମୀ ତରାଇ, ସପୁର ଠେଲା, ଅଞ୍ଜଳି କମ୍ପ, ମଧୁସୂଦନ ଓତା, ଝସକେତନ ବଘାର, ବରିଷ୍ଠ ଭରାସାଗର, ଚନ୍ଦ୍ରକାନ୍ତି ଦନ୍ତା, ମଞ୍ଜୁଶ୍ରୀ ମାଝୀ, ଶକୁନ୍ତଳା ପୃଷ୍ଠି, ଗଣେଶ ଚନ୍ଦ୍ର ଭୋଇ ବିଜୁ ଜନତା ଦଳର ପ୍ରାର୍ଥୀ ମାନେ ବିଜୟୀ ହୋଇଥିବା ବେଳେ ଭାଜପା ରୁ ପ୍ରମିଳା କଲତା ଓ କଂଗ୍ରେସ ରୁ ଲବ କୁମାର ସାହୁ ବିଜୟୀ ହୋଇଛନ୍ତି ।

ସେହିପରି ସୋନପୁର ବ୍ଲକ ର ନବ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ଓ ସଭ୍ୟା ଙ୍କ ନାମ ନିମ୍ନ ରେ ଦିଆ ଗଲା l ଲଛିପୁର ପଞ୍ଚାୟତ ର ସରପଞ୍ଚ ଜ୍ୟୋତିରଞ୍ଜନ ନୁଆଁଲ ଓ ସମିତି ସଭ୍ୟା ସସ୍ମିତା ନାୟକ, ଖଲିଆପାଲି ପଞ୍ଚାୟତ ର ସରପଞ୍ଚ ରୁକ୍ମିଣୀ ନାୟକ, ସମିତି ସଭ୍ୟା ସୁନିତା ନାୟକ, ମୟୂରଉଡାଣ ପଞ୍ଚାୟତ ସରପଞ୍ଚ ଗୌରୀ ନାୟକ, ସମିତି ସଭ୍ୟା ଲିଜା ମେହେର, ମଲ୍ଲିକମୁଣ୍ଡା ପଞ୍ଚାୟତ ର ସରପଞ୍ଚ ଜ୍ୟୋସ୍ନାମୟୀ ମେହେର, ସମିତି ସଭ୍ୟ କୁଶଳେଶ୍ୱର ମେହେର, ରେଙ୍ଗାଲି ପଞ୍ଚାୟତ ସରପଞ୍ଚ ପ୍ରଦୀପ ବାଘ, ସମିତି ସଭ୍ୟ ପ୍ରହଲ୍ଲାଦ ନାୟକ, ଛକୋରମାଲ ପଞ୍ଚାୟତ ର ସରପଞ୍ଚ ଗାୟତ୍ରୀ ସା, ସମିତି ସଭ୍ୟା ମେନକା ସାଣ୍ଢ, ନାରାୟଣପୁର ପଞ୍ଚାୟତ ର ସରପଞ୍ଚ ପ୍ରମୋଦ ଧରୁଆ, ସମିତି ସଭ୍ୟା ଜ୍ୟୋସ୍ନା ମୟୀ ଶତପଥି l

ହରଡ଼ଖୋଲ ପଞ୍ଚାୟତ ର ସରପଞ୍ଚ ମୋହନ କର୍ମୀ, ସମିତି ସଭ୍ୟ ମୁନୁରାଜ କର୍ମୀ, ଖରଝୁରା ପଞ୍ଚାୟତ ର ସରପଞ୍ଚ ସୁବାଶ ତାଣ୍ଡି, ସମିତି ସଭ୍ୟା କୌଶଲ୍ୟା ସୁନା, ଜନମୁରା ପଞ୍ଚାୟତ ର ସରପଞ୍ଚ ଦମୟନ୍ତୀ ବାରିକ, ସମିତି ସଭ୍ୟା ଗୀତାଞ୍ଜଳି ମଲ୍ଲିକ, ବାଲାଡି ପଞ୍ଚାୟତ ର ସରପଞ୍ଚ ରାଜୁ କୁମ୍ଭାର, ସମିତି ସଭ୍ୟା ରଶ୍ମିତା ସେଠୀ, ବିଶିମୁଣ୍ଡା ପଞ୍ଚାୟତ ର ସରପଞ୍ଚ ବିନ୍ଦୁ କୁମ୍ଭକାର, ସମିତି ସଭ୍ୟା ମିନତୀ ସାହୁ, ଖାରି ପଞ୍ଚାୟତ ର ସରପଞ୍ଚ ସଂଗୀତା ନାଗ, ସମିତି ସଭ୍ୟ ସଂଜୀବ ମିଶ୍ର ଓ କଳାପଥର ପଞ୍ଚାୟତ ର ସରପଞ୍ଚ ନବୀନ ଚନ୍ଦ୍ର ମେହେର ଓ ସମିତି ସଭ୍ୟ ଅରବିନ୍ଦ ବାରିକ ନିର୍ବାଚିତ ହୋଇଛନ୍ତି l