ସମ୍ଭାବୀୟ ବାତ୍ୟା ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ବନ୍ୟା ଆଶ୍ରୟ ସ୍ଥଳୀରେ ମକଡିଲ ଅନୁଷ୍ଠିତ

0
200
ସମ୍ଭାବୀୟ ବାତ୍ୟା ପରିସ୍ଥିତି

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୯/୦୬) : ବୌଦ୍ଧ ଜିଲ୍ଲା ର ଚାରିଗୋଟି ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ବହିରା, ଘଣ୍ଟାପଡା, କୁଳୁତାଜର ଏବଂ ଧର୍ମନଗରରେ ସମ୍ଭାବୀୟ ବାତ୍ୟା ପରିସ୍ଥିତି ମୁକାବିଲା ପାଇଁ ଜନସାଧାରଣ କୁ ସଚେତନ ଉଦ୍ଦେଶ୍ୟରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ମକଡିଲ ଆୟୋଜନ କରାଯାଇଥିଲା ।WhatsApp Image 2022 06 20 at 6.12.27 AM ସମ୍ଭାବୀୟ ବାତ୍ୟା ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ବନ୍ୟା ଆଶ୍ରୟ ସ୍ଥଳୀରେ ମକଡିଲ ଅନୁଷ୍ଠିତ

ଏହି କାର୍ଯ୍ୟକ୍ରମରେ ସମ୍ଭାବୀୟ ବାତ୍ୟା ପରିସ୍ଥିତି, ବନ୍ୟା ପୂର୍ବରୁ, ବନ୍ୟା ସମୟରେ ଓ ବନ୍ୟା ପରେ ନିଜେ କିପରି ପ୍ରସ୍ତୁତ ରହିବେ ଓ ତତ୍ ସହିତ ଧନ ଜୀବନ କୁ ରକ୍ଷା କରିବେ ସେ ବିଷୟରେ ସମସ୍ତ ମଞ୍ଚାସିନ ଅତିଥି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଓଡ୍ରାପ ଟିମ ଏବଂ ଅଗ୍ନିଶମ ବାହିନୀ ନିଜ ପାଖରେ ଥିବା ବିଭିନ୍ନ ସାମଗ୍ରୀ ବ୍ୟବହାର କରି କିପରି ଧନଜୀବନ କୁ ରକ୍ଷା କରିବେ ସେ ବିଷୟରେ ଡେମୋ କରି ଦେଖାଇଥିଲେ । ବହିରା ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମକଡିଲ କାର୍ଯ୍ୟକ୍ରମ ପାଇଁ ଓଡ୍ରାପ ଟିମ ଓ ଅଗ୍ନିଶମ ବାହିନୀଙ୍କୁ ଉତ୍ସାହିତ କରିଥିଲେ ।

ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଅବନୀକାନ୍ତ ସାହୁ ସ୍ୱାଗତ ଭାଷଣ ଦେବା ସହ ସଭା ପରିଚାଳନା କରିଥିଲେ । ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପର୍ଯ୍ୟବେକ୍ଷଣ ଅମ୍ବିକା ପ୍ରସାଦ ମିଶ୍ର ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତ ଜରୁରୀ ଏବଂ ଏଥିପାଇଁ ସମସ୍ତଙ୍କ ସାହାଯ୍ୟ ସହଯୋଗ ର ଆବଶ୍ୟକ ତା ବୋଲି ମତବ୍ୟକ୍ତ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ତହସିଲଦାର ବୌଦ୍ଧ ଶ୍ରୀଯୁକ୍ତ ଦେବୀ ପ୍ରସାଦ ଦାସ, ଅତିରିକ୍ତ ତହସିଲଦାର ମହମ୍ମଦ ରଜା ରସୁଲ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତ।କାନ୍ତି ବଳିଆରସିଂ, ଉପନିର୍ଦ୍ଦେଶକ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ବୌଦ୍ଧ ଡ଼. ହୃଷିକେଶ ବେହେରା, ସହକାରୀ ଅଗ୍ନିଶମ ଅଧିକାରୀ ଜିତେନ୍ଦ୍ର କୁମାର ଦାସ, ଓଡ୍ରାପ ଇଂଚଚାର୍ଚ୍ଚ ଆଶ୍ରିତ କୁମାର ମିଞ୍ଚ, ସୁରଭି ନିର୍ଦ୍ଦେଶକ ଦାମୋଦର ସାହୁ, ଶିକ୍ଷକ ବହିରା ହାଇସ୍କୁଲ ଦେଶବନ୍ଧୁ ମହାକୁଳ, ସରପଞ୍ଚ ଯଯାତି କେଶରୀ ମହାଳିକ, ସାମ୍ବାଦିକ ସତ୍ୟ ନାରାୟଣ ପାଣି ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ ।

ବିପର୍ଯ୍ୟୟ ର ପରିଚାଳନା କ୍ଷୟକ୍ଷତି କମେଇବା ଓ ନିଜକୁ ପ୍ରସ୍ତୁତ ରଖିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ସଜାଗ ରଖିବା ଏବଂ ମାନସିକ ସ୍ତରରେ ସୁଦୃଢ ରହିବା ସହ ପ୍ରତ୍ୟେକ ସମୟରେ ନିଜକୁ ପ୍ରସ୍ତୁତ ରହିବା ପାଇଁ ଆହ୍ଵାନ କରିଥିଲେ । ହାବିଲଦାର ଦେବାଶିଷ ନାଏକ, ଗିରିଧାରୀ ଖମାରି, କନେଷ୍ଟବଳ ଶ୍ରବଣ ନାଗ, ସୁଶାନ୍ତ ଜଗଦଲା ଏବଂ ଓଡ୍ରାପ ର ସମସ୍ତ ସଭ୍ୟ ବନ୍ୟା ର ପୂର୍ବ ପ୍ରସ୍ତୁତ ଓ ଉଦ୍ଧାର କାର୍ଯ୍ୟ ବିଷୟରେ ମକଡିଲ ମାଧ୍ୟମରେ ଦେଖାଇଥିଲେ ।

ଏଥିରେ ଜିପିଇଓ ଗଦାଧର ମିଶ୍ର, ଜେଇ ଜଗଦୀଶ ବୁଦୁଲା, ଜେଇ ସନ୍ତୋଷ କୁମାର ବେହେରା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସାନନ୍ଦ କୁମାର ସାହୁ, ବାଉଁଶୁଣି ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ପ୍ରିୟବ୍ରତ ବେହେରା, ସୁପ୍ରଭାଇଜର ରୋଜଳୀନ ମିଶ୍ର, RWSS ର ସରାଜ କୁମାର ମଣ୍ଡଳ ଏବଂ PE ସମରାଜ ସାହୁ, L.I ରଞ୍ଜନ କୁମାର ବାଘ ସମସ୍ତ ସ୍ୱେଚ୍ଛାସେବୀ ସଙ୍ଗଠନ ର କର୍ମକର୍ତ୍ତା, ୱାର୍ଡମେମ୍ବର ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରକଳ୍ପ ଅଧିକାରୀ ସଞ୍ଜୟ କୁମାର ଝା, ବରିଷ୍ଠ ସହାୟକ ସରୋଜ କୁମାର ବେହେରା ଏବଂ ଜିଲ୍ଲା ଜରୁରୀ କାଳୀନ ବିଭାଗ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଏବିଡ଼ିଓ ପ୍ରମୋଦ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ହରଭଙ୍ଗା ବ୍ଲକ ଧର୍ମନଗରରେ ଅତିରିକ୍ତ ଜିଲ୍ଲାପାଳ ବବିତରାଣୀ ଦଲବେହେରା, ହରଭଙ୍ଗା ବିଡ଼ିଓ ସ୍ମିତା ରଥ, କଣ୍ଟାମାଲ ବ୍ଲକ କୁଳୁତାଜୋରରେ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଶ୍ୱନି କୁମାର ମେହେର ଏବଂ କଣ୍ଟାମାଲ ବିଡ଼ିଓ କଳାକୃଷ୍ଣ ପ୍ରଧାନ ଓ ଘଣ୍ଟାପଡା ବନ୍ୟା ଆଶ୍ରୟ ସ୍ଥଳୀରେ ଉପଜିଲ୍ଲାପାଳ ସନତ କୁମାର ନାଏକ ଯୋଗ ଦେଇ ଓଡ୍ରାପ ଏବଂ ଅଗ୍ନିଶମ ବହିନୀଙ୍କୁ ଉତ୍ସ।ହିତ କରିଥିଲେ ।