ଜ୍ଞାନପ୍ରକାଶ ତରଫରୁ ଜାତୀୟ ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

0
145
ଜ୍ଞାନପ୍ରକାଶ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୫/୦୪) : ଗତକାଲି (ରବିବାର) ଅପରାହ୍ଣରେ ଡ଼ି ଆଇ ପି ଆର ଓ ବୌଦ୍ଧ ସମ୍ମିଳନୀ ହଲରେ ଜ୍ଞାନପ୍ରକାଶ ର ଦେବାଶିଷ ପୁରୋହିତ ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଜ୍ଞାନପ୍ରକାଶ ପରିବାର ତରଫରୁ ଆସନ୍ତା ଜୁଲାଇ୩ତାରିଖରେ ବୌଦ୍ଧ ଜିଲ୍ଲା ସଦର ଟାଉନ ହଲରେ ହେବାକୁ ଥିବା ଷଷ୍ଠ ବାର୍ଷିକ ଉତ୍ସବ ଅବସରରେ ଜାତୀୟ ତଥା ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଓ ଚିତ୍ରକଳା ପ୍ରଦର୍ଶନୀ ଜାତୀୟ ଏକତା ବିଷୟ ବସ୍ତୁକୁ ନେଇ ଆସନ୍ତା ଜୁନ ୨୬ ତାରିଖରେ ଭାରତର ପ୍ରତ୍ୟେକ ରାଜ୍ୟ ଓ ଓଡିଶାର ୩୦ ଟି ଜିଲ୍ଲାରେ ୬୦ ଟି ସ୍ଥାନରେ ଅନୁଷ୍ଠିତ ହେବ ।

ଏହାର ଆଭିମୁଖ୍ୟ ହେଉଛି ଜାତୀୟ ଏକତାକୁ ସୃଦୃଢ଼ କରିବା ଏବଂ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ସୃଜନ ଶୀଳତାକୁ ବିକାଶ କରି ଲୋକଲୋଚନରେ ପହଞ୍ଚାଇବା । ଜ୍ଞାନ ପ୍ରକାଶର ବାର୍ଷିକ ଉତ୍ସବରେ ସର୍ବ ଭରତୀୟ ସ୍ତରୀୟ ସମ୍ମିଳନୀରେ କବି, ଲେଖକ, ଶିକ୍ଷାବିତ, ବୁଦ୍ଧିଜୀବୀ ଗବେଷକ, ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଲୋଚନା ଚକ୍ରରେ ଭାଗ ନେବେ । ଜ୍ଞାନ ପ୍ରକାଶ ର ସମ୍ପାଦକ ସରୋଜ କୁମାର ସାହୁ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ ।

ଜ୍ଞାନ ପ୍ରକାଶ ର ମୁଖ୍ୟ ଉପଦେଷ୍ଟା ଶିକ୍ଷା ପରାମର୍ଶଦାତା ଜ୍ଞାନଚାନ୍ଦ ଶତପଥୀ ଏବଂ ଜିଲ୍ଲା ମୁଖ୍ୟ ବସନ୍ତ କୁମାର ସାହୁ କାର୍ଯ୍ୟକ୍ରମ ର ସଫଳତା ପାଇଁ ସମବେତ ଆହ୍ୱାନ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ଜ୍ଞାନ ପ୍ରକାଶ ପରିବାର ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।