ଶ୍ରୀଲଙ୍କାରେ ବ୍ୟାପକ ହିଂସା : ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ସରକାର

0
153
ଶ୍ରୀଲଙ୍କାରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଶ୍ରୀଲଙ୍କା, (୦୨/୦୪) : ଶ୍ରୀଲଙ୍କାରେ କାଗଜ, ଡିଜେଲ ପରେ ଏବେ ବିଜୁଳି ସଙ୍କଟ । ପରିସ୍ଥିତି ଜଟିଳ ହେଉଥିବା ବେଳେ ଲୋକେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ହିଂସା ସୃଷ୍ଟି କରିବାରେ ଲାଗିଛନ୍ତି । ଏହାକୁ ନିୟନ୍ତ୍ରଣ କରିବାକୁ ଶ୍ରୀଲଙ୍କା ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।

ଦେଶ ର ସୁରକ୍ଷା ଏବଂ ଅତ୍ୟାବଶ୍ୟକ ସେବା ଯୋଗାଣକୁ ବଜାୟ ରଖିବାକୁ ଏହି ପଦକ୍ଷେପ ନିଆଯାଇଛି ବୋଲି ସରକାରଙ୍କ ନିର୍ଦ୍ଦେଶରେ କୁହାଯାଇଛି । ଶ୍ରୀଲଙ୍କା ସରକାର ଶୁକ୍ରବାର ରାଷ୍ଟ୍ରପତି ଗୋତାବାୟା ରାଜପାକସେଙ୍କ ବାସଭବନ ଆଗରେ ଆର୍ଥିକ ସଙ୍କଟକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହେଲେ ଏହାକୁ ଶ୍ରୀଲଙ୍କା ସରକାର ‘ଆତଙ୍କବାଦୀ କାର୍ଯ୍ୟକଳାପ’ ସହ ବିରୋଧୀ ଦଳର ଚାଲ ବୋଲି କହିଛନ୍ତି । ଶ୍ରୀଲଙ୍କାରେ ବୃଦ୍ଧି ପାଉଥିବା ଅର୍ଥନୈତକ ସଙ୍କଟର ସମାଧାନ କରିବାରେ ବିଫଳ ହୋଇଥିବାରୁ ଗୁରୁବାର ଶତାଧିକ ବିକ୍ଷୋଭକାରୀ ରାଜପାକସେଙ୍କ ବାସଭବନ ବାହାରେ ଏକାଠି ହୋଇ ତାଙ୍କ ଇସ୍ତଫା ଦାବି କରିଥିଲେ ।

ପରେ ସେଠାରେ ହଂସାକାଣ୍ଡ ଘଟିଥିଲା । ବିକ୍ଷୋଭ ହିଂସାତ୍ମକ ରୂପ ନେବାରୁ ଅନେକ ଲୋକ ଆହତ ହୋଇଥିବା ବେଳେ ରାଷ୍ଟ୍ରପତିଙ୍କ ବାସଭବନ ନିକଟରେ ବିକ୍ଷୋଭକାରୀଙ୍କ ଉପରେ ପୋଲିସ ଲୁହବୁହା ଗ୍ୟାସହ ପ୍ରାୟୋଗ କରିବା ସହ ପାଣି ମାଡ କରିଥିଲା । ସୂଚନା ମୁତାବକ, ଦେଶ ଭିତରେ ଆର୍ଥିକ ସଙ୍କଟ ଘନଉଥିବା ବେଳେ ଏବେ ସରକାରଙ୍କ ପାଖରେ ବିଦେଶୀ ପୁଞ୍ଜି ର ଘୋର ଅଭାବ । ଫଳରେ କୌଣସି ଦେଶ ଠାରୁ ଅତ୍ୟାବଶ୍ୟକ ଜିନିଷ ଆମଦାନୀ ମଧ୍ୟ କରିପାରୁନାହିଁ ଶ୍ରୀଲଙ୍କା ।

ଏହାସହ ଚୀନ ଠାରୁ ଆର୍ଥିକ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ ବି ଚୀନ କୌଣସି ସହାୟତା ଯୋଗାଇ ନାହିଁ । କାରଣ ପୂର୍ବରୁ ଚୀନ ଯୋଗୁଁ ଶ୍ରୀଲଙ୍କା ଋଣଗ୍ରସ୍ତ ହୋଇସାରିଛି । ଏପରି ସ୍ଥିତିରେ ଶ୍ରୀଲଙ୍କାରେ ଏବେ ହାହାକାର ପରିସ୍ଥିତି । ଏଠାରେ ଶିକ୍ଷା, ସ୍ୱାସ୍ଥ୍ୟ ସବୁକିଛି ବିପର୍ଯ୍ୟସ୍ତ ହୋଇପଡିଛି । ଫଳରେ ଶ୍ରୀଲଙ୍କାବାସୀ ଅନ୍ୟଦେଶ ମୁହାଁ ହେଉଥିବା ଖବର ଆସୁଛି ।