ପ୍ରେମ ବିବାହ ର ୨୧ ଦିନ ପରେ ମହିଳାଙ୍କ ଆତ୍ମହତ୍ୟା

0
390
ପ୍ରେମ ବିବାହ ର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୧୦/୩) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତ ର ପଲି ଗାଁରେ ପ୍ରେମ ବିବାହ ର ୨୧ ଦିନ ପରେ ମହିଳା ଜଣକ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ।

ପୁଲିସ କହିବା ଅନୁଯାୟୀ କୌଣସି କାରଣରୁ ପ୍ରେମ ବିବାହ ର ୨୧ ଦିନ ପରେ ବୃନ୍ଦାବନ ବାଗଙ୍କ ସ୍ତ୍ରୀ ହେମଲତା ବାଗ (୨୨) ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଛି । ଉକ୍ତ ଖବର ପାଇ ସ୍ଥାନୀୟ ଥାନା ଅଧିକାରୀ ସୁକୁମା ହଂସୁଦା ଘଟଣା ସ୍ଥଳରେ ପହଞ୍ଚି ଘଟଣା ବିଷୟରେ ଅନୁଧ୍ୟାନ କରି ଶବ ଜବତ କରିବା ପରେ କେସ ନମ୍ବର ୧/୨୨ ଅପମୃତ ମାମଲା ରୁଜୁ କରିଥିଲେ । ଶବ ବ୍ୟବଚ୍ଛେଦ କରି ପରିବାରଙ୍କୁ ହସ୍ତାନ୍ତର କରିଥିଲେ ।

ଉକ୍ତ ଘଟଣାର ତଦନ୍ତ ଚାଲିଛି ଓ ଫାଶୀ ହୋଇଥିବା ଦୌଡ଼ି ଜବତ କରାଯାଇଛି । ମୃତ ମହିଳାଙ୍କ ଘର କାଶୀପୁର ବ୍ଲକ ସାଗବାରି ଗାଁ ବୋଲି ଜଣା ପଡିଛି । ପ୍ରାୟ ୨୧ ଦିନ ହେବ ଉଭୟେ ପ୍ରେମ ବିଭାହ କରିଥିଲେ । ବର୍ତ୍ତମାନ ମୃତ୍ୟୁ ର କାରଣ ଜଣାପଡି ନାହିଁ । ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ କହିଛନ୍ତି ।