ଡେପୁଟି ରେଞ୍ଜର ଙ୍କ ମୃତ୍ୟୁ : ମୃତ୍ୟୁର କାରଣ ଅସ୍ପଷ୍ଟ

0
548
ଡେପୁଟି ରେଞ୍ଜର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୨୦/୪) : ରାୟଗଡା ଜିଲା କଲ୍ୟାଣସିଂହପୁର ରେଞ୍ଜର କୋଠରୀରେ ଡେପୁଟି ରେଞ୍ଜର ବ୍ରଜମୋହନ ଭୋଇ ମୃତଦେହ ଠାବ । କଲ୍ୟାଣସିଂହପୁର ଥାନା ସଦର ମହକୁମା ଠାରେ ଘଟିଛି ଏହି ଘଟଣା ।88889eb3 9009 434d b90a 16ec34221dc4 ଡେପୁଟି ରେଞ୍ଜର ଙ୍କ ମୃତ୍ୟୁ : ମୃତ୍ୟୁର କାରଣ ଅସ୍ପଷ୍ଟ

ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାର ସୁଧାକର ରଇତ ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକ ବଂ ବିଭାଗ ର ସମସ୍ତେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି, ମୃତ୍ୟୁର କାରଣ ଅସ୍ପଷ୍ଟ । ସେ କଲ୍ୟାଣସିଂହପୁର ରେଞ୍ଜର ଡେପୁଟି ରେଞ୍ଜର ଭାବେ କାର୍ଯ୍ୟରତ ଥିଲେ । ସବୁଦିନ ଭଳି ଆଜି ମଧ୍ୟ କର୍ମଚାରୀ ମାନେ ଆସିଥିଲେ । ତାଙ୍କ କୋଠରୀ କୁ ଯାଇ କବାଟ ବଢ଼େଇବା ସହ ଡାକିଥିଲେ କିନ୍ତୁ ସେ କବାଟ ଖୋଲିଲେ ନାହିଁ ।

ଶେଷରେ ଝରକା ପଟେ କିଛି କର୍ମଚାରୀ ଦେଖିବା ପରେ ସେ ଖଟରେ ଉଲଗ୍ନ ଅବସ୍ଥାରେ ପଡ଼ି ରହିଥିବା ଦେଖିଥିଲେ ଓ ସ୍ଥାନୀୟ ରେଞ୍ଜର ଙ୍କୁ ସୂଚନା ଦେଇଥିଲେ । ଏହାପରେ ରେଞ୍ଜର ଛନ୍ଦନ ଗମାଙ୍ଗ ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଉପରିସ୍ଥିତ ରହି ଡିଏଫଓ ବିଜୟ କମାର ପରିଡାଙ୍କୁ ସୂଚନା ଦେଇଥିଲେ ।

ଘଟଣା ସ୍ଥଳରେ ପୁଲିସ ଓ ମାଜିଷ୍ଟ୍ରେଟ ଭାବେ ସୁଧାକର ରହିତ ପହଞ୍ଚି ଶବ ଠାବକରିବା ପରେ ପରିବରଙ୍କୁ ଯୋଗାଯୋଗ କରିଥିଲେ । ଡେପୁଟି ରେଞ୍ଜର ଭୋଇ ଙ୍କ ନିଜ ଘର କଳାହାଣ୍ଡି ଜିଲ୍ଲା ମୋଦନ ପୁର ବ୍ଳକ ଭାଲୁପିଆ ଗାଁ ରୁ ଭୋଇ ଙ୍କ ପରିବାର ଆସି ପହଞ୍ଚିଥିଲେ । ତାଙ୍କ ନିଜ ଭାଇ କଲାଗର ଭୋଇ, ସିତୁରାଜ ଭୋଇ ଓଗୋକୁଳ ଭୋଇଙ୍କୁ ପଚାରିବାରୁ ସେ ମାନେ କହିଛନ୍ତି ଯେ କାଲି ଘରକୁ ଆସି ଥିଲେ । ତାଙ୍କ ଦେହ ଖରାପ ଥିଲା ମାସକୁ ମାସ ତାଙ୍କର ଟ୍ରିଟ ମେଣ୍ଟ ଚାଲିଥିଲା ସେ ଗତ କାଲି ଘର ଠାରୁ ଜଣେ ଅଫିସ କୁ ଫେରିଥିଲେ । ତାଙ୍କର ହାର୍ଟ ଆଟାକ ରେ ମୃତ୍ୟୁ ହୋଇଛନ୍ତି ବୋଲି କହିଛନ୍ତି ।