Thursday, March 28, 2024

Top 5 This Week

Related Posts

ପ୍ରଥମ ସମିତି ବୈଠକ ଅନୁଷ୍ଠିତ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୧୨/୦୪) : ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ବ୍ଲକରେ ଆଜି ପ୍ରଥମ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସମିତି ଅଧ୍ୟକ୍ଷା ବାଲା ଶାୟମା ଙ୍କ ସଭାପତିତ୍ବରେ ଅନୁଷ୍ଟିତ ହୋଇଥିବା ଏହି ପ୍ରଥମ ସମିତି ବୈଠକ ରେ ଜିଲ୍ଲା ପରିଷଦ ସଭ୍ୟା ରକ୍କମ ରାଜଲକ୍ଷ୍ମୀ ଉପାଧ୍ୟକ୍ଷ ଏସ କଲ୍ୟାଣୀ ଯୋଗ ଦେଇଥିଲେ । ବିଡ଼ିଓ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ମାନେ ଯୋଗାଣ ଅଧିକାରୀ ଓ ଅନ୍ୟାନ୍ୟ ସମସ୍ତ ବିଭାଗ ର ଅଧିକାରୀ ମାନେ ମଧ୍ୟ ଯୋଗ ଦେଇଥିଲେ । ଆସନ୍ତାକାଲି ଖାଣ୍ଡ ବା ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସହ ଜନ ଅଭିଯୋଗ ଶୁଣାଣି କୁ ସଫଳ କରିବା ପାଇଁ ଆଲୋଚନା ହୋଇଥିଲା । ସୀତା ପୁର ସରପଞ୍ଚ ଟେଜେଶ୍ୱର ତାଙ୍କ ପଞ୍ଚାୟତ ରେ ବହୁ ଧନୀ ଲୋକ ଅନ୍ନପୂର୍ଣ୍ଣା କାର୍ଡ ହାତେଇ ଥିବା ଅଭିଯୋଗ କରିଛନ୍ତି ।

ପାର୍ତାଡ଼ା ସମିତି ସଭ୍ୟ ଜୁଏଲ ଦୋରା ପିଇବା ପାଣି ସଙ୍କଟ କୁ ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ । ମିଶନ ଶକ୍ତି ଓ ଏସ ଏଚ୍ ଜି ଙ୍କ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଔପଚାରିକ ଭାବେ ଏକ ବୈଠକ ହୋଇଥିବା ଅଧ୍ୟକ୍ଷା ସାୟମା କହିଛନ୍ତି । ଆଗାମୀ ଦିନ ରେ ଏକ ପୂର୍ଣ୍ଣାଙ୍ଗ ବୈଠକ ହେବ ବୋଲି ସେ କହିଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles